ଆମ ଜିଲା ଖବର

ବଙ୍ଗରଦୁଆ ଘାଟିରେ କାଠ ଗାର୍ଡ଼ ୱାଲ୍‌: ବିପଦପୂର୍ଣ୍ଣ ଘାଟିର ସ୍ଥାୟୀ ସମାଧାନ ନେଇ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟି ଏବେ ଦିନକୁ ଦିନ ବିପଦ ସଙ୍କୁଳ ହୋଇପଡିଛି। ରାସ୍ତା ପାଶ୍ୱର ମାଟି ଅତଡ଼ା ଖସିବା ସହ ପାହାଡ଼ ଉପରୁ ଗଛ ନଇଁ ପଡ଼ି ରାସ୍ତା ଅବରୋଧ କରୁଛି ।…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିରହିଛି ଅଳିଆ ଆବର୍ଜନା : ଘଟଣା ସ୍ଥଳରେ ଉତ୍ତେଜନା

ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ଆବର୍ଜନା ପଡ଼ିରହି ଗନ୍ଧ ହେଉଛି । ଏହାର ସଫେଇ କରାଯାଉ ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃ ବିଭାଗ ସମେତ ବାହ୍ୟ ବିଭାଗକୁ ସଫେଇ କରାଯାଉନାହିଁ। ଅସ୍ବାସ୍ଥ୍ୟକର ପରିବେଶ ଲାଗି…

ଗଣେଶ ପୂଜାର ଅନ୍ତିମ ଦିନ, ଭସାଣି ଉତ୍ସବ ଲାଗି ଚଳଚଞ୍ଚଳ ତାଳଚେର

ତାଳଚେର,୧୪।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଗଣେଶ ପୂଜାର ଶନିବାର ଅନ୍ତିମ ଦିବସ। ଏହି ଉପଲକ୍ଷେ ସହରରେ ଭସାଣି ଉତ୍ସବ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ଜିଲାପାଳ ମନୋଜ ମହାନ୍ତି, ଉପଜିଲାପାଳ…

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି, ୧୪।୯(ଡି.ଏନ୍‌.ଏ.: ମାଲକାନଗିରି ସୀମାରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଛତିଶଗଡ଼ର ଦନ୍ତଓ୍ବୋଡ଼ା ଜିଲାରେ ଥିବା କୁଟ୍ରିମା ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ ଭାବେ କୋମ୍ବିଂ ଅପରେସନ ଚଳାଇଥିଲେ।…

ଅସୁସ୍ଥ ଶାବକକୁ ଛାଡ଼ି ପଳାଇଲା ମା’ ହାତୀ: ଉଦ୍ଧାର ପରେ ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ପରଜଙ୍ଗ,୧୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାଇଗିଣିଆ ଗ୍ରାମ ଦଳିତ ବସ୍ତି ପାଖ ପଡିଆରୁ ଶନିବାର ଗ୍ରାମବାସୀ ଏକ ଅଣ୍ଡିରା ହାତୀ ଶାବକକୁ ଉଦ୍ଧାର କରିଛନ୍ତି। ଶାବକଟିର ବୟସ ପ୍ରାୟ ଏକ ମାସ ହେବ ବୋଲି…

ପିତୃପକ୍ଷ ଆରମ୍ଭ: ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି

ପୁରୀ ଅଫିସ,୧୪ା୯: ଶନିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ୧୫ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ପିତୃପକ୍ଷ…

ବନବିଭାଗର ମିଳିତ ଚଢ଼ାଉ: ୪୦ ହଜାର ଟଙ୍କାର ଶାଳ କାଠ ଜବତ, ୨ ଗିରଫ

କେନ୍ଦୁଝର, ୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟ ପ୍ରାଣୀ ବନଖଣ୍ଡ ଅଧୀନ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ସେକ୍ସନ ହାତୀକୁଚା ଗ୍ରାମରେ ବନବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ୨ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୪୦ ହଜାର…

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଗୁରୁତର: ୨ ଅଫୁଟା ଗୁଳି, ମାଉଜର ଜବତ

ଗଞ୍ଜାମ,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଜୟଶ୍ରୀଛକଠାରେ ଶନିବାର ଭୋରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ବ୍ରହ୍ମପୁର ଅଞ୍ଚଳ ଗୋଷାଣୀ ନୂଆଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଓରଫ କୋକୋ ଗୁରୁତର ହୋଇଛନ୍ତି। ତେବେ ତାଙ୍କ ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ…

ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି

କୋଣାର୍କ,୧୪ା୯(ଡି.ଏନ.ଏ): ଶୁକ୍ରବାର ଆମିକ୍‌ସ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ଦ୍ୱିତୀୟଥର ପାଇଁ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଗଣମାଧ୍ୟମକୁ ମନ୍ଦିର ଶତପ୍ରତିଶତ ସୁରକ୍ଷିତ ଥିବା କହିବା…

ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସେହି ଶ୍ରମିକ ଓ କର୍ମଚାରୀମାନଙ୍କ ଯାତାୟାତ…

ଅନିଶ୍ଚିତତାରେ ପ୍ରସ୍ତାବିତ ଟ୍ରକ ଟର୍ମିନାଲ

କୁଜଙ୍ଗ,୧୪।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଓ ବିଭିନ୍ନ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ପାଇଁ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରକ ପାରାଦୀପକୁ ଚଳାଚଳ କରୁଛି। ଏହି ଟ୍ରକ୍‌ ସଂଖ୍ୟା ମଧ୍ୟ ପ୍ରତି ମାସରେ ବଢି ଚାଲିଛି। ଫଳରେ ଦଇତାରୀ-ପାରାଦୀପ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଲଗାଣ ବର୍ଷା ଯୋଗୁ ଶଙ୍ଖାଳିଙ୍କ ମାଟିଘର କାନ୍ଥ ଭିଜିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?