ପାଇଖାନା ନ କଲେ ରାଶନ ସାମଗ୍ରୀ ମିଳୁନି

ପାତ୍ରପୁର,୧୭ା୯(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକର ୨୩ ପଞ୍ଚାୟତରେ ପ୍ରଶାସନର ଗୋଟିଏ ନିୟମ ଥିବାବେଳେ ଆନ୍ଧ୍ର ସୀମାକୁ ଲାଗିଥିବା କେଶରୀପଡ଼ା ପଞ୍ଚାୟତ ସଦରମହକୁମାରେ ଆକ୍ରୋଶମୂଳକ ଭାବେ ଅଲଗା ନିୟମ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାରେ ପାଇଖାନା ନିର୍ମାଣ ନକଲେ ରାଶନ ସାମଗ୍ରୀ ବନ୍ଦ କରାଯାଉଛି। ଗ୍ରାମ ହେବାଠାରୁ କେତେକ ବାସଗୃହ ସ୍ବଳ୍ପ ଜାଗାରେ ମନ୍ଦିର ଜମିରେ ନିର୍ମାଣ କରାଯାଇଛି। ସେହିପରି ଅନ୍ୟ କେତେକ ପରିବାର ମାତ୍ର ଦୁଇ ଡ଼େସିମିଲ ଜାଗାରେ ଘର ନିର୍ମାଣ କରିଛନ୍ତି। ପାଇଖାନା ପାଇଁ ସେଠାରେ ଜାଗା ନାହିଁ। ସରକାରୀ ଖାତା ଓ ମନ୍ଦିର ଜମିରେ ଘର ଥିବାବେଳେ ଆବାସ ଯୋଜନା, ଛାତ୍ରୀଛାତ୍ରମାନଙ୍କ ପ୍ରମାଣପତ୍ର ହେଉନାହିଁ। ଏପରିସ୍ଥଳେ ଗ୍ରାମବାସୀ ପ୍ରଥମେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ କେଉଁ ନିୟମରେ ପାଇଖାନା ନିର୍ମାଣ ନକଲେ ସାମଗ୍ରୀ ବନ୍ଦ କରାଗଲା ବୋଲି ଅଭିଯୋଗ କରି ଘେରାଉ କରିଥିଲେ। ଏନେଇ ବିଡ଼ିଓ କୌଣସି ଠିକ ତଥ୍ୟ ଦେଇପାରି ନ ଥିଲେ। ଫଳରେ ରାଶନ ସାମଗ୍ରୀ ତୁରନ୍ତ ପ୍ରଦାନ ଦାବିରେ ମହିଳା ଓ ପୁରୁଷ କାର୍ଯ୍ୟାଳୟ ଆଗରେ ବସିରହିଥିଲେ।
ଏନେଇ ବିଡ଼ିଓ ପ୍ରକାଶଚନ୍ଦ୍ର ଦାସଙ୍କୁ ପଚାରିବାରୁ ରାଶନ ସାମଗ୍ରୀ ବନ୍ଦ କରାଯାଇନି। ୨୦ ତାରିଖ ପର୍ଯ୍ୟନ୍ତ ସାମଗ୍ରୀ ଦେବାର ସମୟ ରହିଛି ବୋଲି କହିଥିଲେ। ଅନ୍ୟପଟେ ପଟ୍ଟା ପ୍ରଦାନ ପାଇଁ ଗ୍ରାମବସୀ ତହସିଲ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ପ୍ରଦାନ କରିଥିଲେ। ତୁରନ୍ତ ପଟ୍ଟା ପ୍ରଦାନ କଲେ ଆମେ ଆମ ଜାଗାରେ ପାଇଖାନା ନିର୍ମାଣ ସହ ଆବାସ ଯୋଜନାରେ ସାମିଲ ହେବୁ ବୋଲି କହିଥିଲେ। ଏନେଇ ତହସିଲଦାର ଶ୍ରୀନିବାସ ବେହେରାଙ୍କୁ ପଚାରିବାରୁ ତଦନ୍ତ ପରେ କିସମ ପରିବର୍ତ୍ତନ କରାଯାଇ ପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।
ଅନ୍ୟପଟେ ଆନ୍ଧ୍ରରେ ପାଇଖାନା ନିର୍ମାଣ ନକଲେ ରାଶନ ସାମଗ୍ରୀ ଓ ଭତ୍ତା ବନ୍ଦ କରିବା ନିୟମ ରହିଛି। ମାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ ଏପରି ନିୟମ ନାହିଁ। ସରକାରଙ୍କ ବିନା ନିୟମରେ କେବଳ ପାତ୍ରପୁର ବ୍ଲକର କେଶରୀପଡ଼ା ଗ୍ରାମରେ କିଭଳି ଆନ୍ଧ୍ର ନିୟମ ଲାଗୁହେଲା ସେନେଇ ଗ୍ରାମବାସୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଜାଣିଶୁଣି କିଛି ନେତାଙ୍କ ପ୍ରରୋଚନାରେ ଏପରି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦାବିପତ୍ର ପ୍ରଦାନବେଳେ ଭାଜପା ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ସମେତ ଗୁଡ଼ିପଦର ସରପଞ୍ଚ ୱାଇ. ମୋହନ ରାଓ, ପୂର୍ବତନ ସରପଞ୍ଚ ଆଇ. ବାଲ୍‌କ୍ରିଷ୍ଣା ଓ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri