ସହରଠୁ ୩ କି.ମି. ଦୂର ଗୁମିକୁ ରାସ୍ତା ନାହିଁ

ଫୁଲବାଣୀ ଅଫିସ, ୨୪ା୧୨- ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ। ଫୁଲବାଣୀ ସହରଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଗଁ। ଗୁମିକୁ ସବୁଦିନିଆ ପକ୍କା ରାସ୍ତା ନାହିଁ। ଲୋକେ ଯାତାୟତ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବର୍ଷା ଦିନେ ଏହା ଫୁଲବାଣୀ ସହରରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଉଛି। ଗ୍ରାମରେ ଅନ୍ୟ ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ହେଁ, ପ୍ରମୁଖ ସମସ୍ୟା ରାସ୍ତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ। ଖାଲି ନିର୍ବାଚନବେଳେ ସବୁ ପ୍ରତିଶ୍ରୁତି, ସରିଗଲେ କାହାରି ପାଦ ଏଠାରେ ପଡେନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।
ଯେ, ଫୁଲବାଣୀ ସହରଠାରୁ ଗୁମି ପାଖ ହୋଇଥିଲେ ମଧ୍ୟ ଏହା ଖଜୁରିପଡା ବ୍ଲକ ପିରିକୁଡି ପଞ୍ଚାତରେ ଯାଉଛି। ଗ୍ରାମରେ ରହିଛନ୍ତି ମୋଟ ୧୮ ପରିବାର। ଲୋକ ସଂଖ୍ୟା ୧୫୦ରୁ ଊର୍ଦ୍ଧ୍ୱ। ଚାଷ ଏବଂ ମୂଲ ଲାଗି ଲୋକେ ଚଳନ୍ତି। ଗ୍ରାମର ମୁଖ୍ୟସମସ୍ୟା ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ଗ୍ରାମର ଶେଷ ମୁଣ୍ଡ ଜଙ୍ଗଲ ପାହାଡ ରାସ୍ତା ଦେଇ ୩ କି.ମି. ଗଲେ ଏବଂ ଗ୍ରାମରୁ ପାଦଚଲା ରାସ୍ତାରେ ଆସି ଫୁଲବାଣୀ ଏଫ୍‌ସିଆଇ ଛକ ଦେଇ ପ୍ରାୟ ୮ କିମି ଗଲେ ପିରିକୁଡି ପଞ୍ଚାୟତ କାର୍ଯ୍ୟାଳୟ ପଡେ। ଭତ୍ତା, ଚାଉଳ ପାଇଁ ବୃଦ୍ଧାବୃଦ୍ଧ ବହୁ କଷ୍ଟରେ ଯାଆନ୍ତି। ଭତ୍ତା କିମ୍ବା ଚାଉଳ ପାଇଁ ଗଲେ ଦିନଟିଏ ବିତି ଯାଉଛି। ପାହାଡ ରାସ୍ତାରେ ଟିକେ ଅସାବଧାନ ହେଲେ ବିପଦ। ବର୍ଷାଦିନେ କାହା ଦେହ ଖରାପ ହେଲେ ଭାରରେ ବୋହି ନେଇ ପାଖ ଗ୍ରାମକୁ ଯାଉ, ସେଠାରୁ ଆମ୍ବୁଲାନ୍ସ ଆସି ନିଏ। ସ୍କୁଲ ଗୋଟିଏ ଥିଲା, ତାହା ମଧ୍ୟ ବନ୍ଦ ହୋଇ ଯାଇଛି। ପରିସ୍ଥିତି ଏପରି ହେଲାଣି ଆମ ଗ୍ରାମକୁ ଆଉ କେହି ଝିଅ ଦେବାକୁ ରାଜି ହେଉ ନାହାନ୍ତି। ସମସ୍ୟା ନେଇ ଆମେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କରିଛୁ। ସେମାନେ ହଁ କହୁଛନ୍ତି, ହେଲେ କାହିଁକି ରାସ୍ତା ହୋଇପାରୁନାହିଁ ତାହା ଆମେ ବି ଜାଣି ପାରୁନୁ ବୋଲି ଗ୍ରାମର ଧ୍ରୁବ କହଁର, ଉପେନ୍ଦ୍ର କହଁର, ସୁକୁମାରି କହଁର ପ୍ରମୁଖ କହିଛନ୍ତି। ଏ ନେଇ ବିଡିଓ ରବୀନ୍ଦ୍ରନାଥ କହଁରଙ୍କୁ ପଚାରିବାରୁ ମୁଁ ଏବେ ନୂଆ ଆସିଛି, କ’ଣ ସମସ୍ୟା ରହିଛି, କାହିଁକି ରାସ୍ତା ହୋଇପାରୁନାହିଁ ତାହା ବୁଝିଲା ପରେ କହିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri