ଆମ ଜିଲା ଖବର

ଘାଟିରେ ଓଲଟିଲା ବିଜୁ ଗାଁ ବସ୍‌: ୧୨ ଯାତ୍ରୀ ଆହତ

କେନ୍ଦୁଝର, ୧୬ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ସୋମବାର ଏକ ବିଜୁ ଗାଁ ବସ୍‌ ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।…

ଟ୍ରକ୍‌ ଧକ୍କାରେ ଛାତ୍ରୀ ମୃତ: ଘଟଣାସ୍ଥଳରେ ଉତ୍ତେଜନା

ରସୁଲପୁର, ୧୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ଖଣ୍ଡାସ ଛକରେ ସୋମବାର ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ପଞ୍ଚାୟତ ବାଲିହୁଡା ଗ୍ରାମର ରୂପାଲି…

କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଆଠଗଡ଼, ୧୬।୯(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ରେଞ୍ଜ ଅନ୍ତର୍ଗତ ତିଗିରିଆ ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ସୋମବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ମୃତ ବାଘକୁ ଅଣାଯାଇ ତିଗିରିଆ ଫରେଷ୍ଟ ଅଫିସରେ ରଖାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର…

ଅଙ୍ଗନଓ୍ବାଡି କେନ୍ଦ୍ର ରୋଷେଇଘରୁ ମୃତଦେହ ମିଳିବା ଘଟଣା: ପୋଲିସ-ଜନତା ମୁହାଁମୁହିଁ

ଚିତ୍ରକୋଣ୍ଡା, ୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ ଘରୁ ରାଜୁ ହାନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସୋମବାର ମଧ୍ୟ ଉତ୍ତେଜନା ଲାଗିରହିଛି। ପୋଲିସ-ଜନତା…

ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ହତ୍ୟା

ଖପ୍ରାଖୋଲ, ୧୬।୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲରମ୍ବା ଥାନା ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ ଚିଟିକାମାଳ ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ସ୍ବାମୀ…

ମାଲକାନଗିରିରେ ନୂତନ ସିଡିଏମ୍‌ଓଙ୍କ ଯୋଗଦାନ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ସୋମବାର ନୂତନ ଜିଲା ଚିକିତ୍ସାଧିକାରୀ ଭାବେ ଡା. ଅଜୟ କୁମାର ବୈଠାରୁ ଯୋଗ ଦେଇଛନ୍ତି। ପୂର୍ବରୁ ସେ ମାଲକାନଗିରି ଅତିରିକ୍ତ ଜିଲା ଚିକିତ୍ସାଧିକାରୀ, ଶିଶୁକଲ୍ୟାଣ ଭାବେ କାର୍ଯ୍ୟ କରୁଥିବାବେଳେ ଏଠାରୁ…

କୋଇଲା ଅଭାବ: ଟିଟିପିଏସ୍‌ର ୩ଟି ୟୁନିଟ୍‌ ବନ୍ଦ

ତାଳଚେର,୧୬ା୯(ନି.ପ୍ର.): କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ଗୋଟି ୟୁନିଟ ରବିବାର ସନ୍ଧ୍ୟାରୁ ବନ୍ଦ ହୋଇଛି। ଫଳରେ ଉକ୍ତ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉପତ୍ାଦନ ହ୍ରାସ ପାଇଛି । ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଉ ଅଧିକ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନିମାପଡ଼ା,୧୬।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଜଳସେଚନ ବିଭାଗ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନିମାପଡ଼ାସ୍ଥିତ ବାସଭବନ, ସରକାରୀ ଅଫିସ, କ୍ୱାର୍ଟର୍ସ ସମେତ ବଳଙ୍ଗା…

ବନ୍ଧୁକ ଦେଖାଇ ଶ୍ରେଣୀଗୃହରୁ ଶିକ୍ଷୟିତ୍ରୀଙ୍କଠାରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ତିର୍ତ୍ତୋଲ,୧୬।୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କ ଠାରୁ ସୋମବାର ବନ୍ଧୁକ ଦେଖାଇ ସୁନାହାର ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେ ଆଜି ସକାଳେ ଶ୍ରେଣୀରେ ପଢ଼ାଉଥିବା ସମୟରେ ଦୁଇଜଣ ଯୁବକ…

ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ଉଦ୍ଧାର

କଣିହାଁ,୧୬।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ଥାନୀୟ ଟୋଲକବେଡ଼ା ଗ୍ରାମର ହାଡ଼ିବନ୍ଧୁ ଗଡ଼ନାୟକ(୫୫)। ସୂଚନା ଯେ, ସବୁଦିନ ପରି ସେ ରବିବାର ରାତିରେ ଏକ କୋଠରି…

ବିଧବା ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ ବସିଲେ ବ୍ଲକ ବାରଣ୍ଡାରେ

କାଲିମେଳା,୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ କୋଇମେଟଲା ଗ୍ରାମରେ କେତେଜଣ ବିଧବା ଓ ବୁଢ଼ାବୁଢ଼ୀ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଦୀର୍ଘ ବର୍ଷ ଧରି ବିଧବା ମହିଳାମାନେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ…

ବରଗଡ଼ ପଞ୍ଚାୟତ କଲେଜରେ ଛାତ୍ର ଆନ୍ଦୋଳନ: ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଜାରିରହିବ

ବରଗଡ଼ ଅଫିସ, ୧୬।୯: ବରଗଡ଼ ପଞ୍ଚାୟତ କଲେଜ ଛାତ୍ରୀଛାତ୍ର ବିଭିନ୍ନ ଦାବିନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜ ଫାଟକରେ ତାଲା ପକାଇବା ସହିତ ଦାବିନେଇ ନାରାବାଜି କରୁଛନ୍ତି। ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, କଲେଜକୁ ସ୍ବୟଂଶାସିତ ମାନ୍ୟତା, ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?