ଛଣମେରୀ ଆଦର୍ଶ ବିଦ୍ୟାଳୟ ବାସି ଖାଦ୍ୟଖାଇ ୮ ଛାତ୍ରୀ ଅସୁସ୍ଥ
ଦିଗପହଣ୍ଡି/ପାଟପୁର,୩୦ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରୀ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୮ ଛାତ୍ରୀ ଖାଦ୍ୟ ଖାଇବା ପରେ ଗୁରୁବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚତ୍ ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।…
ଜାଲ୍ ସାର୍ଟିଫିକେଟ୍ରେ ଶିକ୍ଷକତା: ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ
ବ୍ରହ୍ମପୁର ଅଫିସ୍,୩୦ା୧୧-ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ଗଞ୍ଜାମ ଜିଲାରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଜଣକ ପରେ ଜଣେ ଧରାପଡ଼ୁଛନ୍ତି। ନକଲି ସାର୍ଟିଫିକେଟ ଦେଇ ପୂର୍ବରୁ ୭ ଶିକ୍ଷୟିତ୍ରୀ ଶିକ୍ଷକ…
ଜାଲ୍ ସାର୍ଟିଫିକେଟ, ବେରୋଜଗାରୀ ପ୍ରସଙ୍ଗ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଛତ୍ରପୁର,୩୦।୧୧(ଡି.ଏନ.ଏ) -ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ବିଭିନ୍ନ ଦାବିନେଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଜିଲାରେ ବେରୋଜଗାରୀ ବଢୁଥିବାବେଳେ ବିଭିନ୍ନ କ୍ଷେତ୍ରରେ ଜାଲ୍ ସାର୍ଟିଫିକେଟ୍ ମାଧ୍ୟମରେ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଥିଲା। ସରକାରଙ୍କ ୫-ଟି ନାମକୁ ମାତ୍ର।…
ସରକାରୀ କାର୍ଯ୍ୟାଳୟରେ ଗଡୁଛି ବିଦ୍ୟୁତ୍ ବିଲ୍: ୩୯ ବିଭାଗର ବକେୟା ପଡ଼ିଛି ୨ କୋଟି ୭୭ ଲକ୍ଷ
ନୟାଗଡ଼ ଅଫିସ,୩୦।୧୧-ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ମାସରୁ ଅଧିକ ଦିନ ବିଲ୍ ପୈଠ ନ ହେଲେ ପର ଦିନ ବିଦ୍ୟୁତ୍ ବିଭାଗ ସଂଯୋଗ କାଟି ଦେଇଥାଏ। ଫଳରେ ବିଦ୍ୟୁତ୍ ଉପଭୋକ୍ତା ବିନା ବିଦ୍ୟୁତ୍ରେ ହନ୍ତସନ୍ତ ହୁଅନ୍ତି। ହେଲେ ଜିଲାର…
ନିସାହା ଗୁରୁବାରୀକୁଁ ସାହାଯ୍ର ହାତ୍ ବଢ଼ାଲେ ବିଡିଓ
କେସିଙ୍ଗା, ୩୦।୧୧ (ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୁନମାଠ ପଁଚେତ୍ ଅଧୀନ ମୁଣ୍ଡାପଡ଼ାର ନିସାହା ବିଧବା ମହିଲା ଗୁରୁବାରୀ ରଣା(୬୦)କୁଁ କେସିଙ୍ଗା ବିଡିଓ ଭୀମସେନ ଶବର ସାହାଯ୍ର ହାତ୍ ବଢ଼େଇଛନ୍। ସେ ଅନେକ ଦିନ୍ ହେଲା ରୋଗ୍ ଲାଗି ବଡ଼ା…
ଚିକିଛା ଲାଗି ଟଁକା ଅଭାବ: ସରକାରୀ ସୁବିଧାରୁ ବଁଚିତ୍ ଦିବ୍ୟାଙ୍ଗ ତୃପ୍ତି
ଜାମଟିକ୍ରା, ୩୦।୧୧(ଡି.ଏନ୍.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍ ପତ୍ରାପାଲି କେନାଲ ଛକର ରାଜକିଶୋର ପଧାନ ଆର ସୁଷମା ପଧାନକଁର ଝି’ ତୃପ୍ତି ପଧାନ (୧୮)। ଜନ୍ମୁ ତାକର ଦୁଇ ଆଏଁଖ୍ ନାଇଁ ଦିଶ୍ବାର। ଇଆଡ଼େ ପରିବାରଟା ନିହାତି…
ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ
ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ ପରଠୁ ଖଟିଆରେ ପଡି ରହିଛି ସେ । ଉଠିବା କି ବସିବା କିଛି ନାହିଁ…
ବଗଲା ଧର୍ମଶାଳା ଜମି ଆବଣ୍ଟନକୁ ନେଇ କେଁ
ପୁରୀ ଅଫିସ, ୨୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ଯୋଗୁ ଜମି ହରାଇଥିବା ନିଯୋଗ, ଭବନ ଏବଂ ଲଜ୍ ମାଲିକଙ୍କୁ ବଡ଼ଦାଣ୍ଡସ୍ଥିତ ବଗଲା ଧର୍ମଶାଳା ଜମିରେ ଥଇଥାନ କରାଯିବ। ଏଥିପାଇଁ ବଗଲା ଧର୍ମଶାଳାର ଖାଲି ଜମିରେ ପ୍ଲଟିଂ କରାଯାଇଛି। ୨.୬୯ ଏକର ଜମିରେ…
୫ ବର୍ଷ ହେଲା ପାଦରେ ପଡିଛି ବେଡି
ଆନନ୍ଦପୁର,୨୯। ୧୧(ସ୍ବ.ପ୍ର.)- ମାନସିକ ରୋଗରେ ଆକ୍ରାନ୍ତ ୨୫ ବର୍ଷର ଜଣେ ବିବାହିତ ଝିଅଙ୍କୁ ତାଙ୍କ ଗରିବ ବାପା ଉପଯୁକ୍ତ ଚିକିତ୍ସା କରାଇ ନ ପାରି ପ୍ରାୟ ୫ ବର୍ଷ ହେଲାଗୋଡରେ ଏକ ବେଡି ପକାଇ ଘରେ ଅଟକାଇ ରଖିଛନ୍ତି। ଏଭଳି ଘଟଣା…
କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର
ଚମ୍ପୁଆ, ୨୯ା୧୧(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକପତ୍ର ଯୋଗାଣ ସହ ପ୍ରାକ୍ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚମ୍ପୁଆ…
ଖରିଫ ଧାନ ସଂଗ୍ରହ ପାଇଁ ପ୍ରଚାର ରଥ
ଚମ୍ପୁଆ, ୨୯ା୧୧(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଏକ ସଚେତନତା ରଥ ବୁଲିବା ଆରମ୍ଭ କରିଛି। ଉପଜିଲାପାଳ ପ୍ରତାପ ପ୍ରୀତିିମୟ ନିଜ କାର୍ଯ୍ୟାଳୟ ଠାରେ ପତାକା ହଲାଇ ରଥର ଶୁଭାରମ୍ଭ କରିଥିଲେ।…
ବ୍ୟାଙ୍କରେ ତାଲା ପକାଇଲେ ଗ୍ରାହକ
ସଜନାଗଡ଼, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଠିକ୍ ଭାବେ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଶୁକ୍ରବାର ବ୍ୟାଙ୍କ ଖୋଲିବା ପୂର୍ବରୁ ଶତାଧିକ ଗ୍ରାହକ ମୁଖ୍ୟ ଗେଟ୍ରେ ତାଲା ପକାଇ ଧାରଣାରେ ବସିରହିଥିଲେ। ନୀଳଗିରି…

