ସ୍ବାମୀଙ୍କ ଘରୁ ଚୋରି କରି ଚମ୍ପଟ ହେବା ଘଟଣା: ଉତ୍ତରପ୍ରଦେଶରୁ ସ୍ତ୍ରୀ ଗିରଫ

ରୂପ୍‌ସା, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ମାଣିକପୁରା ଗ୍ରାମର ଖଗେନ୍ଦ୍ର ପରିଡ଼ାଙ୍କ ଘରୁ ବିଭିନ୍ନ ଘରକରଣା ସାମଗ୍ରୀ ସହ ସୁନାଗହଣା ଚୋରି ଅଭିଯୋଗରେ ପନତ୍ୀ ଟିକିଲି ପରିଡ଼ାଙ୍କୁ ପୋଲିସ ଉତ୍ତରପ୍ରଦେଶରୁ ଗିରଫ କରିଛି। ରବିବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି।
ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳର ଟିକିଲିଙ୍କୁ ଖଗେନ୍ଦ୍ର ୨୦୧୪ରେ ପ୍ରେମ ବିବାହ କରିଥିଲେ। ଖଗେନ୍ଦ୍ର ଜଣେ ଦିନ ମଜୁରିଆ ଓ ମତ୍ସ୍ୟଜୀବୀ ଭାବେ ଜୀବିକା ନିର୍ବାହ କରନ୍ତି। ବିବାହର ୪ ବର୍ଷ ପରେ ପନତ୍ୀପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାହ ସମୟରେ ଟିକିଲି ତାଙ୍କ ବାପଘରୁ କୌଣସି ସାମଗ୍ରୀ, ସ୍ବର୍ଣ୍ଣ ଅଳଙ୍କାର ଆଣି ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ଖଗେନ୍ଦ୍ର ଘରେ ନ ଥିବାବେଳେ ସ୍ତ୍ରୀ ଟିକିଲି ଗଡ଼ରେଜ, ପଲଙ୍କ, ଘରକରଣା ସାମଗ୍ରୀ ସହ ସୁନା ଅଳଙ୍କାର ଲୁଟ୍‌ କରି ଚମ୍ପଟ ମାରିଥିଲେ। ଏ ସମ୍ପକର୍ର୍ରେ ଖଗେନ୍ଦ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ପିଟିଶନ ଅନୁଯାୟୀ ଗତ ମାର୍ଚ୍ଚ ୧୮ ତାରିଖରେ ସଦର ଥାନାରେ ପୋଲିସ ଏକ ମାମଲା (ନଂ. ୬୬/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ପରିକ୍ଷୀ ଫାଣ୍ଡି ଅଧିକାରୀ ଏଏସ୍‌ଆଇ ଉମାକାନ୍ତ ଧଳ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ସହ ଉତ୍ତରପ୍ରଦେଶର ସମ୍ବଲ ଜିଲା ଅନ୍ତର୍ଗତ ବଣିଆଫେର ଥାନା ଅଞ୍ଚଳରେ ସେଠାକାର ପୋଲିସ ସହାୟତାରେ ଚଢ଼ାଉ କରି ଗତ ୧୮ ତାରିଖରେ ଅଭିଯୁକ୍ତ ପନତ୍ୀଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ୪ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ସେଠାରୁ ବାଲେଶ୍ୱର ଆଣିଥିଲେ। ଟିକିଲିଙ୍କ ବାପଘରୁ ପୋଲିସ ଚୋରି ସାମଗ୍ରୀ ଜବତ କରିଛି। ସେମାନଙ୍କର ସାଢ଼େ ୪ବର୍ଷର ଶିଶୁକନ୍ୟା ଅଛି। ସ୍ବାମୀଙ୍କ ଘରୁ ଆସବାବପତ୍ର ଚୋରି କରିବା ପରଠୁଁ ଟିକିଲି ଶିଶୁକନ୍ୟାକୁ ନେଇ ଉତ୍ତରପ୍ରଦେଶରେ ରହୁଥିବା ପୋଲିସ ଖବର ପାଇ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri