ଜିଲା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରୁରୀ ବୈଠକ : ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୨।୯(ଡି.ଏନ.ଏ.)
ଭବାନୀପାଟଣାସ୍ଥିତ କର୍ମଚାରୀ ଭବନଠାରେ ଶନିବାର ସନ୍ଧ୍ୟାରେ ଭାବଗ୍ରାହୀ ନାୟକଙ୍କ ସଭାପତିତ୍ୱରେ ଜିଲା ୪ର୍ଥ କର୍ମଚାରୀ ସଂଘ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଦେଷ୍ଟା ରୂପକେଶର ଦଳାଇ, ଅଶୋକ କୁମାର ନାଏକ, ଅମଲା ସଂଘ ସଭାପତି ସୁକାନ୍ତ ମହାପାତ୍ର, ୪ର୍ଥ ଶ୍ରେଣୀ ସଂଘ ଉପସଭାପତି ବିଶ୍ୱନାଥ ବାଗ, ସହ ସମ୍ପାଦକ ଡମ୍ବରୁଧର ବାଗ, କୋଷାଧ୍ୟକ୍ଷ ବିଶ୍ୱନାଥ ମୁଣ୍ଡ ଏବଂ ସଂଘ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ସଂଘ ସମ୍ପାଦକ ଶୁକଦେବ ମାଝି ସପ୍ତମ ବେତନ ମୁତାବକ ଘରଭଡା ଓ ତା.୧/୧/୨୦୧୬ରିଖଠାରୁ ବକେୟା ଥିବା ଶତକଡା ୬୦ % ଦରମା ତୁରନ୍ତ ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଥିଲା। ଯଦି ଏହା ପୂରଣ ନ ହେଲେ ଭବିଷ୍ୟତରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କ ନୀୟମ ମୁତାବକ ୪ର୍ଥ ଶ୍ରେଣୀ କର୍ମଚାରୀ ୧୦ ବର୍ଷ ଚାକିରୀ ଓ ୧୦ମ ପାସ କରିଥିଲେ, ଖାଲିଥିବା କନିଷ୍ଠ ସହାୟକ ପଦବୀରୁ ଶତକଡା ୧୦% ପଦୋନ୍ନତି ଦେବା କଥା । କିନ୍ତୁ ଜିଲାରେ ଗତ ୨୦୦୪ଠାରୁ ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ । ଏଥିପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜିଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ସଭାପତି ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ପାଦକ ଶୁକଦେବ ମାଝିୁ ଧନ୍ୟବାଦ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ...

ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା

କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri