ଦୁର୍ଦ୍ଦିନରେ ନଳିତା ଚାଷୀ

ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ ନ ମିଳିବା ପରିତାପର ବିଷୟ। ସେଥିଲାଗି ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଆଗରୁ ଏହି ଚାଷ କରି ଚାଷୀମାନେ ବେଶ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ସମୟ ଏବଂ ସରକାରୀ ପ୍ରୋତ୍ସାହନ ଅଭାବରୁ ଏମାନଙ୍କୁ ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଚାଷ କରି ମଧ୍ୟ ଏମାନେ କ୍ଷତି ସହୁଛନ୍ତି। ଅକରୁଆ ଗ୍ରାମରେ ପ୍ରାୟ ୩୦୦ ପରିବାର, ଦଧିବାମନପୁର ଗ୍ରାମରେ ପ୍ରାୟ ୧୮୦ ପରିବାର ଏବଂ ଆମ୍ବଗଡିଆ ଗ୍ରାମରେ ପ୍ରାୟ ୨୦ ପରିବାର ମୋଟ ପ୍ରାୟ ୫୦୦ ପରିବାର ନଳିତା ଚାଷ କରିଥାନ୍ତି।
ପ୍ରଥମେ ଖରାଟିଆ ହଳ କରାଯାଇ ମାଟିକୁ ଭଲଭାବେ ଖତ, ଗୋବର ଦିଆଯାଇଥାଏ। ପରେ ନଳିତା ମଞ୍ଜି ବୁଣାଯାଇଥାଏ। ଧିରେ ଧିରେ ଗଛ ବଡ ହେଲେ ପୋକ ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ସାର ଓ ବିଷ ପ୍ରୟୋଗ କରାଯାଏ। ଗଛ ପରିପକ୍ୱ ହେଲେ ତାକୁ କାଟି ପାଣି ଥିବା ପାଟ କିମ୍ବା ପୋଖରୀରରେ ପକାଯାଇ ପଚାଇବାକୁ ପଡିଥାଏ। ଗଛରୁ ଝୋଟ ଏବଂ ଖାଡି ଆମଦାନୀ ହୋଇଥାଏ। ଝୋଟ ଓ ଖାଡିକୁ ଶୁଖାଇ ଦୂରଦୂରାନ୍ତ ଛକ ବଜାରରେ ନେଇ ବିକ୍ରି କରାଯାଇଥାଏ। ଝୋଟ କେଜି ୧୫ରୁ ୨୦ ଟଙ୍କା ଏବଂ ଖାଡି ଗୋଛା ୧୦ରୁ ୧୨ ଟଙ୍କା ବିକ୍ରି ହୋଇଥାଏ। ୧ଏକର ନଳିତା ଚାଷ କଲେ ପ୍ରାୟ ୧୪ରୁ ୧୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପ୍ରାୟ ୮ କୁଇଣ୍ଟାଲ ଝୋଟ ଓ ଖାଡି ଆମଦାନି ହୋଇଥାଏ। ଏହି ନଳିତା ଚାଷୀମାନଙ୍କ ପାଇଁ ପ୍ରଶାସନ ତରଫରୁ ଅଦ୍ୟାବଧି ବଜାର ସୃଷ୍ଟି କରାଯାଇପାରିନି। ଦୀର୍ଘ ବର୍ଷ ଧରି ଚାଷୀମାନେ ଏହି ନଳିତା ଚାଷକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିଆସୁଛନ୍ତି। ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ କୀଟ ପୋକ ଆକ୍ରମଣରେ ଚାଷୀମାନେ ବ୍ୟାପକ କ୍ଷତି ସହିଥାନ୍ତି। କିନ୍ତୁ ଏମାନଙ୍କୁ କୌଣସି ପ୍ରଶାସନିକ ସହାୟତା ମିଳେନି। ଏହି ନଳିତା ଚାଷ ଏଠାକାର ମୁଖ୍ୟ ଚାଷ ଅଟେ। ଏହାକୁ ପାଥେୟ କରି ଚାଷୀମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ଏହି ଚାଷ ହ୍ରାସ ପାଇବାରେ ଲାଗିଛି। ଝୋଟରୁ ଚାଷୀମାନେ ବିଭିନ୍ନ ସୁତୁଲୀ, କସ, ଦଉଡି, ଶିକା, ପଘା ତିଆରି କରି ବିକ୍ରି କରିଥାନ୍ତି। ଘରର ଅନ୍ୟ ସଦସ୍ୟ ମଧ୍ୟ ଏପରି ସାମଗ୍ରୀ ତିଆରିରେ ସାହାଯ୍ୟ କରିଥାନ୍ତି। ବର୍ଷ ସାରା ଗୁଜୁରାଣ ଏହି ଚାଷ ଦ୍ୱାରା ମେଣ୍ଟାଯାଇଥାଏ। ନଳିତା ଚାଷ ପାଇଁ ଏହି ଅଞ୍ଚଳ ବେଶ ଜଣାଶୁଣା। କିନ୍ତୁ ଏଠାକର ନଳିତା ଚାଷୀମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ବ୍ଲକ କିମ୍ବା ଜିଲା ସ୍ତରରେ ଅଦ୍ୟାବଧି କୌଣସି ସୁବିଧା କରାଯାଇନି। ଦର ଦାମ ବୃଦ୍ଧି ହେତୁ ଏହି ଚାଷ ପ୍ରତି ଚାଷୀମାନେ ଏବେ ମୁହଁ ମୋଡୁଛନ୍ତି। ସରକାରୀ ସ୍ତରରେ ନଳିତା ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଇବା ନିମନ୍ତେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri