ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୧୭।୧୧(ଡି.ଏନ.ଏ.)-ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଅନ୍ତର୍ଗତ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳର ବଡମୂଳ ମଙ୍ଗାନାସୀଠାରେ ରହିଛି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ା ଏହି ପର୍ଯ୍ୟଟନ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ୩ଟି କଟେଜ୍‌ ଓ ୪ଟି ତମ୍ବୁ କଟେଜ୍‌ ପର୍ଯ୍ୟଟକଙ୍କ ପାଇଁ ବର୍ଷସାରା ଖୋଲାରହିଛି ା ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମହାନଦୀର ବାଲୁକା ଶଯ୍ୟା ଉପରେ ୧୨ଟି ଅସ୍ଥାୟୀ ଟେଣ୍ଟ ଶନିବାର ଖୋଲାଯାଇଛି । ବିଗତ ବର୍ଷ ଏହି ବାଲୁକା ଶଯ୍ୟା ଉପରେ ୯ଟି ଟେଣ୍ଟ ନିର୍ମାଣ କରାଯାଇଥିବା ବେଳେ ବହୁ ପର୍ଯ୍ୟଟକଙ୍କ ଆଗମନକୁ ଆଖି ଆଗରେ ରଖି ଚଳିତ ବର୍ଷ ଆଉ ୩ଟି ଅଧିକ ଟେଣ୍ଟ ଖୋଲାଯାଇଛି । ଶନିବାର ମଧ୍ୟାହ୍ନରେ ଏହି ପର୍ଯ୍ୟଟନ କେନ୍ଦ୍ର ପରିସରରେ ପୂଜାର୍ଚ୍ଚନା ପରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ଚନ୍ଦନଟିପା ଲଗାଇବା ସହ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା ା ତେବେ ସକାଳୁ ଏହି ପର୍ଯ୍ୟଟନ କେନ୍ଦ୍ରକୁ ପରିଚାଳନା କରୁଥିବା ମା’ ସାତଭଉଣୀ ପରିବେଶ ବିକାଶ ସମିତିର ସଭ୍ୟାସଭ୍ୟଙ୍କ ଦ୍ୱାରା ରଙ୍ଗବେରଙ୍ଗ ଫୁଲ ଓ ବେଲୁନରେ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିଲା। ଏହି ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପୂର୍ବପରି ଖାଦ୍ୟ, ଜଙ୍ଗଲ ଟ୍ରେକିଂ, ସାଇକେଲିଂ, କ୍ୟାନୋପି ୱାକ୍‌, କ୍ୟାମ୍ପ ଫାୟାର, ଲୋକନୃତ୍ୟ, ଖେଳ ସୁବିଧା , ମହାନଦୀରେ ସୁରକ୍ଷିତ ସନ୍ତରଣ, ସାତକୋଶିଆ ଗଣ୍ଡରେ ବୋଟିଂ ସମୟରେ ବିଭିନ୍ନ ପକ୍ଷୀ ଓ କୁମ୍ଭୀର ଦେଖିବା ସହ ଜେଟିରେ ବସି ସେଲ୍‌ଫି ନେବାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ା ତେବେ ଗତବର୍ଷ କ୍ୟାନୋପି ବା ଟ୍ରି ୱାକ ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଚଳିତ ବର୍ଷ ମୁଦୁଲିଗାଡିଆ ଇକୋ ଭିଲେଜ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ପର୍ଯ୍ୟଟନ କେନ୍ଦ୍ର ନିକଟରେ ଥିବା ମୁଦୁଲିଗାଡିଆ ଇକୋ ଭିଲେଜର ଗ୍ରାମବାସୀଙ୍କ ମଧ୍ୟରେ ସମାନତା ଓ ଏକତା, ଗାଁର ସୌନ୍ଦର୍ଯ୍ୟ, ପଲିଥିନ ମୁକ୍ତ ସ୍ବଚ୍ଛ ଓ ନିର୍ମଳ ପରିବେଶ ଏବଂ ଚାରିପାଖରେ ଥିବା ପ୍ରାକୃତିକ ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହି ପର୍ଯ୍ୟଟନ କେନ୍ଦ୍ର ଦିନକୁ ଦିନ ବହୁ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ା


Enter your email to get our daily news in your inbox.

All Right Reserved By Dharitri.Com

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?