ଜିଲା ଶ୍ରମ ଅଫିସ ଆଗରେ ବିକ୍ଷୋଭ ସମାବେଶ

ବ୍ରହ୍ମପୁର ଅଫିସ,୧୭ା୯-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ୟୁନିୟନ ଗଞ୍ଜାମ ଜିଲା ଶାଖା ପକ୍ଷରୁ ସୋମବାର ବ୍ରହ୍ମପୁରସ୍ଥ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସମାବେଶ କରାଯାଇଥିଲା। କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ମୌଳିକ ସମସ୍ୟା ସମାଧାନ ଏବଂ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରି ପ୍ରଦାନ ସମେତ ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। ବହୁ ସଂଖ୍ୟକ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ା ଦାବିପତ୍ର ଜିଲା ଶ୍ରମ ଅଧିକାରୀଙ୍କୁ ଦିଆଯାଇଥିଲା ।
ଦାବିଗୁଡ଼ିକ ମଧ୍ୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ସରକାର ଦେଉଥିବା ପ୍ରାପ୍ୟର ଏକ ପଞ୍ଚମାଂଶ ଅର୍ଥାତ୍‌ ୧୮% ଜିଏସ୍‌ଟି ବାବଦରେ ସମ୍ପୃକ୍ତ ଏଜେନ୍ସି କାଟି ଦେଉଛି। ତେଣୁ ଆଉଟସୋର୍ସିଂ ବ୍ୟବସ୍ଥାରୁ ଜିଏସ୍‌ଟିକୁ ବାଦ ଦେବା, ବର୍ତ୍ତମାନ ବଜାର ଦରକୁ ଦୃଷ୍ଟିରେ ରଖି ମଜୁରି ବୃଦ୍ଧି, ପ୍ରତି ମାସ ପ୍ରଥମ ସପ୍ତାହ ସୁଦ୍ଧା ମଜୁରି ପ୍ରଦାନକୁ ନିଶ୍ଚିତ କରାଯିବା ଇତ୍ୟାଦି ଅନ୍ତର୍ଭୁକ୍ତ। ସେହିପରି ଏଜେନ୍ସି ବଦଳିଲେ ପୂର୍ବ ଏଜେନ୍ସି ଦ୍ୱାରା କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ରଖାଯିବା, ଏଜେନ୍ସି ଦ୍ୱାରା ସଂଗୃହୀତ ଇପିଏଫ ଟଙ୍କା ନିୟମିତ ଓ ଠିକଣା ଭାବେ ଜମା ହେବାର ବ୍ୟବସ୍ଥା କରାଯିବା, ଇଏସ୍‌ଆଇ ସୁବିଧା ଉପଲବ୍ଧ ପାଇଁ ମଧ୍ୟ ଦାବି ପତ୍ରରେ ଦର୍ଶାଯାଇଛି।
ଆଦର୍ଶ ବିଦ୍ୟାଳୟଗୁଡିକରେ ରାତ୍ର ଜଗୁଆଳିଙ୍କୁ ଝାଡ଼ୁଦାର ଦାୟିତ୍ୱକୁ ସଂଘ ବିରୋଧ କରିଛି। ପୃଥକ କର୍ମଚାରୀ ନିୟୋଜିତ କରାଯିବା, ସରକାରୀ କର୍ମଚାରୀଙ୍କ ଭଳି ଛୁଟି ବ୍ୟବସ୍ଥା, ସାମାଜିକ ସୁରକ୍ଷା ବ୍ୟବସ୍ଥାନୁସାରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବୀମାଭୁକ୍ତ ସହ ପେନସନ ବ୍ୟବସ୍ଥା କରାଯିବା ଏବଂ ମହିଳା ଆଉଟସୋର୍ସିଂ କର୍ମଚାରୀଙ୍କୁ ସବେତନ ମାତୃତ୍ୱ ଛୁଟି ପାଇଁ ମଧ୍ୟ ସଂଘ ଦାବି କରିଛି । ଆନ୍ଦୋଳନର ନେତୃତ୍ୱ ଜିଲା ସଭାପତି ପୂର୍ଣ୍ଣପ୍ରିୟା ପାତ୍ର, ସମ୍ପାଦକ ପ୍ରଶାନ୍ତ ପରିଚ୍ଛା, ଯୁଗ୍ମ ସମ୍ପାଦକ ବଳରାମ ପାତ୍ର ଓ ଗଣେଶ ସାହୁ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri