ଶ୍ରୀମନ୍ଦିରରେ ହେଲା ଦିବା ପହୁଡ଼: ଦିନରେ ୨ ଘଣ୍ଟା ୧୦ ମିନିଟ୍ ଶୋଇଲେ ଠାକୁର
ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରରେ ଶନିବାର ନିର୍ଘଣ୍ଟ ସମୟରେ ନୀତି ଅନୁଷ୍ଠିତ ହୋଇ ଠାକୁରଙ୍କ ଦିବା ପହୁଡ଼ ସମ୍ପନ୍ନ ହୋଇଛି। ଅପରାହ୍ନ ୩ଟା ୩୫ରେ ପହୁଡ଼ ହୋଇ ୫ଟା ୪୫ରେ ଦ୍ୱାର ଫିଟା ଯାଇଥିଲା। ଫଳରେ ମହାପ୍ରଭୁ ଦିନରେ ୨ ଘଣ୍ଟା…
ଗବେଷକ ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ଗଙ୍ଗାଧର ବଳ ସ୍ମୃତି ସମ୍ମାନ
କଟକ ଅଫିସ, ୨୦ା୧୦: କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶନିବାର ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ…
୪ ଓପିଏସ୍ ଅଧିକାରୀଙ୍କ ବଦଳି
କଟକ ଅଫିସ, ୨୦ା୧୦- ଷ୍ଟେଟ୍ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ଓଡ଼ିଶା ପୋଲିସର ୪ଜଣ ଓଡ଼ିଶା ପୋଲିସ ସର୍ଭିସ(ଓପିଏସ୍) ସ୍ତରର ଅଧିକାରୀଙ୍କ ବଦଳି କରାଯାଇଛି। ଡିଜିପି ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏ ନେଇ ଶନିବାର ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ…
ବିଜେପୁର ପ୍ରଚାର ଶେଷ: ୨୧ରେ ଭୋଟ; ମତଦାତାଙ୍କ ପାଇଁ ସବୈତନିକ ଛୁଟି ଘୋଷଣା
ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରେ ବିଜେପୁର ବିଧାନସଭା ଆସନ ପାଇଁ ଉପନିବର୍ର୍ାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଅପରାହ୍ନ ୫ଟାରେ ହାଇଭୋଲଟେଜ୍ ପ୍ରଚାର ଶେଷ ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ହେବ କଡା…
ଭଦ୍ରକ ଜିଲା ଚିଠି: ସ୍ମାର୍ଟସିଟି ଭେଳିକି
ସହର ହେବ ସ୍ମାର୍ଟସିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ଏହାକୁ ସ୍ବାଗତ କରିଥିଲେ। ୪ ମାସ ତଳେ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରର ମହତାବ ଛକଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ…
ସୁପ୍ରିମ୍କୋର୍ଟ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର
ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେବାୟତ, କର୍ମଚାରୀ, ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ)ଙ୍କୁ ବାରମ୍ବାର ଶୃଙ୍ଖଳାର ଜ୍ଞାନ ପଢ଼ାଉଛି ପ୍ରଶାସନ। ଏମିତିକି କଠୋର ଆଭିମୁଖ୍ୟ ବି ଆପଣାଉଛି। ତଥାପି ଅନେକେ ସେମାନଙ୍କ ଆଚରଣ ଓ…
ଖମନଖୋଲରେ ମାଓବାଦୀ ପୋଷ୍ଟର
ବାଲିଗୁଡା,୨୦ା୧୦(ଡି.ଏନ୍.ଏ.)- କନ୍ଧମାଳ ଜିଲା ବାଲିଗୁଡା ଥାନା ଖମନଖୋଲ ଛକ ଓ ଅନ୍ୟ କେତେକ ସ୍ଥାନରେ ଶନିବାର ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। ଏଥିରେ ପୋଲିସ ପ୍ରଶାସନ ଓ ସରକାରଙ୍କ ବିଫଳତା ସମ୍ପର୍କରେ ଉଲ୍ଲେଖ ରହିଛି। ପୋଷ୍ଟର ଶେଷରେ ସିପିଆଇ (ମାଓବାଦୀ) କେକେବିଏନ୍…
ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍’ ରକ୍ତ ଦେଲେ ରାଉରକେଲା ଯୁବକ
ବ୍ରହ୍ମପୁର ଅଫିସ୍,୨୦ା୧୦- ଠିକ୍ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି ଘଟଣା ଶନିବାର ଦେଖିବାକୁ ମିଳିଛି ବ୍ରହ୍ମପୁର ବଡମେଡିକାଲରେ । ପ୍ରକାଶ ଯେ, ପାତ୍ରପୁର ବ୍ଲକ…
୧୫ ବର୍ଷ ଚାକିରି ପରେ ଛଟେଇ: ୩ ହଜାର ମିଟର୍ ରିଡରଙ୍କ ଭବିଷ୍ୟତ ଅନିଶ୍ଚିତ
ବ୍ରହ୍ମପୁର ଅଫିସ୍,୨୦ା୧୦-ସାଉଥ୍କୋ ଅଧୀନରେ ପ୍ରାୟ ୧୫ବର୍ଷ କାର୍ଯ୍ୟ କରିବା ପରେ ୩ହଜାର ମିଟର୍ ରିଡର ଛଟେଇ ହୋଇଛନ୍ତି। ଏମାନେ ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ହେଲେ ବର୍ତ୍ତମାନ ମିଟର୍ ରିଡିଂ ଏବଂ ବିଲ୍ ଆଦାୟ ଦାୟିତ୍ୱ ସ୍ବୟଂ ସହାୟକ…
ମହୁମାଛି ଦଂଶନରେ ନାବାଳକଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ,୨୦ା୧୦-ମହୁମାଛି ଦଂଶନରେ ଗୁରୁତର ଥିବା ଜଣେ ନାବାଳକଙ୍କର ଏମ୍କେସିଜି ମେଡିକାଲରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତକ କୋରାପୁଟ ଜିଲା ଦାମନଯୋଡି ଥାନା ହାତୀମୁଣ୍ଡାର କେଶରୀ ସାଉଁତାଙ୍କ ପୁଅ ସୁନୀଲ (୧୨)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି…
ସରକାରୀ ସହାୟତା ନାଁରେ ଠକେଇ ଅଭିଯୋଗ: ୪ ଯୁବତୀ, ଜଣେ ଯୁବକ ଅଟକ
ଦିଗପହଣ୍ଡି,୨୦ା୧୦(ଡି.ଏନ.ଏ.)-ସରକାରୀ ସହାୟତା ପ୍ରଦାନ ନାଁରେ ଦୀର୍ଘଦିନ ଧରି ଦିଗପହଣ୍ଡି ଗ୍ରାମାଞ୍ଚଳରେ ଲୋକଙ୍କୁ ଠକୁଥିବା ଏକ ସଂସ୍ଥାର ୪ ଜଣ ଯୁବତୀ ଓ ଜଣେ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ସେମାନଙ୍କ ଠାରୁ ରସିଦ ବହି, ସଂସ୍ଥାର ନିଯୁକ୍ତି ପତ୍ର, ବହୁ…
ବ୍ରହ୍ମପୁରରେ ସୁଧୁରିନି ପାଣି ସମସ୍ୟା : ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ ନିର୍ଦ୍ଦେଶ
ଛତ୍ରପୁର,୨୦ା୧୦(ଡି.ଏନ.ଏ)-ବ୍ରହ୍ମପୁର ମହାନଗର ନିଗମରେ ପାଣି ସମସ୍ୟା ଦୂର କରିବା ପାଇଁ ବ୍ୟୟ ବହୁଳ ଜାନିବିଲି ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଏହି ପ୍ରକଳ୍ପ ଉଦ୍ଘାଟନ ହୋଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନି। ଏପରିକି ପାଇପ୍ ବିଛା କାମଠାରୁ ଆରମ୍ଭ କରି…

