ଚିନ୍ତାରେ ମାଟି କାରିଗର,ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ

ଯାଜପୁର ଅଫିସ,୧୭-୯- ଗଣେଶ ପୂଜା ପରେ ଶିଳ୍ପ ସମୃଦ୍ଧ, ସାଂସ୍କୃତିକ ତଥା ଐତିହ୍ୟ ସମ୍ପନ୍ନ ଯାଜପୁର ଜିଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ପାର୍ବଣ ଋତୁ ଆରମ୍ଭ ହୋଇସାରିଛି ମଙ୍ଗଳବାର କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ବିଶ୍ୱ ନିର୍ମାତା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଆରମ୍ଭ ହେବାକୁ ଯାଉଛି। ଏହି ପୂଜା ପାଇଁ ବର୍ତ୍ତମାନ ସହରର ଚାରିଆଡେ ଅଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଓ ଭକ୍ତିଭାବରେ ଭକ୍ତ ନିଜକୁ ସମର୍ପିତ କରିବାକୁ ତପତ୍ର ରହିଛନ୍ତି। ଦେବଶିଳ୍ପୀଙ୍କ ମୂର୍ତ୍ତି ଓ ତୋରଣ ସାଜସଜ୍ଜାକୁ ଆକର୍ଷଣୀୟ କରିବା ପାଇଁ ନିୟୋଜିତ କାରିଗରମାନେ ଲାଗି ପଡିଛନ୍ତି। ଏହିକ୍ରମରେ ଯାଜପୁରରୋଡ ଗଣେଶ ମାର୍କେଟସ୍ଥିତ ଏକ ମୂର୍ତ୍ତି କାରିଗର ଦୋକାନରେ ଦେବଶିଳ୍ପୀଙ୍କ ମୂର୍ତ୍ତି କିଣିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଯାଜପୁର ଜିଲା ରସୁଲପୁର ବ୍ଲକ ବାଲିପାଟଣା ଗ୍ରାମର ଅଜୟ ରଣା(୩୨) ଦୀର୍ଘ ୭ବର୍ଷ ହେଲା ଏଠାରେ ମୂର୍ତ୍ତି ତିଆରି କରି ଆସୁଛନ୍ତି ା ତେବେ ଦେବଶିଳ୍ପୀଙ୍କ ମୂର୍ତ୍ତି ସେତେଟା ବିକ୍ରି ହେଉ ନ ଥିଲେ ହେଁ ୫୦ରୁ ୬୦ଟି ମୂର୍ତ୍ତି ବିକ୍ରି ହେଉଥିବା ସେ ପ୍ରକାଶ କରିଛନ୍ତି। ଏଥିରେ କଳା, ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଯାଜପୁର ଜିଲା ତଥା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ବିଶ୍ୱକର୍ମା ପୂଜା ସେତେଟା ଆଡମ୍ବରରେ ହେଉ ନ ଥିବା ମନେ ହେଉଛି। ଏହାବାଦ୍‌ କାରିଗର ଅଜୟଙ୍କ ତୂଳୀରେ ମା’ ଦୂର୍ଗାଙ୍କ ମୂର୍ତ୍ତି, ଲକ୍ଷ୍ମୀ, ଗଣେଶ ଓ ସ୍ବରସ୍ବତୀ, କାଳୀ ମୂର୍ତ୍ତି ନିର୍ମାଣ ହୋଇଥାଏ। ଅଜୟଙ୍କ କହିବା ଅନୁସାରେ ମୂର୍ତ୍ତି ତିଆରିରେ ବାର୍ଷିକ ୧ରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ ହୋଇଥାଏ। ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନ ଥିବାରୁ ଆଜିର ମହଙ୍ଗା ଯୁଗରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି। ମାଟ୍ରିକ ଶିକ୍ଷା ପରେପରେ ଅଜୟ ଏହି ବୃତ୍ତିକୁ ଆପଣାଇଛନ୍ତି। ତାଙ୍କ ବାପା ରାଜୀବ ରଣା ଦୀର୍ଘ ୫୦ବର୍ଷ ଧରି ମୂର୍ତ୍ତି ତିଆରି କରି ଆସୁଥିଲେ। ବୟସ ହେବା ପରେ ସେ ଆଉ ମୂର୍ତ୍ତି ନିର୍ମାଣ କରିପାରୁ ନାହାନ୍ତି। ଅଭିମନ୍ୟୁ ରଣା ଓ ବିକ୍ରମ ସାହୁଙ୍କୁ ସହାୟକ କାରିଗର ଭାବେ ନେଇ ଅଜୟ ଏଠାରେ ମୂର୍ତ୍ତି ତିଆରି କରି ବ୍ୟବସାୟ କରି ଆସୁଛନ୍ତି। ଚଳିତ ବର୍ଷ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୂର୍ତ୍ତି ସେତେଟା ବିକ୍ରି ହେଉ ନ ଥିବାରୁ ସେ ନିରାଶ ହୋଇପଡିଛନ୍ତି ା ହସ୍ତଶିଳ୍ପ କାରିଗରଙ୍କ ଆର୍ଥିକ କ୍ଷେତ୍ରରେ ବିକାଶ ପାଇଁ ସରକାର ବହୁବିଧ ଯୋଜନା କରିଥିଲେ ହେଁ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ର ପକ୍ଷରୁ ତାଙ୍କୁ ଏଯାଏ କୌଣସି ସହାୟତା ପ୍ରଦାନ କରିନାହାନ୍ତି ବୋଲି ଅଜୟ କହିଛନ୍ତି। ବିଭିନ୍ନ ଶିଳ୍ପସଂସ୍ଥାରେ ସାଧାରଣ ଭାବେ ବିଶ୍ୱକର୍ମା ପୂଜା ହେଉଥିବାବେଳେ କାଳିଆପାଣି ଅଞ୍ଚଳର ବିଭିନ୍ନ ଖଣି କମ୍ପାନୀ ପକ୍ଷରୁ ବିଶ୍ୱକର୍ମା ପୂଜା ହୋଇଥାଏ। କିନ୍ତୁ ଚଳିତବର୍ଷ ଶିଳ୍ପ କାରଖାନା କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ କଳିଙ୍ଗନଗରର ବିଭିନ୍ନ କାରଖାନା ସମେତ ଟାଟା ମାଇନ୍ସ, ଜିନ୍ଦଲ ଷ୍ଟେନଲେସ ଖଣି, ଇମ୍ଫା, ଓଡ଼ିଶା ଖଣି ନିଗମ, ଫେକର, ମିଶ୍ରିଲାଲ, କମର୍ଦ୍ଦା ଆଦି ଖଣି ଅଞ୍ଚଳରେ ବିଶ୍ୱକର୍ମା ପୂଜାର ସେତେଟା ଉତ୍ସାହ ପରିଲକ୍ଷିତ ହୋଇନାହିଁ ା ତେବେ ଜିଲାର ନେସ୍କୋ, ପୂର୍ତ୍ତ ଓ ଗୃହ ନିର୍ମାଣ, ବିଦ୍ୟୁତ ବିଭାଗର ସମସ୍ତ ଖଣ୍ଡ, ଜନସ୍ବାସ୍ଥ୍ୟ ବିଭାଗ, ଟେଲିଫୋନ ଏକ୍ଲେଞ୍ଜ, ବସଷ୍ଟାଣ୍ଡ, ରେଲୱେ ଷ୍ଟେଶନ, ଅଟୋଣ୍ଡାଣ୍ଟ, ଟ୍ରକ ମାଳିକ ସଂଘ ପ୍ରଭୃତି ସ୍ଥାନରେ ବିଶ୍ୱକର୍ମା ପୂଜା ପାଳନ କରାଯାଉଛି। ଏତଦ୍‌ବ୍ୟତୀତ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ଯାନ୍ତ୍ରିକ ଦୋକାନ ଏବଂ ଶିଳ୍ପାନୁଷ୍ଠାନରେ ସମାରୋହରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri