ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି କରିବା ସହ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ବିଶେଷକରି ଛୋଟଛୋଟ ପିଲାଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପରିବାର ଲୋକେ ଠାକୁରଙ୍କ ଶରଣ ପଶୁଥିବା ଘଟଣା ଶୁଣିବାକୁ ମିଳେ। ମାର୍ଶାଘାଇ ବ୍ଲକ ବେରୁହାଁ ପଞ୍ଚାୟତରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠି ଝୁଣା ଧୂପ, ଦୀପ ଦେଇ ପୂଜା କଲେ ମିଳିମିଳା ରୋଗୀ ସୁସ୍ଥ ହୋଇଥାନ୍ତି। ଏହା ମିଳିମିଳା ପୀଠ ଭାବେ ପରିଚିତ। ବିଭିନ୍ନ ରୋଗର ଚିକିତ୍ସା ଓ ମାଲିମକଦ୍ଦମାରୁ ସମସ୍ୟାରୁ ତ୍ରାହି ପାଇବା ସକାଶେ ଲୋକମାନେ ଏହି ମଠରେ ଆମିଷ ଘାଣ୍ଟିଆ ଲାଗି କରିଥାନ୍ତି। ଭକ୍ତିର ସହ ଡାକିଲେ ମା’ ଭକ୍ତଙ୍କ ଦୁଃଖ ସଂହାର କରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। କାହିଁ କେଉଁ ଅମଳରୁ ବିରାଟ ବଟ ବୃକ୍ଷ ମୂଳେ ଥିବା ସିନ୍ଦୂର ମଣ୍ଡିତ ଠାକୁରାଣୀଙ୍କ ମୂର୍ତ୍ତି ପୂଜା ପାଇଆସୁଛି। ପଣା ସଂକ୍ରାନ୍ତୀରେ ଏଠାରେ ଝାମୁ ଘଣ୍ଟ ଅନୁଷ୍ଠିତ ହୁଏ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିସହ ବର୍ଷକ ବାରମାସୀ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। କିନ୍ତୁ କ୍ରମେ ଏହି ମଠ ବିଭିନ୍ନ ସମସ୍ୟା ଘେରକୁ ଚାଲିଆସିଛି। ମା’ଙ୍କ ପୂଜା ପାଇଁ ଏଠାରେ ଜଣେ ବାବାଜୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ତାଙ୍କ ରହିବା ପାଇଁ ପକ୍କା ଘର ବ୍ୟବସ୍ଥା ନାହିଁ। ପୀଠ ପରିସରରେ ଗୋଟିଏ ନଳକୂପ ରହିଛି। ବିଭିନ୍ନ ପର୍ବପର୍ବାଣିରେ ଜନ ସମାଗମ ଯୋଗୁ ବ୍ୟବହାର ପାଇଁ ଏହା ଯଥେଷ୍ଟ ହେଉନି। ଏଥିସହ ମଠ ପରିସରକୁ ବିଦ୍ୟୁତ୍‌ ସଂଯୋଗ କରାଯିବାର ଆବଶ୍ୟକତା ରହିଛି। ଫଳରେ ପୀଠର ଉନ୍ନତୀକରଣ ପ୍ରତି ଦୃଷ୍ଟି ଦିଆଯିବାକୁ ବେରୁହଁା ସରପଞ୍ଚ ଲାବଣ୍ୟବତୀ ସେନାପତି, ମଙ୍ଗରାଜପୁର ସରପଞ୍ଚ ପ୍ରଦୀପ୍ତ ନାୟକ ଓ ସାମାଜିକ କର୍ମୀ ସର୍ବେଶ୍ୱର ଦାସ ପ୍ରମୁଖ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri