ଆମ ଜିଲା ଖବର

ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ

ଦାରିଙ୍ଗବାଡ଼ି, ୨୬।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ମୃତ ଲୋକଙ୍କ ନାମରେ ହଜାର ହଜାର ଟଙ୍କା ଚଳୁ କରାଯାଇଥିବା ଘଟଣା ପଦାକୁ ଆସିଛି। ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି ମୃତ…

ଯୁବକଙ୍କୁ ହତ୍ୟା ଅଭିଯୋଗ; ବଡ଼ବାପାଙ୍କ ସମେତ ୩ ଗିରଫ

ଆସିକା,୨୬ା୮(ଡି.ଏନ୍‌.ଏ.)-ଆସିକା ଥାନା ବଜ୍ରକୋଟ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଟୁକୁନା ନାହାକ (୩୦)। ଏନେଇ ମୃତ ଟୁକୁନାଙ୍କ ବାପା ଆସିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ.୨୭୩/୧୯ରେ ମାମଲା ରୁଜୁକରି ଗ୍ରାମର ଅର୍ଶୁଲୁ…

ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌

ବ୍ରହ୍ମପୁର ଅଫିସ୍‌,୨୬ା୮-ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରେଶ୍ୱର ଭବନ ଠାରେ ରବିବାର ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ…

ପୌରସଂସ୍ଥାର ପ୍ରାକ୍ତନ ସଦସ୍ୟା, ସଦସ୍ୟଙ୍କୁ ମିଳୁ ପେନ୍‌ସନ

ବ୍ରହ୍ମପୁର ଅଫିସ,୨୬ା୮-ବ୍ରହ୍ମପୁର ପୌର ନିଗମ (ବିଏମସି)ର ପୂର୍ବତନ କାଉନସିଲର ଓ କର୍ପୋରେଟର ସଂଘର ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି । ଏମ୍‌ପି ଓ ବିଧାୟକଙ୍କ ଭଳି ପୌରସଂସ୍ଥାକୁ ନିର୍ବାଚିତ ହୋଇଥିବା ପୂର୍ବତନ ସଦସ୍ୟା, ସଦସ୍ୟମାନଙ୍କ ପାଇଁ ସରକାର ପେନସନ ଯୋଜନା କାର୍ଯ୍ୟକାରୀ…

ନଦୀରେ ଭାସିଯାଇ ଯୁବକ ମୃତ, ରାସ୍ତାରୋକୋ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େୟାପଲ୍ଲୀଠାରେ ରବିବାର ସକାଳ ପ୍ରାୟ ୧୦ଟାରେ ବୋଡ଼ାନଦୀରେ ଶ୍ରମିକ ରାଜ କୁମାର ଲେଙ୍କା ଭାସି ଯାଇଥିଲେ। ବେଲଗୁଣ୍ଠା ଦମଳକ ବାହିନୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ। ସେଠାରେ ରାଜକୁମାରଙ୍କୁ ଡ଼ାକ୍ତର ମୃତ…

ଟୋଲ ଆଦାୟ ନେଇ କୁହୁଳୁଛି ଅସନ୍ତୋଷ

କେନ୍ଦୁଝର, ୨୬ା୮(ଡି.ଏନ.ଏ.)-ଜାତୀୟ ରାଜପଥ ୨୦ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା କମ୍ପାନୀକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚୁକ୍ତିନାମା କରାଯାଇ ନୂତନ ଭାବେ ନିର୍ମାଣ ପାଇଁ ଦିଆଯାଇଥିଲା। ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ୧୬୬.୧୭୩ କି.ମି. ରାସ୍ତା ବୋଲି ଜଣାଯାଇଛି। ତେବେ ରାସ୍ତା…

କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ନିର୍ଦ୍ଦେଶ: ଶିଶୁ ପାର୍କରେ ଝୁଲୁଛି ତାଲା

ଆନନ୍ଦପୁର,୨୬। ୮(ସ୍ବ.ପ୍ର.)- ଆନନ୍ଦପୁର ଶିଶୁ ପାର୍କରେ ଝୁଲୁଛି ତାଲା। ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ନିବନିର୍ମିତ ଶିଶୁ ପାର୍କ ଗତ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଉଦ୍‌ଘାଟନ ପର୍ବ ଶେଷ କରାଯାଇଥିଲା। ହେଲେ ଏହି ଉଦଘାଟିତ ଶିଶୁ ପାର୍କଟି ଅଦ୍ୟାବଧି…

ମକାର ଅଭାବୀ ବିକ୍ରି: ବନବାସୀ ହତାଶ

କେନ୍ଦୁଝର, ୨୬ା୮ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ପାହାଡିଆ ଅଞ୍ଚଳର ମୃତ୍ତିକା ମକାଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ଅଳ୍ପ ବର୍ଷାରେ ମକା ଫସଲ ହେଉଥିବାରୁ ବର୍ଷାଦିନେ ପାହାଡିଆ ଅଞ୍ଚଳର ବହୁ ଜମିରେ ମକାଚାଷ ହୋଇଥାଏ। ବନବାସୀମାନେ ମକା ଚାଷ କରି ଏହାକୁ ବିକି…

ସଫା ହେଲାନି ମୂର୍ତ୍ତି ବିସର୍ଜନ ପୋଖରୀ

ଚମ୍ପୁଆ,୨୬। ୮(ଡି.ଏନ.ଏ.)-ଆସୁଛି ପାର୍ବଣ ଋତୁ। ଆଗକୁ ବିଭିନ୍ନ ପୂଜା ପରେ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରଯିବ। ସେଥିପାଇଁ ପ୍ରଶାସନ ପୂର୍ବରୁ ସଜାଗ ରହିବା ଦରକାର। କିନ୍ତୁ ଚମ୍ପୁଆ ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ମୂର୍ତ୍ତି ବିସର୍ଜନ ଫଳରେ…

ଜରାଶ୍ରମ ଖୋଜୁଛନ୍ତି ବଟକୃଷ୍ଣ

ଆରଡ଼ି, ୨୬।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରାପାଟଣା ଗଁାର ୮୦ ବର୍ଷୀୟ ବୃଦ୍ଧ ବଟକୃଷ୍ଣ ଜେନା ଏବେ ଏକୁଟିଆ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ୨୦ ବର୍ଷ ତଳେ ମିଳିଥିବା ଇନ୍ଦିରା ଆବାସ ଭାଙ୍ଗିରୁଜି ଅସୁରକ୍ଷିତ ହୋଇପଡ଼ିଥିଲେ ବି…

ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ନ ଥିଲା ପରି ଚାଲିଛି। କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ…

ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଉଦ୍ୟମ, ବିଭାଗୀୟ ଅଧିକାରୀଙ୍କ ସହ ସରୋଜିନୀଙ୍କ ଆଲୋଚନା

ବାରିପଦା ଅଫିସ,୨୬ା୮- ମୟୂରଭଞ୍ଜ ଜିଲାର କଳାବାଡିଆ-ବାଙ୍ଗିରିପୋଷି, ଯଶୀପୁର- ଚମ୍ପୁଆ, ଆନନ୍ଦପୁର-ଠାକୁରମୁଣ୍ଡା – ଉଦଳା – ବାରିପଦା, ନୀଳଗିରି – କପ୍ତିପଦା – ବାରିପଦା ଏବଂ ଭଦ୍ରକ – ଆନନ୍ଦପୁର -କରଞ୍ଜିିଆ – ସିଙ୍ଗଡା ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?