ବଢୁଛି ରୋଗୀ ସଂଖ୍ୟା, ବ୍ୟବସ୍ଥା ନାହିଁ

ବାଲେଶ୍ୱର ଅଫିସ, ୧୬।୯(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତର, କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌ଙ୍କ ଅଭାବ ରହିଛି। ଫଳରେ ଏଠାକୁ ଆସୁଥିବା ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବେଳେବେଳେ ରୋଗୀମାନେ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଜିଲା ସମେତ ପଶ୍ଚିମବଙ୍ଗରୁ ଦିନକୁ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଟିକେଟ କାଉଣ୍ଟରରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ପୁରୁଷ ଓ ମହିଳାଙ୍କ ପାଇଁ ଟିକେଟ କାଉଣ୍ଟର ଖୋଲା ରହୁଥିବା ବେଳେ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ନିମନ୍ତେ ଥିବା ଟିକେଟ କାଉଣ୍ଟର କର୍ମଚାରୀ ଅଭାବ ଯୋଗୁ ବନ୍ଦ ରହୁଛି। ଏହାସହ ଆବଶ୍ୟକ ସଫେଇ କର୍ମଚାରୀ ନ ଥିବାରୁ ମୁଖ୍ୟ ଚିକିତ୍ସାଳୟ ପରିସରର ବିଭିନ୍ନ ସ୍ଥାନରେ ମଇଳା ଓ ଅପରିଷ୍କାର ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଡାକ୍ତରଖାନାରେ ପରିମଳ ବ୍ୟବସ୍ଥା ନ ସୁଧାରିଲେ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି।
ଏହି ହସ୍‌ପିଟାଲରେ ୩ଶହ ଡାକ୍ତର ଆବଶ୍ୟକତା ଥିବା ବେଳେ ମାତ୍ର ଅଛନ୍ତି ୧୮୦ଜଣ। ନୂତନ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ଅଲଗା ଅଲଗା ସ୍ଥାନରେ ଥିବାରୁ ଡାକ୍ତରୀ ଶିକ୍ଷା କରୁଥିବା ଛାତ୍ରୀଛାତ୍ରଙ୍କ ପ୍ରାକ୍ଟିକାଲ କରିବା ଲାଗି ସମସ୍ୟା ସୃଷ୍ଟି ହେଉଛି। ସରକାରଙ୍କ ସମସ୍ତ ଅନୁଦାନ ମୁଖ୍ୟ ଚିକିତ୍ସାଳୟ ପାଇଁ ଖର୍ଚ୍ଚ ହେଉଥିବାରୁ ମେଡ଼ିକାଲ କଲେଜ ଅବହେଳିତ ହେଉଛି। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ କରିଲେ ଏହି ସମସ୍ୟା ଦୂର ହୋଇପାରିବ ନାହଁି। ଆବଶ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ପାଇଁ କର୍ତ୍ତୃପକ୍ଷ ବିଚାର କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ‘ବାଲେଶ୍ୱର ସ୍ବାସ୍ଥ୍ୟ ବିକାଶ ସମିତି’ ପକ୍ଷରୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୋଗ (ଆର୍‌ଡ଼ିସି) କାର୍ଯ୍ୟାଳୟରେ ଆର୍‌ଡ଼ିସି ଅନିଲ କୁମାର ସାମଲ, କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଫକୀରମୋହନ ମେଡ଼ିକାଲ କଲେଜ ଡିନ୍‌ ଡା. ପ୍ରତାପ ରଥ, ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ ପ୍ରମୁଖଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନ ନେଲେ ଅବସ୍ଥା ସୁଧୁରିବା କଷ୍ଟକର ହୋଇପଡିବ।
୨୦୧୮ ସେପ୍ଟେମ୍ବର ୩ ତାରିଖ ଫକୀରମୋହନ ମେଡ଼ିକାଲ କଲେଜ ଶୁଭାରମ୍ଭ ହୋଇଥିଲା। ୧୦୦ ସିଟ୍‌ ବିଶିଷ୍ଟ ଉକ୍ତ ମେଡ଼ିକାଲ କଲେଜର ରାଜ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ୮୫ଟି ସିଟ୍‌ ଓ ସର୍ବଭାରତୀୟସ୍ତରରେ ୧୫ ଛାତ୍ରୀଛାତ୍ରଙ୍କ ପାଇଁ ସଂରକ୍ଷିତ ରହିଛି। ୨୦୧୮-୧୯ ଶିକ୍ଷାବର୍ଷରେ ୯୯ଜଣ ଛାତ୍ରୀଛାତ୍ର ନାମ ଲେଖାଇ ଥିବାବେଳେ ଚଳିତବର୍ଷ ୧୦୦ରୁ ୧୦୦ ଯାକ ସିଟ୍‌ରେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ମେଡ଼ିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିକୁ ସୁଦୃଢ଼ ନ କଲେ ଜିଲାବାସୀ ନିଶ୍ଚିତ ଭାବେ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ରହିବେ।
ଏ ସମ୍ପର୍କରେ ଫକୀରମୋହନ ମେଡ଼ିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ କହନ୍ତି, ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ‘ବାଲେଶ୍ୱର ସ୍ବାସ୍ଥ୍ୟ ବିକାଶ ସମିତି’ ଗଠନ କରାଯାଇ ପ୍ରଥମଥର ପାଇଁ ନୀତିନିୟମ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ମେଡିକାଲ କଲେଜର ଥିବା ସମସ୍ତ ଅସୁବିଧା, ସୁବିଧା ସହଜରେ ସମାଧାନ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?