ଚିକିତ୍ସାରେ ଅବହେଳା ଅଭିଯୋଗ: ପ୍ରସୂତିଙ୍କ ମୃତ୍ୟୁ ପରେ ଉତ୍ତେଜନା

ସୋର, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତଦେହକୁ ଡାକ୍ତରଖାନା ଆଗରେ ରଖି ଉତ୍ତେଜନା ସୃଷ୍ଟି କରିଥିଲେ। ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରୁଛି।
ଔପଦା ଥାନା ବାଙ୍ଗୁରୁ ଗ୍ରାମର ତାପସ ଭୂୟଁ।ଙ୍କ ସ୍ତ୍ରୀ ନମିତା ରବିବାର ପ୍ରସବ ପାଇଁ ଉକ୍ତ ଘରୋଇ ନର୍ସିହୋମରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ନମିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋମବାର କଟକ ସ୍ଥାନାନ୍ତର କରାଯାଉଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କଟକ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ନର୍ସିଂହୋମରେ ଚିକିତ୍ସା ଅବହେଳାକୁ ଦାୟୀ କରି ମୃତଦେହକୁ ରଖି ଆନ୍ଦୋଳନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri