ହୋ ଯୁବ ପ୍ରତିଭା ଗାମାୟ

କପ୍ତିପଦା,୨୨ା୯(ଡି଼.ଏନ୍‌.ଏ,)- ନିଜ ରାଜ୍ୟ ଓ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ବିକାଶ ଓ ସାମାଜିକ ପରିବତ୍ତର୍ର୍ନ ପାଇଁ କାମ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତିି, ଗାମାୟ ରିମିଲ ସିଂ ଗଇପଇ(୨୩) । ତାଙ୍କ ଘର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ରାଣୀପୋଖରୀ ପଞ୍ଚାୟତ ପାଣ୍ଡୁସାହିରେ। ସେ ଅନ୍ୟ ଜଣେ ଯୁବ ପ୍ରତିଭା ଇଂ ବିକ୍ରମ ବିରୁଲିଙ୍କ ସହାୟତାରେ ହୋ ସମାଜର ବିକାଶ ଲାଗି ଡକ୍ୟୁମେଣ୍ଟାରୀ, ୱେବସାଇଟ୍‌ ଓ ନିଉଜ ଚ୍ୟାନେଲ ଆଦି ପ୍ରସ୍ତୁତ କରିଛନ୍ତି। ଏହିି ଚ୍ୟାନେଲ ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆରେ ଉପଲବ୍ଧ ହେଉଛି। ଗତ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି କଳାହାଣ୍ଡି ଜିଲା ଭବାନୀପାଟଣା ‘ଓୟୁଏଟି’ କେନ୍ଦ୍ର ପରିସରରେ ଅନୁଷ୍ଠିତ ସମାବେଶରେ ପ୍ରତିନିଧିତ୍ୱ କରିବା ଲାଗି ସେ ମନୋନୀତ ହୋଇଥିଲେ। ଓଡିଶା ହୋ ସମାଜ ପକ୍ଷରୁ ଗାମାୟାଙ୍କ ସମେତ ମୋଟ ୫ଜଣ ଯୁବ ପ୍ରତିଭାଙ୍କୁ ମନୋନୀତ କରାଯାଇଥିଲା। ସମ୍ଭାଦ-ଏ ଟ୍ରାଇବାଲ ଲିଡରସିପ ଶୀର୍ଷକ ଏହି ସମାବେଶରେ ଗାମାୟ ଭାଗ ନେଇଥିବାରୁ ତାଙ୍କୁ ହୋ ସମାଜ ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଓ ଟାଟା ଷ୍ଟିଲ ସହଯୋଗରେ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲାରୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ୨ଶହରୁ ଉର୍ଦ୍ଧ୍ୱ ଯୁବ ପ୍ରତିଭା ଭାଗ ନେଇଥିଲେ। ଏହା ପୂର୍ବରୁ ଗାମାୟ ଦିଲ୍ଲୀ ଜନ୍ତରମନ୍ତର ଠାରେ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ହୋଇଥିବା ରାଲିରେ ଯୋଗ ଦେଇ ଦ୍ୟଢ ଦାବି ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?