ପ୍ରତିକୂଳ ପରିସ୍ଥିତିରେ ସତ୍ୟ ସାମ୍ନାକୁ ଆଣିଥାନ୍ତି ଖବରଦାତା

ପୁରୀ ଅଫିସ, ୧୬ା୧୧: ଖବରଦାତାମାନେ ହେଉଛନ୍ତି ସମାଜର ଦର୍ପଣ। ପ୍ରତିକୂଳ ପରିସ୍ଥିତିରେ ଏମାନେ ସତ୍ୟକୁ ସାମ୍ନାକୁ ଆଣିଥାନ୍ତି। ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିବାରେ ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନେକ କ୍ଷେତ୍ରରେ ଏମାନଙ୍କୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଠିକଣା ଢଙ୍ଗରେ ଆଗେଇ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ହେଉଛି ଖବରଦାତାଙ୍କ ଧର୍ମ ବୋଲି ଶନିବାର ସଦ୍‌ଭାବନା ସଭାଗୃହରେ ପୁରୀ ଜିଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳନରେ ମତ ପ୍ରକାଶ ପାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ବଲୱନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ନିରପେକ୍ଷ ଖବର ପ୍ରସାରଣ ଓ ତଥ୍ୟ ଭିତ୍ତିକ ଉପସ୍ଥାପନା ହିଁ ସାମ୍ବାଦିକତାର ମୂଳମନ୍ତ୍ର ବୋଲି କହିଥିଲେ। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ପୂର୍ବରୁ ସେ ସାମ୍ବାଦିକତାକୁ ଆପଣାଇ ଥିଲେ। ଏହା ନିଶ୍ଚିତ ଏକ କଷ୍ଟକର ବୃତ୍ତି, ଅନ୍ୟ ଅଧିକାରୀ ନ ଜାଣିଲେ ବି ସେ ଏହାକୁ ଭଲ ଭାବେ ବୁଝିଛନ୍ତି ବୋଲି ଜିଲାପାଳ କହିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ପି ଡ. ଉମାଶଙ୍କର ଦାଶ ଯୋଗଦେଇ କହିଥିଲେ, ଖବରଦାତାଙ୍କ ହାତରେ ସବୁକିଛି ରହିଛି। କିନ୍ତୁ ସେମାନଙ୍କୁ ଖବର ପରିବେଷଣ ସମୟରେ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ। କାରଣ କୌଣସି ସଂସ୍ଥାରେ ଜଣଙ୍କ ଭୁଲ୍‌ ପାଇଁ ବେଳେ ବେଳେ ଗୋଟିଏ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ବଦ୍‌ନାମ ହେବାକୁ ପଡୁଛି। ଏପରି ହେଲେ ସମ୍ପୃକ୍ତ ବିଭାଗ କିମ୍ବା ସଂସ୍ଥା ଉପରୁ ଲୋକଙ୍କ ବିଶ୍ୱାସ କମିଯିବ। ବିଶ୍ଲେଷଣାତ୍ମକ ତଥ୍ୟକୁ ଆଧାର କରି ଖବର ପରିବେଷଣ କରାଗଲେ ଅନେକ ଲୁକ୍କାୟିତ ଖବର ସମସ୍ତଙ୍କ ନିକଟରେ ପହଞ୍ଚତ୍ ପାରିବ। ଏହି ଅବସରରେ ଖବରଦାତା ମଧୁସୂଦନ ମିଶ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଞ୍ଜୟ ମହାପାତ୍ର, ସୀମାଞ୍ଚଳ ପାଢୀ, ରୁଦ୍ରନାରାୟଣ ସିଂ, ସରୋଜ କୁମାର ମିଶ୍ର, ପ୍ରଭାତ ପାଣିଗ୍ରାହୀ, ନିରଞ୍ଜନ ମିଶ୍ର ବକ୍ତବ୍ୟ ରଖିଥିଲେ। ବକ୍ତୃତା ପ୍ରତିଯୋଗିତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅମ୍ରିତା କୁମାର ଅଗ୍ରୱାଲ ପ୍ରଥମ ଓ ସୁମିତ୍ରା ପାଣିଗ୍ରାହୀ ତୃତୀୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଶ୍ୱବନ୍ଦିତା ପ୍ରଧାନ ଦ୍ୱିତୀୟଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂ ସଭା କାର୍ଯ୍ୟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri