ଆମ ଜିଲା ଖବର

ବେଲଗାମ ହେଲାଣି ନିଶା ଓଷଧ କାରବାର

ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ କରାଯାଉଛି ା ପୋଲିସ ଜାଣିଶୁଣି ନୀରବ ରହୁଥିବାରୁ ଏହା ନିଶା ଓଷଧ ବ୍ୟବସାୟୀମାନଙ୍କୁ ବେଶ୍‌…

ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ସୂଚନା ଫଳକ

ପଦ୍ମପୁର, ୩୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାରେ ଲଗାଯାଇଥିବା ସୂଚନା ଫଳକ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ୧୮ କି.ମି. ରାସ୍ତାର ଏବେ ପୁନଃନିର୍ମାଣ ଓ ମରାମତି ଚାଲିଛି।…

ପୋଖରୀ, ନାଳ ପାଣି ଭରସା

ପଦ୍ମପୁର, ୩୧।୮(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳି ଆଡିଆ ଗ୍ରାମ ଲୋକଙ୍କୁ ଏବେ ଭରସା ପୋଖରୀ ଓ ନାଳ ପାଣି। ୮ ମାସ ଧରି ଗଁାରେ ଥିବା ସରକାରୀ ନଳକୂପରୁ ଲୁଣାପାଣି ବାହାରୁଛି। ଫଳରେ ଏଠାରେ ବସବାସ…

ଜମ୍ଭୀରା ପ୍ରକଳ୍ପର ସମୀକ୍ଷା କଲେ ସରୋଜିନୀ, କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ

ବାରିପଦା ଅଫିସ,୩୧ା୮-ବାରିପଦା ସହରର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ ଜମ୍ଭୀରା ଜଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣରେଖା ସେଚ ପ୍ରକଳ୍ପ ଅଧୀନରେ ଥିବା ଜମ୍ଭୀରା ଜଳଭଣ୍ଡାରରୁ ବାରିପଦା ସହରକୁ ଜଳ…

ଧାରଣା ପୂର୍ବରୁ ନିଲାମ ହେଲା ୫ ପୋଖରୀ

ରଣପୁର,୩୧।୮(ସ୍ବ.ପ୍ର.)-ବାରମ୍ବାର ପୋଖରୀ ନିଲାମ ବାତିଲ ହେବା ପରେ ରଣପୁର ବ୍ଲକ ବୃନ୍ଦାବନପୁରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଧାରଣା ଦେବା ପାଇଁ ସଜବାଜ ହେଉଥିବାବେଳେ ବିବାଦୀୟ ପୋଖରୀ ସମେତ ୫ପୋଖରୀ ନିଲାମ ହୋଇଛି…

ବିଭିନ୍ନ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ବ୍ୟବସ୍ଥା ୧୯୪ରୁ ୧୦୬ଟି ପାଇଁ ଅର୍ଥ ମଞ୍ଜୁର ସମ୍ପୂର୍ଣ୍ଣ ହୋଇଛି ୪୦

ନୟାଗଡ଼ ଅଫିସ,୩୧ା୮: ପ୍ରତି ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ସରକାରୀ ବ୍ୟବସ୍ଥା ରହିଛି। କିନ୍ତୁ ନୟାଗଡ଼ ଜିଲାର ସମସ୍ତ ପଞ୍ଚାୟତରେ ଏହା ନିର୍ମାଣ ହୋଇପାରି ନାହିଁ। ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ମୋଟ ୧୯୪ ପଞ୍ଚାୟତରୁ ମାତ୍ର…

୧୧୪ ବର୍ଷର ପୌର ପରିଷଦ, ନାହାନ୍ତି ସ୍ଥାୟୀ ଅଧିକାରୀ

ବାରିପଦା ଅଫିସ,୩୧।୮- ୧୧୪ ବର୍ଷର ସର୍ବପୁରାତନ ବାରିପଦା ପୌର ପରିଷଦର ଏକ ସ୍ବାତନ୍ତ୍ର୍ୟ ରହିଛି। ଏହି ପୌର ପରିଷଦରେ ଉତ୍କଳମଣି ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଗୌରବମୟ ଇତିହାସକୁ ମନେ ପକାଇବା ପାଇଁ ସ୍ବାୟତ୍ତଶାସନ ଦିବସ ଅବସରରେ ବାରିପଦା…

ଦୈନିକ ୧୧୬ ଟଙ୍କାରେ କାମ କରୁଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ପଣ୍ଡା(୪୫) ନାମକ ଜଣେ ଦିବ୍ୟାଙ୍ଗ ଦୈନିକ ୧୧୬ ଟଙ୍କାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଚୁକ୍ତିଭିତ୍ତିକ ଚାକିରି ନିଯୁକ୍ତିରୁ ସରକାରୀ ହେବାକୁ ନେଇ…

ସଚେତନତାର ବାର୍ତ୍ତା ବାଣ୍ଟୁଥିବା ୨ ଯୁବ ରୋଟାରିଆନଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୩୧।୮-ପୃଥିବୀରେ ସେଭ୍‌ ୱାଟର, ସେଭ୍‌ ଫୁଏଲ୍‌, ସେଭ୍‌ ଆର୍ଥ ଆଣ୍ଡ ଫିଟ୍‌ ଫର୍‌ ଇଣ୍ଡିଆ ସଚେତନତା ବାର୍ତ୍ତା ନେଇ କେରଳର କାଲିକଟରୁ ବାହାରିଥିବା ୨ ଯୁବ ରୋଟାରିଆନ କେ. କେ. ରାଜିତ ଓ ପ୍ଲାଇସ୍‌ କେ.ଭି. ଶୁକ୍ରବାର ବାଲେଶ୍ୱର…

ପୁଣି ଅଟୋରେ ପ୍ରସବ

ବାଲିଗୁଡା,୩୧ା୮.(ଡି.ଏନ.ଏ.) -ବାଲିଗୁଡା ଥାନା ଜକିକିଆ ଗ୍ରାମର ବାପି ଦିଗାଲଙ୍କ ସ୍ତ୍ରୀ ଜ୍ୟୋସ୍ନାଙ୍କୁ ଶୁକ୍ରବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଅଟୋ ଯୋଗେ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମେଡିକାଲ ହତା ଭିତରେ ଅଟୋରେ ଜ୍ୟୋସ୍ନା ଏକ ଶିଶୁ ପୁତ୍ର…

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ ଅଫିସ, ୩୧ା୮-ଫୁଲବାଣୀ ସହର ଡାମିଗାଁ ପାଖ ସାଲୁଙ୍କି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି…

ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର, ୩୧ା୮-ଏକ ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୋନାଲି ପଟ୍ଟନାୟକ ଶୁକ୍ରବାର ଦୋଷୀଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?