ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଡାକ୍ତର ନିଯୁକ୍ତି ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ, ୧୨।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ଡାକ୍ତର ଅଭାବ ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ହସ୍ପିଟାଲକୁ ଦୈନିକ ୫ ଶହରୁ ଅଧିକ ରୋଗୀ ଆସୁଥିବା ବେଳେ ଡାକ୍ତର ଅଭାବରୁ ଲୋକମାନେ ବାଧ୍ୟ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ଅଥବା କଟକ ବଡ଼ ମେଡିକାଲ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ତେବେ ତୁରନ୍ତ ଆବଶ୍ୟକ ଡାକ୍ତର ପଦବୀ ପୂରଣ କରିବାକୁ ଗତ ସେପ୍ଟମ୍ବର ୨୬ତାରିଖରେ କେନ୍ଦ୍ର ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ମାସ ମଧ୍ୟରେ ଏହି ପଦବୀ ପୂରଣ ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ଉକ୍ତ ହସ୍ପିଟାଲରେ ୭ଟି ବିଶେଷଜ୍ଞ ପଦ ମଧ୍ୟରୁ ଭେଷଜ ବିଶେଷଜ୍ଞ, ସର୍ଜରି ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ନିସ୍ତେଜକ ବିଶେଷଜ୍ଞ ପଦବୀ ଖାଲି ପଡିଛି। ସେହିପରି ୬ଟି ଆସିଷ୍ଟାଣ୍ଟ ସର୍ଜନ ପଦବୀ ଥିବା ବେଳେ ଏବେ ମାତ୍ର ୨ ଜଣ କାର୍ଯ୍ୟରତ ଅଛନ୍ତି। ବିଶେଷଜ୍ଞ ଡାକ୍ତର ପଦବୀ ସହିତ ଆବଶ୍ୟକ ଷ୍ଟାଫ୍‌ ନର୍ସ ଓ କର୍ମଚାରୀ ପଦବୀ ପୂରଣ ଲାଗି ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରିଆସୁଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୨୦୧୪ ରେ ଉପଖଣ୍ଡସ୍ତରୀୟ ହସ୍ପିଟାଲ ମାନ୍ୟତା ମିଳିଥିବା ବେଳେ ସ୍ଥାନୀୟ ଲୋକେ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ଥିଲା। ମାତ୍ର ଏ ଦିଗରେ କିଛି ପଦକ୍ଷେପ ନିଆ ନ ଯିବାରୁ ବରିଷ୍ଠ ସାମାଜିକ କର୍ମୀ ପାରେଶ୍ୱର ବିଶ୍ୱାଳ ୨୦୧୯ ଜୁଲାଇ ୨୬ ତାରିଖରେ ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନ୍‌ଏଚ୍‌ଆର୍‌ସିଙ୍କ ପକ୍ଷରୁ ଏହି ଦାବିକୁ ଗ୍ରହଣ କରାଯିବା ସହ ୨ ମାସ ମଧ୍ୟରେ ଆବଶ୍ୟକ ଡାକ୍ତର ପଦବୀ ପୂରଣ ପାଇଁ ଗତ ୨୬ ତାରିଖରେ ଚିଠି ମାଧ୍ୟମରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପଟ୍ଟାମୁଣ୍ଡାଇ ହସ୍ପିଟାଲଟି ରେଫେରାଲ୍‌ ସେକ୍ଟର ଭାବେ ମାନ୍ୟତା ପାଇଥିଲେ ହେଁ ଏଠାରେ ସେଭଳି କୌଣସି ସୁବିଧା ଉପଲବ୍ଧ ହୋଇନାହିଁ। ଏଠାରେ ରକ୍ତ ଭଣ୍ଡାର ଅଚଳ ଅବସ୍ଥାରେ ପଡ଼ିଥିବା ବେଳେ କର୍ମଚାରୀ ଅଭାବରୁ ରୋଗୀମାନେ ଉନ୍ନତ ସ୍ବାସ୍ଥ୍ୟସେବା ପାଇ ପାରୁନାହାନ୍ତି। ଏ ଦିଗରେ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ମୃତକଙ୍କୁ ଜୀବିତ ଦର୍ଶାଇ ୧୪ ଏକର ଜମି କିଣାବିକାରେ ଜାଲିଆତି: ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଲେ ଚାଷୀ,ରାଜରାସ୍ତାକୁ…

ଛତ୍ରପୁର, ୯।୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ମୌଜାରେ ଜମି କିଣାବିକାକୁ ନେଇ ଏକ ବଡ଼ ଧରଣର ଜାଲିଆତି ହୋଇଥିବା…

ଟ୍ୟୁସନ ସାରି ଘରକୁ ଫେରୁଥିଲେ, ସ୍କୁଟି ଆଗକୁ ଚାଲିଆସିଲା କୁକୁର: ନାବାଳକ ଗୁରୁତର, ମାନବିକତା ଦେଖାଇଲେ…

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ଶୋଚନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୫…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

ସ୍ତ୍ରୀଙ୍କୁ ଦେଉ ନ ଥିଲେ ଭରଣପୋଷଣ: କୋର୍ଟ ୱାରେଣ୍ଟ ବଳରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri