ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁନି ତୁରନ୍ତ ସହାୟତା : ପ୍ରଚାର ଅଭାବରୁ ମିଳୁନାହାନ୍ତି ଗୁଡ୍‌ ସାମାରିଟାନ୍‌

ନୟାଗଡ଼ ଅଫିସ,୧୭।୧୧-ବିଭିନ୍ନ ସମୟରେ ଆଖିଆଗରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଥାନା ଓ କଚେରି ଭୟରେ ଆମେମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିପାରୁନାହୁଁ। ଫଳରେ ସେମାନଙ୍କର ପ୍ରାଣହାନି ଘଟୁଛି। ଏହାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ଦେଶରେ ଗୁଡ୍‌ ସାମାରିଟାନ୍‌ ପଲିସି ଲାଗୁ କରାଯାଇଛି। ୨୦୧୮ ଫେବୃୟାରୀଠାରୁ ଏହା ଓଡ଼ିଶାରେ ଲାଗୁ ହୋଇଛି । ଅନ୍ୟ ଜିଲାରେ ଗୁଡ୍‌ ସାମାରିଟାନ୍‌ ହୋଇ ବ୍ୟକ୍ତିମାନେ ପୁରସ୍କୃତ ହେଉଥିଲେ ମଧ୍ୟ ନୟାଗଡ଼ ଜିଲାରେ ଆଜି ପର୍ଯ୍ୟନ୍ତ କେହି ଏ ଦିଗରେ ପୁରସ୍କୃତ ହୋଇ ପାରିନାହାନ୍ତି। ଫଳରେ ଜିଲା ସଡ଼କ ସୁରକ୍ଷା କମିଟିର କାର୍ଯ୍ୟଦକ୍ଷତାଙ୍କୁ ନେଇ ପ୍ରଶ୍ନ ଉଠୁଛି।
ସାମାରିଟାନ୍‌ ପଲିସି ଅନୁଯାୟୀ, କୌଣସି ବ୍ୟକ୍ତି ନିଃସ୍ବାର୍ଥପରଭାବେ ଦୁର୍ଘଟଣାରେ ଆହତ ହୋଇ ପଡ଼ିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ଆଣି ଚିକିତ୍ସା କରାନ୍ତି ତାହା ହେଲେ ତାଙ୍କୁ ୨୦୦୦ ଟଙ୍କା ଦିଆଯାଇ ପୁରସ୍କୃତ କରାଯିବ। ସେହିଭଳି ଯଦି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଭଡ଼ାଗାଡ଼ିରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣିଥିବେ ତାହା ହେଲେ ତାଙ୍କୁ ଗାଡ଼ି ଭଡ଼ା ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ଗୁଡ୍‌ ସାମାରିଟାନ୍‌ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରମାଣପତ୍ର ଆଣି ଆରଟିଓ କାର୍ଯ୍ୟାଳୟରେ ଦାଖଲ କରିବେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ମାମଲାରେ କୋର୍ଟ, କଚେରିର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ହେଲେ ପ୍ରଚାର ପ୍ରସାର ଅଭାବରୁ ଅନେକେ ଏ ବିଷୟରେ ଅଜ୍ଞ। ଜିଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ଯେଉଁଭଳି ଭାବେ ଲୋକମାନଙ୍କୁ ସଚେତନତା ଓ ପ୍ରଚାର ପ୍ରସାର କରାଇବା କଥା ସେହିଭଳି ହୋଇପାରୁନାହିଁ। କମିଟି ଜିଲା ମୁଖ୍ୟ ଚିକିତ୍ସାଳୟର ଏକ କଣରେ ହୋର୍ଡିଂ ମାରି ତା’ର କାର୍ଯ୍ୟ ସାରି ଦେଇଥିବା ଦେଖିବାକୁ ମିଳିଛି।
ଯେ, ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୁଦ୍ଧି ପାଉଛି। ତାହା ସାଙ୍ଗକୁ ମୃତକ ଓ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୨୦୧୮ରେ ୨୧୧ଟି ସଡ଼କ ଦୁର୍ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ୨୦୧୯ ମସିହା ବର୍ତ୍ତମାନ ସୁଦ୍ଧା ୧୮୭ଟି ଦୁର୍ଘଟଣା ଘଟିଛି। ୨୦୧୮ରେ ୨୧୧ଟି ଦୁର୍ଘଟଣାରେ ୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୧ ଜଣ ଗୁରୁତର ହୋଇଛନ୍ତି। ସେହିଭଳି ୨୦୧୯ ମସିହା ବର୍ତ୍ତମାନ ସୁଦ୍ଧା ହୋଇଥିବା ୧୮୭ଟି ଦୁର୍ଘଟଣାରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୫ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ପରବର୍ତ୍ତୀ ୧ ଘଣ୍ଟା ସମୟ ଆହତ ବ୍ୟକ୍ତିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚତ୍ପାରନ୍ତି ତାହା ହେଲେ ତାଙ୍କ ଜୀବନ ରକ୍ଷା ପାଇଯାଏ। ତେଣୁ ଲୋକମାନେ ଗୁଡ୍‌ ସାମାରିଟାନ୍‌ ପାଇଁ ଆଗେଇ ଆସି ସାହାଯ୍ୟର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଉପଜିଲାପାଳ ତଥା ଦାୟିତ୍ୱରେ ଥିବା ଆରଟିଓ ଲଗ୍ନଜିତ ରାଉତଙ୍କୁ ପଚାରିବାରୁ ସେ କହନ୍ତି ଯେ ଆଗାମୀ ଦିନରେ ପୋଲିସ ବିଭାଗ ସହିତ ଆଲୋଚନା କରି ଏ ଦିଗରେ ଲୋକମାନଙ୍କୁ ସଚେତନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri