ସଡକ ସୁରକ୍ଷା ନେଇ ସଚେତନ ଶୋଭାଯାତ୍ରା

ବୋଡେନ,୨୨।୯(ଡି.ଏନ.ଏ.)
ନୂଆପଡା ଜିଲା ବୋଡେନ ପୋଲିସ ପକ୍ଷରୁ ଶନିବାର ସଡକ ସୁରକ୍ଷା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୋଡେନ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିଙ୍କ ନେତୃତ୍ୱରେ ବୋଡେନ ହାଇସ୍କୁଲ ଓ କଲେଜର ଛାତ୍ରୀଛାତ୍ରୀମାନେ ପ୍ଲାକାର୍ଡ ଧରି ବୋଡେନ ହାଇସ୍କୁଲଠାରୁ ବୋଡେନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭଯାତ୍ରାରେ ଯାଇଥିଲେ । ଏହି ରାଲିରେ ବୋଡେନ ସରପଞ୍ଚ ନୃପରାଜ ତାଣ୍ଡି, ସମିତି ସଭ୍ୟ ସୌଦାଗର ସାହୁ, ସଚେତନ ନାଗରିକ ମଞ୍ଚ ସମ୍ପାଦକ ପର୍ଶୁରାମ ସେଠୀ, ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ କିଶୋର କୁମାର କର୍ଣ୍ଣ ଓ ପୋଲିସ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ। ଏହା ପରେ ବୋଡେନ ଥାନା ଅଧିକାରୀ ଥାନା ପରିସରରେ ସଡକ ସୁରକ୍ଷା ଉପରେ ସମସ୍ତଙ୍କୁ ବୁଝାଇଥିଲେ । ବିନା ହେଲମେଟରେ ଦୁଇ ଚକିଆ ଗାଡି ଚଲାନ୍ତୁ ନାହିଁ, ଗାଡି ଚଳାଇବା ବେଳେ ଫୋନ ବ୍ୟବହାର କରିବା ନାହିଁ, ମଦପିଇ ଗାଡି ଚଲାନ୍ତୁ ନାହିଁ, ଦୁଇ ଚକିଆ ଗାଡିରେ ଦୁଇ ଜଣରୁ ଅଧିକ ବସନ୍ତୁ ନାହିଁ, ଚାରି ଚକିଆ ଗାଡି ଚାଳକ ଓ ଯାତ୍ରୀ ସିଟ ବେଲ୍ଟ ବାନ୍ଧିବା ଆଦି ବିଷୟରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri