ଉଦାହରଣ ସାଜିଛନ୍ତି ମହେଶ୍ୱର
ବନ୍ତ, ୨୭।୧୨(ସ୍ବ.ପ୍ର.) – ବର୍ତ୍ତମାନ ଦେଶରେ ନିଯୁକ୍ତି ଅଭାବରୁ ବେକାର ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସମାଜରେ ଶାରୀରିକ ସୁସ୍ଥ ଶିକ୍ଷିତ ଯୁବକମାନେ ବେକାର ହୋଇ ବୁଲୁଥିବାବେଳେ ଜଣେ ଦିବ୍ୟାଙ୍ଗ ଯୁବକ ନିଜେ ରୋଜଗାରକ୍ଷମ ହୋଇ ପରିବାର…
ରାଜ୍ୟସ୍ତରୀୟ ରଗ୍ବୀ ଫୁଟବଲ୍: ମୟୂରଭଞ୍ଜକୁ ସଫଳତା
ବାରିପଦା ଅଫିସ,୨୭ା୧୨- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ବାଳିକା ଓ ବାଳକ ବର୍ଗର ରଗ୍ବୀ ଫୁଟବଲ୍ ପ୍ରତିଯୋଗିତା ଚଳିତ ମାସ ୨୨ ଓ ୨୩ ତାରିଖରେ ଭୁବନେଶ୍ୱରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୟୂରଭଞ୍ଜ ଜିଲାକୁ…
କୁଆମରାରେ ହାତୀ ଉପଦ୍ରବ
କୁଆମରା,୨୭ା୧୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରିର କୁଲଡ଼ିହା ଅଞ୍ଚଳରୁ ଏକ ଦନ୍ତା ସମେତ ମୋଟ ୭ଟି ହାତୀ କୁଆମରା ଫରେଷ୍ଟ ଅଞ୍ଚଳରେ ପ୍ରବେଶ କରିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ଏହି ହାତୀପଲ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ…
ଜିଲାରେ ପ୍ରଥମ: ଜଳେଶ୍ୱରରେ ମଡେଲ ଭିଲେଜ କାର୍ଯ୍ୟାରମ୍ଭ
ଜଳେଶ୍ୱର, ୨୭।୧୨(ସ୍ବ.ପ୍ର.)-ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ଏଣିକି ଭୂମିହୀନ ଓ ଗୃହହୀନଙ୍କ ଲାଗି ସରକାରୀ ସ୍ଥାନରେ ଏକ ମଡେଲ ଭିଲେଜ ନିର୍ମାଣ ପାଇଁ ସ୍ଥିର ହୋଇଛି ା ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକର ମହମ୍ମଦନଗରପାଟ ଓ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମରେ…
ଓଡ଼ିଶାରୁ ଖସିଗଲେ, ପଶ୍ଚିମବଙ୍ଗରେ ଧରାପଡ଼ିଲେ: ୩.୨୫ ଲକ୍ଷ ଟଙ୍କାର ଗଞ୍ଜେଇ, କାର୍ ଜବତ
ଜଳେଶ୍ୱର,୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଲକ୍ଷ୍ମଣନାଥ ଗେଟ୍ ଦେଇ ଓଡ଼ିଶାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ହେଉଛି। ଏହି ଗେଟ୍ ଦେଇ ଚାଲାଣକାରୀମାନେ ସହଜରେ ଖସି ଯାଉଥିବାବେଳେ ସୀମାନ୍ତରୁ ମାତ୍ର ୫ଶହ ମିଟର ଦୂରରେ ପଶ୍ଚିମବଙ୍ଗ ଦାନ୍ତୁନ ପୋଲିସ ଗୁରୁବାର…
ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ
ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାର ଗୁରୁ ଭିକାରୀ ନାୟକ କଳାମଣ୍ଡପଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର…
ରଥିବାଲିରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ
ପଟ୍ଟାଙ୍ଗି,୨୬ା୧୨(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଗାଲିଗାବଡାର ଗ୍ରାମ ନିକଟସ୍ଥ ରଥିବାଲି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ଦିନ ତଳେ କଳାହାଣ୍ଡିର ଜଣେ ପର୍ଯ୍ୟଟକ ଫଟୋ ଉଠାଉଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ…
ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ବାଟରୁ ନିଖୋଜ
ସିମୁଳିଆ, ୨୬ା୧୨(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ଅଞ୍ଚଳର ସଞ୍ଜୟ ଖୁଣ୍ଟିଆ(୨୭) ନାମକ ଯୁବକ ଗତ ଶନିବାର ପଶ୍ଚିମବଙ୍ଗରୁ ଘରକୁ ଫେରୁଥିବାବେଳେ ବାଟରୁ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ପଦ୍ମିନୀ ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟ ପଶ୍ଚିମବଙ୍ଗ ରାଜ୍ୟର…
ଦିବ୍ୟାଙ୍ଗଙ୍କ ସହିତ ବଡ଼ଦିନ ପାଳିଲେ ବିଧାୟକ, କଣ୍ଠଶିଳ୍ପୀ
ବାଲିଆପାଳ,୨୬।୧୨(ସ୍ବ.ପ୍ର.)-ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଓଲିଉଡ଼ର ପସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଯୁବନେତା ରବୀନ୍ଦ୍ର ଅଣ୍ଡିଆ ଡଗରା ବେଳାଭୂମିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହିତ ପବିତ୍ର ବଡ଼ଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବବ୍ୟବସାୟୀ ତଥା ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର ଅଣ୍ଡିଆଙ୍କ…
ପାଦ ବିକୃତି ଚିକିତ୍ସା ପରେ ଘରକୁ ଫେରିଲେ ଶିଶୁ
ଫୁଲବାଣୀ ଅଫିସ,୨୬ା୧୨-ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ହୋଇଥିବା ପାଦ ବିକୃତି ପିଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏମାନେ ଅନ୍ୟ ପିଲାଙ୍କ ଭଳି ସୁସ୍ଥ ଜୀବନଯାପନ କରି ପାରିବେ । ଗତ ୫ ତାରିଖରୁ ଏହି ଅସ୍ତ୍ରୋପଚାର ଶିବିର ହୋଇଥିଲା। ସେ…
ଲୁଣା ନଦୀରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର
ମାର୍ଶାଘାଇ,୨୬।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କୁଆଁରପାଳ ନିକଟ ଲୁଣା ନଦୀରେ ଗୁରୁବାର ଜଣେ ଅଜଣା ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଯୁବତୀଜଣଙ୍କ କଲେଜ ୟୁନିଫର୍ମ ପିନ୍ଧିଥିବା ବେଳେ…
ବିଷ ପିଇ ଯୁବକଙ୍କ ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା, କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲେ ସ୍ବାସ୍ଥ୍ୟକର୍ମୀ
ପାତ୍ରପୁର,୨୬।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗ୍ରାମର ଅଶ୍ୱିନୀ ବେହେରା(୩୦) ବୁଧବାର ସନ୍ଧ୍ୟାରେ ବିଷ ପିଇ ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।…

