ଆମ ଜିଲା ଖବର

୧୫୦ କେଜି ଗଞ୍ଜେଇ ଜବତ, ୪ଗିରଫ

ଚିତ୍ରକୋଣ୍ଡା,୨୭ା୧୧(ଡି.ଏନ.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ ନିକଟସ୍ଥ ମନ୍ତ୍ରୀପୁଟ ଛକଠାରେ ମଙ୍ଗଳବାର ରାତି ୧୧ଟାରେ ପାଟ୍ରୋଲିଂ କରୁଥିବା ଚିତ୍ରକୋଣ୍ଡା ପୋଲିସ ଚୋରାଚାଲାଣ ହେଉଥିବା ୧୫୦ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ବିହାର…

ଶ୍ରୀମନ୍ଦିରରେ ସରିଲା ଦେବ ଦୀପାବଳି ଉତ୍ସବ

ପୁରୀ ଅଫିସ, ୨୭ା୧୧: ଶ୍ରୀମନ୍ଦିରରେ ଶେଷ ହୋଇଛି ଦେବ ଦୀପାବଳି ଉତ୍ସବ। ବୁଧବାର ମାର୍ଗଶିର ଶୁକ୍ଲ ପ୍ରତିପଦା ତିଥିରେ ବସୁଦେବ ଓ ଦେବକୀ, ନନ୍ଦ ଓ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଦୀପଦାନ କରିଛନ୍ତି ମହାପ୍ରଭୁ। ସନ୍ଧ୍ୟାଧୂପ ସରିବା ପରେ ଦେବ…

ଥମୁନି ଚାଷୀ ଅସନ୍ତୋଷ: ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୧୧: ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୨ଦିନ ବିତି ଯାଇଛି । ତଥାପି ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ଚାଷୀଙ୍କ ପାଇଁ ଅଡ଼ୁଆ ସାଜିଛି । ଟୋକନ ପ୍ରଚଳନକୁ ବାଧ୍ୟତାମୂଳକ କରାଯାଇ…

ପାଣି ଓ ପାଇଖାନା ନ ଥାଇ ଚାଲିଛି ଅଙ୍ଗନୱାଡି: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଚମ୍ପୁଆ, ୨୭ା୧୧(ଡି.ଏନ.ଏ.): ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି ଗୁଡିକରେ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା କରାଯାଇ ପିଲାମାନଙ୍କର ଭବିଷ୍ୟତ ଗଢାଯାଉଥିବା ବେଳେ ଚମ୍ପୁଆ ଏନଏସି ଅନ୍ତର୍ଗତ ଧଳାଡିହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନଂ୧ ରେ ଏହାର ବିପରୀତ ବ୍ୟବସ୍ଥା…

ଥ୍ରେସର ମେଶିନ୍‌ରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଯୋଡ଼ା ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣିଡିହା ଗ୍ରାମରେ ମଙ୍ଗଳବାର ଧାନ ଅମଳ କରାଯାଉଥିବା ଥ୍ରେସର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଭୋର ସମୟରେ ଉକ୍ତ ଗ୍ରାମର ଶ୍ରମିକ ଚନ୍ଦ୍ର ମୁଣ୍ଡା (୪୦)…

ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଲୁଟ୍‌

ଯୋଡ଼ା, ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍‌ ସୋରୁମ୍‌ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଟଙ୍କା ଲୁଟ୍‌ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ରାତି ୮ଟାରେ ବଡବିଲ ଅଞ୍ଚଳର ଦ୍ୱାରିକା…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦସ୍ତଖତ ଅଭିଯାନ

ଭଦ୍ରକ ଅଫିସ, ୨୭।୧୧: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବୁଧବାର ଯୁବଗୋଷ୍ଠୀ ଏକତ୍ର ହୋଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ପୁରୁଣା ଜିଲାପାଳଙ୍କ ଅଫିସ୍‌ଠାରୁ ଚାଲି ଚାଲି ବିଭିନ୍ନ ବର୍ଗର ଲୋକଙ୍କଠାରୁ ଦସ୍ତଖତ…

