ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୧୭।୧୧(ଡି.ଏନ.ଏ.)-ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଅନ୍ତର୍ଗତ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳର ବଡମୂଳ ମଙ୍ଗାନାସୀଠାରେ ରହିଛି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ା ଏହି ପର୍ଯ୍ୟଟନ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ୩ଟି କଟେଜ୍‌ ଓ ୪ଟି ତମ୍ବୁ କଟେଜ୍‌ ପର୍ଯ୍ୟଟକଙ୍କ ପାଇଁ ବର୍ଷସାରା ଖୋଲାରହିଛି ା ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମହାନଦୀର ବାଲୁକା ଶଯ୍ୟା ଉପରେ ୧୨ଟି ଅସ୍ଥାୟୀ ଟେଣ୍ଟ ଶନିବାର ଖୋଲାଯାଇଛି । ବିଗତ ବର୍ଷ ଏହି ବାଲୁକା ଶଯ୍ୟା ଉପରେ ୯ଟି ଟେଣ୍ଟ ନିର୍ମାଣ କରାଯାଇଥିବା ବେଳେ ବହୁ ପର୍ଯ୍ୟଟକଙ୍କ ଆଗମନକୁ ଆଖି ଆଗରେ ରଖି ଚଳିତ ବର୍ଷ ଆଉ ୩ଟି ଅଧିକ ଟେଣ୍ଟ ଖୋଲାଯାଇଛି । ଶନିବାର ମଧ୍ୟାହ୍ନରେ ଏହି ପର୍ଯ୍ୟଟନ କେନ୍ଦ୍ର ପରିସରରେ ପୂଜାର୍ଚ୍ଚନା ପରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ଚନ୍ଦନଟିପା ଲଗାଇବା ସହ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା ା ତେବେ ସକାଳୁ ଏହି ପର୍ଯ୍ୟଟନ କେନ୍ଦ୍ରକୁ ପରିଚାଳନା କରୁଥିବା ମା’ ସାତଭଉଣୀ ପରିବେଶ ବିକାଶ ସମିତିର ସଭ୍ୟାସଭ୍ୟଙ୍କ ଦ୍ୱାରା ରଙ୍ଗବେରଙ୍ଗ ଫୁଲ ଓ ବେଲୁନରେ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିଲା। ଏହି ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପୂର୍ବପରି ଖାଦ୍ୟ, ଜଙ୍ଗଲ ଟ୍ରେକିଂ, ସାଇକେଲିଂ, କ୍ୟାନୋପି ୱାକ୍‌, କ୍ୟାମ୍ପ ଫାୟାର, ଲୋକନୃତ୍ୟ, ଖେଳ ସୁବିଧା , ମହାନଦୀରେ ସୁରକ୍ଷିତ ସନ୍ତରଣ, ସାତକୋଶିଆ ଗଣ୍ଡରେ ବୋଟିଂ ସମୟରେ ବିଭିନ୍ନ ପକ୍ଷୀ ଓ କୁମ୍ଭୀର ଦେଖିବା ସହ ଜେଟିରେ ବସି ସେଲ୍‌ଫି ନେବାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ା ତେବେ ଗତବର୍ଷ କ୍ୟାନୋପି ବା ଟ୍ରି ୱାକ ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଚଳିତ ବର୍ଷ ମୁଦୁଲିଗାଡିଆ ଇକୋ ଭିଲେଜ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ପର୍ଯ୍ୟଟନ କେନ୍ଦ୍ର ନିକଟରେ ଥିବା ମୁଦୁଲିଗାଡିଆ ଇକୋ ଭିଲେଜର ଗ୍ରାମବାସୀଙ୍କ ମଧ୍ୟରେ ସମାନତା ଓ ଏକତା, ଗାଁର ସୌନ୍ଦର୍ଯ୍ୟ, ପଲିଥିନ ମୁକ୍ତ ସ୍ବଚ୍ଛ ଓ ନିର୍ମଳ ପରିବେଶ ଏବଂ ଚାରିପାଖରେ ଥିବା ପ୍ରାକୃତିକ ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହି ପର୍ଯ୍ୟଟନ କେନ୍ଦ୍ର ଦିନକୁ ଦିନ ବହୁ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri