ଆମ ଜିଲା ଖବର

ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ: ନ୍ୟାୟ ନ ମିଳିଲେ ଶ୍ରମ ଅଫିସ୍‌ରେ ପଡ଼ିବ ତାଲା

ବାଲେଶ୍ୱର ଅଫିସ, ୨୯।୧୧-ବିଭିନ୍ନ ଶ୍ରମିକ ସଙ୍ଗଠନର ଆହ୍ବାନକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଶତାଧିକ ନିର୍ମାଣ ଶ୍ରମିକ ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକମାନେ ରେଳଷ୍ଟେଶନରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ଚତ୍ଥିଲେ।…

୨୮ ହାବିଲଦାରଙ୍କ ପଦୋନ୍ନତି

କଟକ ଅଫିସ, ୨୯।୧୧- ଓଡ଼ିଶା ପୋଲିସରେ କାର୍ଯ୍ୟରତ ୨୮ ଜଣ ହାବିଲଦାରଙ୍କୁ ହାବିଲଦାର ମେଜର ପଦବୀକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଶୁକ୍ରବାର ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ…

ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ

ଲେଫ୍ରିପଡା,୨୯।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଲେଫ୍ରିପଡା ବ୍ଲକ୍‌ କାର୍ଯ୍ୟାଳୟଠାରେ ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିକାଶ ପରିଷଦର ଅଧ୍ୟକ୍ଷ ବିନୟ କୁମାର ଟପୋ ମୁଖ୍ୟଅତିଥି…

ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜ ଲୋକେ ମନାକଲେ: ଯୁବକମାନେ କଲେ ଶବ ସତ୍କାର

ବଡ଼ଗାଁ, ୨୯।୧୧ (ଡି.ଏନ.ଏ)- ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜର ଲୋକେ ଶବ ସତ୍କାର କରିବାକୁ ମନା କରିଦେଲେ। ଶବ ଘରେ ପଡିରହିଥିଲା। ଶେଷରେ ସ୍ବେଚ୍ଛାସେବୀ ଯୁବକମାନେ ସତ୍କାର କଲେ। ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲା ବଡଗାଁ…

ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଆହତ, ବାମ ପାଦରେ ବାଜିଛି ଗୁଳି

ପୁରୀ ଅଫିସ,୨୯।୧୧: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ପୁରୁଣା ସଦର ଥାନାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ଏ.କେ ମହାରଣାଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗ୍ରାହକ ଆହତ ହୋଇଛନ୍ତି।…

ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ଜଣେ ଗୁରତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଆଠଗଡ଼,୨୯।୧୧(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ଥାନା ଅଧୀନ ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରାପାର୍ଟି ଟ୍ରକ୍‌ ସମ୍ମୁଖକୁ ବାଇକ୍‌ ଚାଲିଆସିବାରୁ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଫଳରେ ବାଇକ୍‌ ଚାଳକଙ୍କ ସହ…

ଗୁରୁଡ଼ିଝାଟିଆ ଆଇଆଇସିଙ୍କୁ ମହିଳାଙ୍କ ଠେଲାପେଲା, ଥାନା ସମ୍ମୁଖରେ ଧାରଣା

ଖୁଣ୍ଟୁଣୀ,୨୯।୧୧(ଡି.ଏନ୍‌.ଏ.): ଗୋଚର ଜମି ଉପରେ ପାଚେରୀ ନିର୍ମାଣକୁ ନେଇ ଗୁରୁବାର ଅପରାହ୍ନରେ ଗୁରୁଡ଼ିଝାଟିଆ ଥାନା ବାଳୀ ଗ୍ରାମର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଗୋଟିଏ ପରିବାରର ସ୍ବାମୀସ୍ତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଥାନାରେ ଏନେଇ ଉଭୟ ପକ୍ଷରୁ…

ଉଦ୍ଧାର ହେଲା କୁମ୍ଭୀର ମୃତଦେହ

ରାଜନଗର,୨୯।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ରାଜଗଡ଼ ଗାଁ ନିକଟରୁ ଶୁକ୍ରବାର ୬ ଫୁଟ ଲମ୍ବର ଏକ କୁମ୍ଭୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ କୁମ୍ଭୀରଟିର ମୃତ୍ୟୁ ନେଇ ସଠିକ୍‌ ତଥ୍ୟ ମିଳିପାରି ନାହିଁ।…

ଜିଲା ପ୍ରଶାସନ ପକ୍ଷରୁ ମେଡିକାଲ ଉପରେ ଅଚାନକ ଚଢାଉ

ଯାଜପୁର,୨୯।୧୧(ନି.ପ୍ର.): ଯାଜପୁର ରୋଡ଼ ମେଡିକାଲରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଅଚାନକ ଚଢାଉ ହୋଇଛି। ୫-ଟିକୁ ତ୍ୱରାନ୍ବିତ କରିବାପାଇଁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜିଲାପାଳଙ୍କ ସମେତ ୫ ଜଣ ପ୍ରଶାସନିକ ଅଧିକାରୀ ସାମିଲ୍‌ ହୋଇଥିଲେ। ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା କିପରି…

କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି: ମୁଖ୍ୟ ଶାସନ ସଚିବଙ୍କୁ ଛାତ୍ର ବିଜେଡିର ଦାବିପତ୍ର

ଭବାନୀପାଣା,୨୯।୧୧(ଡି.ଏନ୍‌.ଏ.): ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ପରେ ବର୍ତ୍ତମାନ କଳାହାଣ୍ଡି ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି ଜୋର ଧରିଛି। ରାଜ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଆସିଥିବା ବେଳେ କଳାହାଣ୍ଡି…

ସାଇକେଲରେ ଯାଉଥିବା ବେଳେ ପିଟିଲା କାର୍‌: ମା’ ମୃତ, ଝିଅ ଗୁରୁତର

ଖୋର୍ଦ୍ଧା ଅଫିସ/ବାଲୁଗାଁ,୨୯।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ସୁବୁଦ୍ଧିପାଟଣାଛକରେ ଶୁକ୍ରବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସାଇକେଲରେ ଯାଉଥିବା ସୁବୁଦ୍ଧିପାଟଣାଗ୍ରାମର ମା’ ଏବଂ ଝିଅଙ୍କୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇଥିଲା। ଉଭୟଙ୍କୁ ଗୁରୁତର…

ପିଆଜ ଦର ୧୦୦ ଟପିଲା

ଭବାନୀପାଟଣା,୨୯।୧୧(ଡି.ଏନ୍‌.ଏ.): ଅତ୍ୟାବଶ୍ୟକୀୟ ପିଆଜ ଦର ବର୍ତ୍ତମାନ ଆକାଶଛୁଆଁ ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପିଆଜ ଦର ବୃଦ୍ଧି ଯୋଗୁ ଅନେକ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ବଢ଼ିଚାଲିଛି। କଳାହାଣ୍ଡି ଜିଲା ଭବାନୀପାଟଣାର ଅଧିକାଂଶ ଅଞ୍ଚଳରେ ପିଆଜ ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?