ଜରାସିଂହା ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ,୧୨।୧୦(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ବିଜୟା ଦଶମୀରୁ ୫ଦିନ ଧରି ଚାଲିଥିବା ମା’ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ପାଟଖଣ୍ଡାଙ୍କ କାଳିସୀ ବରୁଆଙ୍କ ଦେହରେ ଲାଗି ସ୍ବତନ୍ତ୍ର ବାଦ୍ୟର ତାଳେ ତାଳେ ନୃତ୍ୟ କରି ମାନସିକଧାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ରାଜ ନଅର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ଛେଳି, ମେଣ୍ଢା ଆଦି ବଳି ପ୍ରଦାନ କରାଯାଇଥିଲା। ପୂଜାର୍ଚ୍ଚନା ପରେ ଭକ୍ତଙ୍କୁ ଶେଷ ଦର୍ଶନ ସହ ଆଶୀର୍ବାଦ ପ୍ରଦାନ କରି ଦେବତା ସ୍ବସ୍ଥାନ ଦେଝାର ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ ପରେ ଯାତ୍ରା ସମ୍ପନ୍ନ ହୋଇଥିଲା।
ଗୁରୁବାର ପାହାନ୍ତାରେ ମାନସିକ ରୋଗୀଙ୍କ ସହ ବିଭିନ୍ନ ରୋଗୀଙ୍କୁ ଦେବତା ଲୁହାର ଏକ ଶିକୁଳି ସ୍ପର୍ଶ କରି ରୋଗ ଛଡାଇବାର କାର୍ଯ୍ୟକ୍ରମ ହୋଇଥିଲା। ରାତିରେ ଅନୁଷ୍ଠିତ ନିଶିଗୁଡି ଯାତ୍ରାରେ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ଗୁହାରି କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏପରିକି ଅପୁତ୍ରିକଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ଫଳ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା ା ଅଧିଆ ପଡିଥିବା ଅପୁତ୍ରିକ ମାନସିକଧାରୀଙ୍କ ଉପରେ ନୃତ୍ୟରତ ଅବସ୍ଥାରେ ଦେବତା ଛିଡା ହୋଇ ବରପ୍ରଦାନ କାର୍ଯ୍ୟକ୍ରମ ଏଠାରେ ସମ୍ପୂର୍ଣ୍ଣ ନିଆରା। ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା ା ମା’ ପାଟଖଣ୍ଡା ଦେବୀଙ୍କ ଉପରେ ମାନସୀକଧାରୀଙ୍କ ଆସ୍ଥା ରହିଥିବାରୁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଯାତ୍ରାରେ ଜିଲା ତଥା ଜିଲା ବାହାରରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯାତ୍ରାରେ ମୀନା ବଜାର, ଦୋଳି ଲୋକଙ୍କ ଆକର୍ଷଣର କେନ୍ଦ୍ର ରହିଥିଲା। ମୁଖ୍ୟ ସେବାୟତ ସନ୍ତୋଷ ଥନାପତି, ମୁଖ୍ୟ ସେବକ ସାମନ୍ତ ଦୁର୍ଗାପ୍ରସାଦ ସିଂ ଦେଓ, ପଣ୍ଡିତ ଅସିତ କୁମାର ତ୍ରୀପାଠୀ, ଆଲୋକ ତ୍ରୀପାଠୀ, ଉଜ୍ଜ୍ୱଲ ଝାଙ୍କର, ଡା.ସରୋଜ କୁମାର ସାହୁ, ବିଏନ୍‌ଏଏ ସଭାପତି ସୁନ୍ଦରମଣି ଦଣ୍ଡସେନା, ୩୨ଦେହୁଲି ଗଣ, ବିଏନ୍‌ଏଏ ଯୁବକ ସଂଘ ଏବଂ ଜରାସିଂହା ଗ୍ରାମବାସୀ ଯାତ୍ରାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri