ଆମ ଜିଲା ଖବର

ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି, ଉପକୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ

କାକଟପୁର,୧୧।୯(ଡି.ଏନ୍‌.ଏ.): ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ହେବା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି।…

ବଡ଼ବିଲ ୱେ-ବ୍ରିଜ୍‌ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବଡବିଲ,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ରେଳ ପାର୍ଶ୍ୱ ରାସ୍ତାକଡ ୱେ-ବ୍ରିଜ୍‌ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ରାତିରେ ପୋଲିସ ଉଦ୍ଧାର କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା…

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାରଙ୍ଗ/ନରାଜ,୧୧।୯(ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମମୁଣ୍ଡ ତାରିଣୀ ମନ୍ଦିର ନିକଟରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁଣ୍ଡରେ କ୍ଷତ ଲାଗିଥିବା ବେଳେ ପରିଚୟ ମିଳିପାରି ନାହିଁ। ତେବେ ତାଙ୍କୁ ମାରି କେହି…

ତାରିଣୀ ମନ୍ଦିରରୁ ଚୋରି

ଭଦ୍ରକ ଅଫିସ,୧୧।୯:ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ଗବସାହି ତାରିଣୀମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମା’ଙ୍କ ମୁକୁଟ, ଚିତା ଏବଂ ଦାନ ହୁଣ୍ଡିକୁ ଲୁଟେରାମାନେ ତାଲା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି। ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଖରେ ଥିବା…

ପୁରୀ ପୋଲିସର ଡବଲ ଏନ୍‌କାଉଣ୍ଟର:ମୋଷ୍ଟ ଓ୍ବାଣ୍ଟେଡ ଟିକି ଖାଁ, ବିଶ୍ୱରଞ୍ଜନ ସାହୁ ଆହତ

ପୁରୀ ଅଫିସ, ୧୧-୯:ପୁରୀର ବିକାଶ ପାଇଁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରାଧୀ କ୍ଲିନ୍‌ ଡ୍ରାଇଭ୍‌। ହାର୍ଡକୋର ଅପରାଧୀଙ୍କୁ ଦମନ କରିବା ଲାଗି ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି…

ଆଠମାସ ପରେ ପରିବାରକୁ ଫେରିଲେ ବୃଦ୍ଧ: ସହଯୋଗର ହାତ ବଢ଼ାଇଲା ଆରପିଏଫ୍‌

ପୁରୀ ଅଫିସ, ୧୧-୯:କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ ଗତ ଜାନୁୟାରୀରେ ନିଖୋଜ ହୋଇଥିବା ବୃଦ୍ଧ ଜୟାନନ୍ଦ ନାଥ (୭୫ବଷ)ଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିିଛି ପୁରୀ ଆରପିଏଫ୍‌ ପୋଲିସ। ଦୀର୍ଘ ୮ମାସ ପରେ ନିଖୋଜ ବାପାଙ୍କୁ ପାଇ ପୁଅ ଦିଲୀପ ଏବଂ ପରିବାର…

ମାପଚୁପ ହେଲା ମଙ୍ଗୁ ମଠ: ଉଚ୍ଛେଦ ଛଡ଼ାଇ ନେଇଛି ଖୁସି, ଫିକା ପଡ଼ିଲା ସୁନିଆ

ପୁରୀ ଅଫିସ, ୧୧-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ ଭଙ୍ଗାଯାଉଛି। ଇତିମଧ୍ୟରେ ୨ଟି ପୁରାତନ ମଠ ଲଙ୍ଗୁଳି ଏବଂ ବଡ଼ ଆଖଡା ମଠ ମାଟିରେ ମିଶିଥିବା ବେଳେ ଏମାର ମଠ…

ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’: କାରଣ ଅସ୍ପଷ୍ଟ, ଉଭୟ ନିଖୋଜ

ନାଉଗାଁ, ୧୧-୯ (ସ୍ବ.ପ୍ର.):ନାଉଗାଁ ଥାନା ବଛାଳୋ ପଞ୍ଚାୟତ ପୋକାମୂଳ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ମାସର ଶିଶୁକନ୍ୟାକୁ ଧରି ଦେବୀ ନଦୀକୁ ଡେଇଁପଡିଥିବା ଜଣାପଡ଼ିଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଖର ସ୍ରୋତରେ…

ହୋମ୍‌ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ

ଜୟପୁର,୧୧।୯(ଡି.ଏନ୍‌.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍‌ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର ଜଣକ ପ୍ରାୟ ୪୫ ମିନିଟ୍‌ ଧରି ବନ୍ଦ କୋଠରିରେ ରହିବା ପରେ ଷ୍ଟାଣ୍ଡାର୍ଡ଼-୭ରେ ପଢୁଥିବା…

ଗାଡ଼ି ଧକ୍କାରେ ୨ ଛାତ୍ର ମୃତ

ଭଦ୍ରକ ଅଫିସ, ୧୧।୯:ଭଦ୍ରକ ସହର ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲୋକାଲ ରୋଡ୍‌ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ଛାତ୍ରଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା…

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା ପୁରୀ ଅଞ୍ଚଳର ନାନୁ ଦାସ (୨୨)ଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି…

ହୀରାକୁଦ ଡ୍ୟାମ୍‌:୨୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର, ୧୧-୯ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମରୁ ମଙ୍ଗଳବାର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ପ୍ରତି ସେକେଣ୍ଡରେ ୩ଲକ୍ଷ ୪୧ ହଜାର ୮୭୬ କ୍ୟୁସେକ ପାଣି ଡ୍ୟାମରୁ ନିଷ୍କାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?