ଗେଷ୍ଟହାଉସ୍‌ରେ ସେକ୍ସ ରାକେଟ ଠାବ: ୧୨ଜଣଙ୍କୁ ଉଠାଇନେଲା ପୋଲିସ

ଜଗତସିଂହପୁର ଅଫିସ,୨୭।୧୧: ସ୍ଥାନୀୟ ସିପି ଛକ ନିକଟ ଏକ ଗେଷ୍ଟ ହାଉସ୍‌ରେ ବୁଧବାର ଜଗତସିଂହପୁର ପୋଲିସ ସେକ୍ସ ରାକେଟ ଠାବ କରିଛି। ସେଠାରୁ ୬ଜଣ ମହିଳା ଓ ୬ଜଣ ପୁରୁଷଙ୍କୁ ପୋଲିସ ଉଠାଇ ନେଇଛି। ସେମାନଙ୍କ ନାମ, ଠିକଣା, ମୋବାଇଲ ନଂ,…

ମଦ ବିରୋଧୀ ଆନ୍ଦୋଳନ: ଟାୟାର ଜାଳି ରାମନଗର-ମଙ୍ଗଳପୁର ରାସ୍ତା ଅବରୋଧ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଗୁହାଳକଣି ଗ୍ରାମରେ ବୁଧବାର ମଦ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଛି। ବେଆଇନ ମଦ ବେପାରକୁ ବିରୋଧ କରି ସ୍ଥାନୀୟ ମହିଳା ରାମନଗର-ମଙ୍ଗଳପୁର ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । ଏ ନେଇ ଆଇଆଇସିଙ୍କ…

ପୋଖରୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଳିପାଳ ଗ୍ରାମ ପୋଖରୀରୁ ଏକ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଦୟାନିଧି ପ୍ରଧାନ (୮୫)। ସୂଚନା ଅନୁଯାୟୀ, ସକାଳେ ହାତଗୋଡ ବନ୍ଧା ଅବସ୍ଥାରେ ଦୟାନିଧିଙ୍କ ମୃତଦେହ…

ସ୍ବାଭାବିକ ପରିସ୍ଥିତିକୁ ଆସିଲା ଆନନ୍ଦପୁର ମହାବିଦ୍ୟାଳୟ

ଆନନ୍ଦପୁର,୨୭।୧୧(ସ୍ବ.ପ୍ର.): ଆନନ୍ଦପୁର ମହାବିଦ୍ୟାଳୟ ସ୍ବାଭାବିକ ପରିସ୍ଥିତିକୁ ଆସିଛି। ମହାବିଦ୍ୟାଳୟର ମୁଖ୍ୟ ଗେଟ୍‌ ପାଖରେ ଚେକିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ଯାଞ୍ଚ, ୟୁନିଫର୍ମ ତଦାରଖ କରାଯାଉଛି। ସେମାନେ କିପରି ଶାନ୍ତିଶୃଙ୍ଖଳାରେ ଯାଇପାରିବେ ସେନେଇ କଡ଼ା ନଜର ରଖାଯାଇଛି।…

ପ୍ରେମରେ ବିଫଳ ହେବା ପରେ ଲାଇଭ ଭିଡିଓ କରି ଛାତ୍ରଙ୍କ ଆତ୍ମହତ୍ୟା

ପୁରୀ ଅଫିସ,୨୭।୧୧: ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ (ଆରଏସ୍‌ଏସ୍‌)ର ପେଣ୍ଟକଟା ସ୍ଥିତ ବାଲ୍ମିକୀ ଛାତ୍ରାବାସରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ବୁଧବାର ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ପାକଶାସ୍ତ୍ରୀ ପ୍ରଥମ ବର୍ଷ ଛାତ୍ର ଆଶିଷ କୁମାର ଷଡଙ୍ଗୀ(୧୬)। ତାଙ୍କ ଘର କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?