ପ୍ରତାପପୁର ବୁଢ଼ାବଳଙ୍ଗ ସେତୁ: ନିର୍ମାଣ କାମ ବନ୍ଦ କଲେ ଗ୍ରାମବାସୀ

ବଡ଼ସାହି,୧୬ା୯(ସ୍ବ.ପ୍ର.)-ବୁଢାବଳଙ୍ଗ ନଦୀରେ ନିର୍ମାଣାଧୀନ ସେତୁରେ ନିମ୍ନମାନର କାର୍ଯ୍ୟକୁ ନେଇ ରବିବାର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। କାଦୁଅ ମିଶା ବାଲି, ଚିପ୍ସ ଓ ନଷ୍ଟ ହୋଇ ଯାଇଥିବା ସିମେଣ୍ଟରେ ଚାଲିଥିବା ଢଳେଇ କାର୍ଯ୍ୟକୁ ଅଞ୍ଚଳବାସୀ ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି। ଏଥିନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ା ଫଳରେ ନିର୍ମାଣ ହେଉଥିବା ସେତୁର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ କୋଟି କୋଟି ଟଙ୍କା ନଦୀ ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ପ୍ରତାପପୁର ବଙ୍ଗଳାଠାରୁ ନିର୍ମାଣ ହେଉଥିବା ବୁଢାବଳଙ୍ଗ ନଦୀ ସେତୁ କାର୍ଯ୍ୟରେ ା
ପୂର୍ତ୍ତବିଭାଗ ପକ୍ଷରୁ ବାରିପଦା-ପ୍ରତାପପୁର-ବଡ଼ସାହି-ମାଣତ୍ରୀ(ବିପିବିଏମ୍‌) ରାସ୍ତାର ୧୫ କି.ମିଠାରେ ଥିବା ବୁଢାବଳଙ୍ଗ ନଦୀ ପ୍ରତାପପୁରଠାରେ ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ା ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ପରେ ବିଭାଗ ପକ୍ଷରୁ ୧୫ କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ ନେଇ ଟେଣ୍ଡର ହୋଇଥିଲା। ନିର୍ମାଣ କାର୍ଯ୍ୟ ଲାଗି ନବଦୁର୍ଗା ପ୍ରାଇଭେଟ ଲିମିଟେଡ ସଂସ୍ଥା ବିଭାଗ ସହିତ ଚୁକ୍ତିନାମା କରିଛିି ା ୫ଟି ପିଲର ଉପରେ ୬ଟି ସ୍ପାମ୍‌ ଓ ୨ଟି ଆର୍ବଟମେଣ୍ଟ ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ୪ମାସ ପୂର୍ବରୁ ଆରମ୍ଭ ହୋଇଛି ା ନଦୀର ପ୍ରତାପପୁର ପଟୁ ଗୋଟିଏ ଲେଖାଏଁ ଆବର୍ଟମେଣ୍ଟ ଓ ପିଲର ନିର୍ମାଣ କାର୍ଯ୍ୟ ଚାଲୁରହିଛି ା ଗ୍ର୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସେତୁର ସୂଚନା ଫଳକ ନାହିଁ ା ଢଳେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଲି ଓ ଚିପ୍ସରେ କାଦୁଅ ମିଶି ରହିଛି ା ନଦୀରେ ପାଣି ଭର୍ତ୍ତି ଥିବାରୁ ପରିଷ୍କାର ବାଲି ବ୍ୟବହାର ପରିବତ୍ତେର୍ର୍ କାଦୁଅ ମିଶା ବାଲିକୁ ଢଳେଇ କାର୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ପ୍ରତାପପୁର ପଞ୍ଚାୟତର ସମିତିସଭ୍ୟ ପାର୍ଥସାରଥି ପଣ୍ଡା ପ୍ରକାଶ କରିଛନ୍ତି ା ସେହିପରି ନିର୍ମାଣାଧୀନ ପିଲରର କଂକ୍ରିଟକୁ ସାମାନ୍ୟ ଆଘାତ ଦେବାରୁ ତାହା ଭାଙ୍ଗିଯାଉଛି। ଛୋଟ ଛୋଟ କାଦୁଅ ମିଶା ବଜୁରି ଚିପ୍ସ ଓ ନଷ୍ଟ ହୋଇଥିବା ସିମେଣ୍ଟକୁ ମିଶ୍ରଣ କରି ଢଳେଇ ହେଉଥିବା ଗ୍ରାମବାସୀ ପରମେଶ୍ୱର ବେହେରା, ସୁମନ୍ତ ସାହୁ, ଦିଲ୍ଲୀପ ସାହୁ, ଗୁରୁଚରଣ ବେହେରା, ଖଗେଶ୍ୱର ନାୟକ ପ୍ରମୁଖ ଅଭିଯୋଗ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ଢଳେଇ ପାଇଁ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର ହେଉଥିବାରୁ ସେତୁର ସ୍ଥାୟିତ୍ୱକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୂତ୍ତର୍ର୍ ବିଭାଗର ଏସ୍‌ଡିଓ ବିରଞ୍ଚି ପଣ୍ଡାଙ୍କୁ ପଚାରିବାରୁ ଗ୍ରାମବାସୀଙ୍କଠାରୁ ଅଭିଯୋଗ ପାଇଛି ଓ ସୋମବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri