ଆମ ଜିଲା ଖବର

କାଞ୍ଜିପାଣି ଘାଟିରେ ଓଲଟିଲା ବସ୍‌ : ୧୩ ଗୁରୁତର

କେନ୍ଦୁଝର,୨୦।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବନ୍ତଳା ରାସ୍ତାର କାଞ୍ଜିପାଣି ଘାଟିରେ ରବିବାର ମଧ୍ୟାହ୍ନରେ ଏକ ଘରୋଇ ରିଜର୍ଭ ବସ ଓଲଟି ପଡି ୧୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ ରହିଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ…

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୩୧୪ ବ୍ଲକ ପରିକ୍ରମା : ଯୋଡ଼ାରେ ପହଞ୍ଚିଲେ ସତ୍ୟବ୍ରତ

ଯୋଡ଼ା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିବା ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିଂଘ ଗ୍ରାମର ସତ୍ୟବ୍ରତ ଦାସ ରବିବାର କେନ୍ଦୁଝର ଜିଲା ଯୋଡ଼ାଠାରେ ପହଞ୍ଚିଛନ୍ତି। ଯୋଡ଼ାରେ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।…

୩ ପ୍ୟାକେଟ ଗଞ୍ଜେଇ ଜବତ: ୨ ଗିରଫ

ରାୟଗଡା ଅଫିସ,୨୦।୧୦: ରାୟଗଡ଼ା ରେଳ ଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ୨ଯୁବକଙ୍କୁ ରେଳବାଇ ସୁରକ୍ଷା ବଳ ପୋଲିସ ଗିରଫ କରି ସେମାନଙ୍କଠାରୁ ୩ ପ୍ୟାକେଟ ଗଞ୍ଜେଇ ଜବତ କରିଛି। ସେମାନେ ହେଲେ ଧୀରେନ୍ଦ୍ର ଏହିରୱାଲ (୩୦) ଓ…

ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର

ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ ଥିବାରୁ ବାରମ୍ବାର କଲ ଡ୍ରପ ହେବା ସହ କିଛି ଶୁଣାଯାଉନାହିଁ ା ନେଟ ସେବା…

ଆସୁଛି ଦୀପାବଳି: ରାସ୍ତା କଡ଼ରେ ଦୀପର ପସରା

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଦୀପର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ପର୍ବ ପାଖେଇ ଆସୁଥିବାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ମାଟି ଦୀପର ପସରା ରାସ୍ତା କଡ଼ରେ ଦେଖିବାକୁ ମିଳିଛି। ମାଟି ଦୀପ ବିକି କୁମ୍ଭାରମାନେ ମଧ୍ୟ…

ଗଛରେ ପିଟିହେଲା ବାଇକ୍‌ : ୨ ଯୁବକ ମୃତ

ସିମୁଳିଆ,୨୦।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଅଞ୍ଚଳରେ ଲକ୍ଷ୍ମୀପୂଜା ଅବସରରେ ଅପେରା ଦେଖିବା ପାଇଁ ଆସି ଦୁଇ ଯୁବକ ରବିବାର ଭୋର୍‌ ୪ଟାରେ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ତେବେ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ମୋହନଗିରି ଫରେଷ୍ଟର ରୁଦ୍ରପ୍ରସାଦ ଗହୀର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିଭାଗର ଜଣେ ପୂର୍ବତନ କର୍ମଚାରୀଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ରୁଦ୍ରପ୍ରସାଦ ୧୦ ହଜାର ଟଙ୍କା ଲାଞ୍ଚ…

ସମୁଦ୍ରରେ ବୁଡ଼ିଯାଉଥିବା ଦୁଇ ପର୍ଯ୍ୟଟକ ଉଦ୍ଧାର

ପୁରୀ ଅଫିସ,୨୦।୧୦: ସମୁଦ୍ରରେ ବୁଡ଼ିଯାଉଥିବା ବେଳେ ଦୁଇ ପର୍ଯ୍ୟଟକ ରବିବାର ଉଦ୍ଧାର ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ସନ୍ଧ୍ୟା କୁଣ୍ଡୁ ଓ ଟାଟା ନଗର ସେକ୍ଟର ୨ର ରୀନା ସିହ୍ନା। ସମୁଦ୍ର ସ୍ନାନ ସମୟରେ ହଠାତ୍‌ ଏକ ବଡ଼ଧରଣର ଲହଡ଼ି ଆସିବାରୁ…

ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଜଳେଶ୍ୱର ଷ୍ଟେଶନରେ ସମ୍ବର୍ଦ୍ଧନା

ଭୋଗରାଇ,୨୦।୧୦(ଡି.ଏନ୍‌.ଏ.): ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ନନ୍ଦନକାନନ ଏକ୍ସପ୍ରେସ୍‌ରେ ରବିବାର ଜଳେଶ୍ୱର ଷ୍ଟେଶନରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଗୁରୁଜୀ ଆଜି ଅପରାହ୍ନ ୪ଟାରେ ଭୋଗରାଇ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତିବାଦରେ କୋର୍ଟ ବର୍ଜନ

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ବର୍ଜନକୁ ଅବମାନନା ଦର୍ଶାଇ ବିଭିନ୍ନ ଓକିଲ ସଂଘକୁ ନୋଟିସ ଦିଆଯାଇଛି। ଏହାର ପ୍ରତିବାଦରେ ଭବାନୀପାଟଣା ଓକିଲ ସଂଘ ପକ୍ଷରୁ ସମସ୍ତ କୋର୍ଟ ବର୍ଜନ କରାଯାଇଛି। ଜିଲାର ମଦନପୁର ରାମପୁର, କେସିଙ୍ଗା, ଧର୍ମଗଡ଼, ଜୁନାଗଡ଼ ସମେତ…

୧୫ ଦାଦନ ଦଲାଲଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୯ଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୫ ଦାଦନ ଦଲାଲଙ୍କୁ ଗିରଫ କରିଛି। ଜିଲାରେ ଦାଦନ ଦଲାଲ ଅଧିକ ସକ୍ରିୟ ଥିବା ଖବର ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିକଟରେ ପହଞ୍ଚତ୍ବା ପରେ ତୁରନ୍ତ ସେମାନଙ୍କ ବିରୋଧରେ…

ଟ୍ରକ୍‌ ଚାପାରେ ଶିଶୁ ମୃତ, ପ୍ରତିବାଦରେ ରାସ୍ତାରୋକୋ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ଗୋରୁ ମାର୍କେଟ-ବ୍ରହ୍ମବିହାର ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌(ନଂ-ଓଆର ୧୭ ଏ ୯୧୭୧) ଚାପାରେ ଜଣେ ଶିଶୁପୁତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଶିଶୁ ଗାଇସିଲେଟ ବ୍ଲକ ନଟବରପୁର ଗ୍ରାମର ରାଜିନ୍ଦ୍ର ଦୀପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?