Posted inଭଦ୍ରକ

ମୃତଦେହରୁ କାଢ଼ିନେଲେ ଆଖି

ଭଦ୍ରକ ଅଫିସ, ୧୭।୧୧- କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ବୀର ଗାଗାରାଇ ଓରଫ ନଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଦୁଇ ଆଖିକୁ ଭୁବନେଶ୍ୱରର ଏକ ମେଡିକାଲ ପକ୍ଷରୁ କାଢ଼ି ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ଲୋକେ ଏ ନେଇ ଶୁକ୍ରବାର ଭଦ୍ରକ ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଭେଟି ଅଭିଯୋଗ କରିବା ପରେ ଶନିବାର ଏସ୍‌ପି ରାଜେଶ ପଣ୍ଡିତଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ମୃତକଙ୍କ ଚକ୍ଷୁ ନେବା ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ଦିଆ ନ ଯାଇ ବ୍ୟବଚ୍ଛେଦ ପୂର୍ବରୁ କେବଳ ଏକ କାଗଜରେ ଦସ୍ତଖତ କରାଇ ନିଆଯାଇଥିଲା। ପରେ ତାଙ୍କ ଚକ୍ଷୁ ବାହାର କରି ନିଆଯାଇଥିବା ଦେଖି ସେମାନେ ହତଚକିତ ହୋଇଥିଲେ। ଘଟଣାର ତଦନ୍ତ କରି ମୃତକଙ୍କ ଚକ୍ଷୁ ଫେରାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ଅଭିଯୋଗ ଆଧାରରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଟାଉନ ଥାନା ପୋଲିସ ଆଖି କାଢ଼ି ନେଇଥିବା ମେଡିକାଲ ନଁାରେ ଏକ ମାମଲା(ନଂ. ୩୪୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଇଜି ଦୀପ୍ତେଶ ପଟ୍ଟନାୟକ ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଟୁଇଟର ଯୋଗେ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭଦ୍ରକ ପୌରାଞ୍ଚଳ ବାଗୁରାଇ ଆଦିବାସୀ ସାହିର ମୃତ ବୀରଙ୍କ ପରିବାର ଲୋକେ କହିଛନ୍ତି ଯେ, ବୀର ଗତ ୭ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରଦିନ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୩ ଦିନ ଚିକିତ୍ସିତ ହେବା ପରେ ୧୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରେ ମୃତଦେହ ବ୍ୟବଚ୍ଛେଦ ବାବଦକୁ ୮ ଶହ ଟଙ୍କା ଦାବି କରାଯାଇଥିଲା। କଷ୍ଟେମଷ୍ଟେ ସେମାନେ ଟଙ୍କା ଦେବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ୧୧ ତାରିଖ ସନ୍ଧ୍ୟାରେ ମୃତଦେହ ଘରକୁ ଅଣାଯାଇ ଅନ୍ତେଷ୍ଟିକ୍ରିୟା ପାଇଁ ଯୋଜନା କରାଯାଇଥିଲା। ହେଲେ ଅନ୍ତିମ ସଂସ୍କାର ପୂର୍ବରୁ ମୃତକଙ୍କ ଦୁଇଟି ଆଖି ନ ଥିବା ସେମାନେ ଦେଖିଥିଲେ। ଅନ୍ତ୍ୟେଷ୍ଟିକ୍ରିୟା ସରିବା ପରେ ମେଡିକାଲରୁ ଅଣାଯାଇଥିବା କେତେକ କାଗଜପତ୍ର ସେମାନେ ଗଁା ଲୋକଙ୍କୁ ଦେଖାଇଥିଲେ। ଉକ୍ତ କାଗଜରେ ବୀରଙ୍କ ଦୁଇ ଆଖି ଭୁବନେଶ୍ୱରର ଏକ ଚକ୍ଷୁ ହସ୍ପିଟାଲକୁ ଦାନ କରାଯାଇଛି ବୋଲି ଉଲ୍ଲେଖ ରହିଥିଲା। ଶୁକ୍ରବାର ଏ ନେଇ ପରିବାର ଲୋକେ ଭଦ୍ରକ ଭାରପ୍ରାପ୍ତ ଜିଲାପାଳଙ୍କୁ ଭେଟିବା ପରେ ତାଙ୍କ ପରାମର୍ଶକ୍ରମେ ଶନିବାର ମୃତକଙ୍କ ସ୍ତ୍ରୀ ଚମ୍ପା ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗଁାର କେତେଜଣ ସମ୍ପର୍କୀୟ ଓ ମୃତକଙ୍କ ପରିବାର ଲୋକେ କଟକରେ ମୃତଦେହ ବ୍ୟବଚ୍ଛେଦ କରାଯିବ କହି କେତେକ କାଗଜରେ ଦସ୍ତଖତ କରାଇ ନେବା ବେଳେ ଏଭଳି ଚଞ୍ଚକତା କରାଯାଇଛି। ବ୍ୟବଚ୍ଛେଦ ଲାଗି ସେମାନେ ଟଙ୍କା ଦେବା ସହ ୪ ହଜାର ୫ ଶହ ଟଙ୍କା ଦେଇ ଆମ୍ବୁଲାନ୍ସରେ ମୃତଦେହକୁ ଗଁାକୁ ଆଣିଥିବା ଅଭିଯୋଗପତ୍ରରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏଭଳି ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭାରପ୍ରାପ୍ତ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri