ପେସାରେ ମେକାନିକ୍‌, ନିଶା କଳାକୃତି : ପେନ୍‌ସିଲମୁନରେ ହରିଗୋବିନ୍ଦଙ୍କ କ୍ଷୁଦ୍ର ସାନ୍ତାକ୍ଲଜ୍‌

ବ୍ରହ୍ମପୁର ଅଫିସ,୨୪ା୧୨-ପେସାରେ ଜଣେ ମେକାନିକ୍‌ । କିନ୍ତୁ ନିଶା ତାଙ୍କର ନୂତନ କଳାକୃତି ଗଢ଼ିିବାରେ ।
ଖାଦ୍ୟଶସ୍ୟ, ପେନସିଲରେ ବିଭିନ୍ନ କଳାକୃତି କରି ସେ ପାଲଟି ଯାଇଛନ୍ତି ଜଣେ ଚର୍ଚ୍ଚିତ ଚେହେରା । ସେ ହେଲେ ଶ୍ରୀରାମନଗର ଜଗନ୍ନାଥ ବିହାର ଷଷ୍ଠଗଳିରେ ରହୁଥିବା ହରିଗୋବିନ୍ଦ ମହାରଣା ା ୨୦୧୮ରେ ଗୁଣ୍ଡିଚାଯାତ୍ରା ଅବସରରେ ୫୧ ପ୍ରକାର ଶସ୍ୟରେ ନନ୍ଦିଘୋଷ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ହରିଗୋବିନ୍ଦ ଏବେ ପୁଣି ବଡ଼ଦିନ ଉପଲକ୍ଷେ କଲର ପେନ୍‌ସିଲ ମୁନରେ ସାନ୍ତାକ୍ଲଜ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୩ ଘଣ୍ଟାରେ ୧.୪ ସିଏମ୍‌ ଉଚ୍ଚତାର କ୍ଷୁଦ୍ର ସାନ୍ତାକ୍ଲଜ୍‌ କରିବା ସହ ବଡ଼ଦିନ ପାଇଁ ସହରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଳକା ସମୟକୁ ନଷ୍ଟ ନ କରି ସେ କଳାକୃତି ନିର୍ମାଣ କରିଥାନ୍ତି ବୋଲି କହିଛନ୍ତି ା
ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୮ରେ ଶସ୍ୟରେ ନନ୍ଦିଘୋଷ ରଥ ନିର୍ମାଣ କରିବା ପରେ ୧୫ ପ୍ରକାର ଖାଦ୍ୟଶସ୍ୟରେ ହକି ବିଶ୍ୱକପ୍‌ ସମୟରେ କଳିଙ୍ଗ ଷ୍ଟାଡିୟମର ଚିତ୍ର କଳାକୃତି ନିର୍ମାଣ କରିଥିଲେ ା ସେହିପରି ୨୦୧୮ ଅଗଷ୍ଟ ୧୫ରେ ମସୁରଡାଲି, ମୁଗ, ଗୋଲମରିଚ, ସାଗୁଦାନା ଓ ଆଖୁରେ ୨ ଫୁଟ ଓସାର ଓ ୧୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ନିର୍ମାଣ କରିଥିଲେ ା ସେହିବର୍ଷ ଗଣେଶପୂଜାରେ ପେନସିଲ ମୁନରେ ୬ଏମ୍‌ଏମ୍‌ ଉଚ୍ଚତାର କ୍ଷୁଦ୍ର ଗଣେଶ ନିର୍ମାଣ କରିଥିଲେ। ୨୦୧୯ ଅଗଷ୍ଟ ୧୫ରେ ପୁଣି ୬ ଫୁଟ ୬ ଇଞ୍ଚର ସ୍ବଚ୍ଛଭାରତ ଚଷମା ନିର୍ମାଣ କରିଥିଲେ ା ଯାହାକୁ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମହାନଗର ନିଗମକୁ ପ୍ରଦାନ କରିଥିଲେ, ଚଳିତବର୍ଷ ଗାନ୍ଧୀ ଜୟନ୍ତୀରେ ଚାଉଳରେ ୧.୫ ସିଏମ ଲମ୍ବ ଓ ୧ ସିଏମ୍‌ ଉଚ୍ଚତାର ଅରଟ ନିର୍ମାଣ କରି ବ୍ରହ୍ମପୁର ସହରର ଯୁବ କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri