ଆମ ଜିଲା ଖବର

ଟଙ୍କା ନ ଦେଲେ ମିଳୁନି କାର୍ଯ୍ୟାଦେଶ

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦିଆଯାଉନାହିଁ। ଏ ନେଇ ସରପଞ୍ଚଙ୍କ ବିରୋଧରେ ବିଡିଓଙ୍କୁ ଫେରାଦ ହୋଇଛନ୍ତି ହିତାଧିକାରୀ। ଅଭିଯୋଗକାରୀ ସୋସିଆଲ ମିଡିଆରେ…

ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ହରିଦାସ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ହରିଦାସ ଭୁଏ ପାରା ପ୍ରୋଟେକ୍ସନ ଫୋର୍ସରେ ୨୦୦୨ ସାଲୁ ଚାକରି କରୁଥିଲେ। ତାକର ଜମିବାଡି ବଲି କିଛି ନାଇଁ, ପରିବାରଟା ମୂଲୁ ସୁଖବାସୀ ଆଏ। ହରିଦାସକଁର ଦରମା ଦୁରାକ ପରିବାରର ସାହାଭରସା…

ଘରପୋଡ଼ି ମାମଲାରେ ଯୁବକଙ୍କୁ ୮ବର୍ଷ ଜେଲ

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ଜିଲା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନସ କୁମାର ପଣ୍ଡା ଶନିବାର ଦଶପଲ୍ଲା କ୍ୟାମ୍ପ କୋର୍ଟରେ ଏକ ଘରପୋଡ଼ି ମାମଲାର ବିଚାର କରି ଜଣେ ଯୁବକଙ୍କୁ ୮ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। ଏହାସହ ୨ ହଜାର ଟଙ୍କା…

ଅସହାୟ ୬ ଅନାଥ ଭଉଣୀ ଭାଇ

ବଡ଼ସାହି,୨୧ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ମୁଖ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ବଳଭଦ୍ରପୁର ଗ୍ରାମରେ ଦୁଇ ପରିବାରର ୬ ଅନାଥ ପିଲା ଏବେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ପରପିଣ୍ଡା ଓ ଗଛମୂଳ ପାଲଟିଛି ସେମାନଙ୍କ ଆଶ୍ରୟ ସ୍ଥଳ ା ଓଳିଏ ଖାଇଲେ…

ଟ୍ରକ୍‌ କରିଡର ଏବେ ମରଣଯନ୍ତା :ହାତ ଟେକିଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ

ପାରାଦୀପ,୨୧।୧୦(ଡି.ଏନ୍‌.ଏ.): ପାରାଦୀପର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪ କି.ମି. ଟ୍ରକ୍‌ କରିଡର (ଟ୍ରକ୍‌ ଚଳାଚଳ କରୁଥିବା ରାସ୍ତା) ଏବେ ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ମରାମତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ…

ନକଲି ବନ୍ଧୁକ ଜବତ,୩ ଅଭିଯୁକ୍ତ ଗିରଫ

ବାଙ୍ଗିରିପୋଷି,୨୧ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ୩ ଜଣ ବନ୍ଧୁକଧାରୀ ଯୁବକ ଏକ ବାଇକ ଯୋଗେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିବା…

ରାଜନୀତି ମାନବଧର୍ମୀ ହେବା ଜରୁରୀ : ଶଙ୍କରାଚାର୍ଯ୍ୟ

ଭୋଗରାଇ, ୨୧।୧୦(ଡି.ଏନ.ଏ.)-ଦିଶାହୀନ ରାଜନୀତି ଆମ ଦେଶକୁ କଳୁଷିତ କରୁଛି। ଅତ୍ୟାଧୁନିକ ଯୁଗରେ ଶାସନତନ୍ତ୍ର ବିଶ୍ୱସ୍ତ ଓ କ୍ରିୟାଶୀଳ ହେବାରେ ସକ୍ଷମ ହେଉନାହିଁ। ଯାହାକି ଆମ ସଂସ୍କୃତି ଉପରେ କୁଠାରଘାତ ସଦୃଶ। ରାଜନୀତି ବିକାଶ ଦିଗରେ କ୍ରିୟାଶୀଳ ସହ ମାନବଧର୍ମୀ ହେବା ଆବଶ୍ୟକ…

ମଦ ବିରୋଧରେ ଗର୍ଜିଲେ ମହିଳା

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବସୁଲେଇ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ରଣହୁଙ୍କାର ଦେଇଛନ୍ତି ମହିଳା ଗୋଷ୍ଠୀ। ରବିବାର ଏକ ବିଶାଳ ଶୋଭାଯାତ୍ରାରେ ୭୦ ସ୍ବୟଂ ସହାୟକ ଗୋଷ୍ଠୀର ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ମଦ ବିରୋଧୀ ସ୍ଲୋଗାନ୍‌ ଦେଇ ଜନସଚେତନତା…

ହପ୍‌ତେ ଭିତରେ ବାପ୍‌, ପୁଓ ଆରପାରେ: ପରିବାର ଚିନ୍‌ତାରେ ବାଟ୍‌ବନା ନିସାହା ଅନୁପମା

ମୋହନଗିରି,୨୧।୧୦(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଧୀନ ମୋହନଗିରି ଗାଁର ଅନୁପମା ପୂଝାରୀ। ତାକର ପରିବାରଟା ନିହାତି ଗରିବ ହେଇଥିଲାବେଲେ କୁଲିମଜୁରି କରି ପେଟ୍‌ ପାଲୁଛନ୍‌। ହେଲେ ଏହେଦେ ଇ ପରିବାର ଉପରେ ଦୁଖର ପାହାଡ଼ ଲଦି ହେଇଯାଇଛେ। ସୂଚନା ଅନ୍‌ସାରେ…

ବିଜେପୁର ଉପନିର୍ବାଚନ : ମତଦାନ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସୋମବାର ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୨୮୫ଟି ଭୋଟ ଗ୍ରହଣ କେନ୍ଦ୍ର (ବୁଥ୍‌)ରେ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ…

ଯୁବତୀଙ୍କୁ ଅଶ୍ଳୀଳଇଙ୍ଗିତ, ଅଭିଯୁକ୍ତ ଗିରଫ

ଆସିକା,୨୦ା୧୦(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ଜଣେ ଯୁବତୀଙ୍କୁ ଅଶ୍ଳୀୟଇଙ୍ଗିତ ଅଭିଯୋଗରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପ୍ରଫୁଲ୍ଲ ରଣା (୬୦)। ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଯୁବତୀ ଜଣକ ଆଳୁ…

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଭଞ୍ଜନଗର,୨୦।୧୦(ଡି.ଏନ.ଏ)-ଆରତୀ ନାହାକ ହତ୍ୟା ମାମଲାରେ ଭଞ୍ଜନଗର ପୋଲିସ ରବିବାର ସ୍ବାମୀ ରଞ୍ଜିତ ନାହାକଙ୍କୁ ଗିରଫ କରିଛିି। ଏଥିସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଭଞ୍ଜନଗର ସହର ନାହାତୋଟାସାହିରେ ଗତ ୧୬ ତାରିଖରେ ଆରତୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?