ବାଦ୍‌ ପଡିଥିବା ତାଲିକାଭୁକ୍ତ ଉପଭୋକ୍ତାଙ୍କୁ ମିଳିବ ସଂଯୋଗ

ତିହିଡ଼ି, ୨୨ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୩ ହଜାର ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରାଜୀବ ଜ୍ୟୋତି ଓ ସୌଭାଗ୍ୟ ଜ୍ୟୋତି ଯୋଜନାରେ ଏସବୁ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଇତିମଧ୍ୟରେ ରାଜୀବ ଜ୍ୟୋତି ଯୋଜନା ବନ୍ଦ ହୋଇଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ୩୧ତାରିଖରେ ସୌଭାଗ୍ୟ ଜ୍ୟୋତି ଯୋଜନା ବନ୍ଦ ହେବ ବୋଲି ଜଣାଯାଇଛି। ତେବେ ଏହି ସମୟ ସୀମା ମଧ୍ୟରେ ବାଦ୍‌ ପଡ଼ିଥିବା ପରିବାରଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ ତାଲିକାଭୁକ୍ତ ହୋଇ ନ ଥିବା କେତେକ ପରିବାର ମଧ୍ୟ ଏବେ ବି ଅନ୍ଧାରରେ ରହିଛନ୍ତି। ଯୋଜନା ବନ୍ଦ ହେବା ପରେ ସେମାନେ କେମିତି ବିଦ୍ୟୁତ୍‌ ସଂଯୋଗ ପାଇବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୧ଏପ୍ରିଲଠାରୁ ରାଜୀବ ଜ୍ୟୋତି ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ ବିପିଏଲ୍‌ ପରିବାରଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ତେବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମସ୍ତ ପରିବାର ବିଦ୍ୟୁତ୍‌ ସଂଯୋଗ ପାଇପାରି ନ ଥିଲେ। ଫଳରେ ୨ୟ ପର୍ଯ୍ୟାୟରେ ପୁଣି ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇ ସମସ୍ତ ପରିବାରକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିଲା। ପରେ ସମସ୍ତ ପରିବାରକୁ ବିଦ୍ୟୁତ୍‌ ସଂଯୋଗ କରାଯିବା ଲକ୍ଷ୍ୟ ନେଇ ସୌଭାଗ୍ୟ ଯୋଜନା ଆରମ୍ଭ ହୋଇଥିଲା। ୨୦୧୮ ଏପ୍ରିଲଠାରୁ ଏହା ଆରମ୍ଭ ହୋଇ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ୨୦୨୦ ମାର୍ଚ୍ଚ ୩୧ତାରିଖ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଂଯୋଗ କାର୍ଯ୍ୟ ଦାୟିତ୍ୱରେ ଥିବା ଲେଜର କେବୁଲ ବାଦ୍‌ ପଡ଼ିଥିବା ପରିବାରକୁ ବିଦ୍ୟୁତ୍‌ ସଂଯୋଗ କରୁଥିବା ଜଣାଯାଇଛି। ତେବେ ଏହି ଯୋଜନାରେ ତାଲିକାଭୁକ୍ତ ହୋଇ ନ ଥିବା କେତେକ ପରିବାର ରହିଛନ୍ତି। ସେହି ପରିବାରଗୁଡ଼ିକ ପରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ମିଳିବା ସମ୍ଭବ ହେବନାହିଁ। କୌଣସି ନୂଆ ଯୋଜନା ଆରମ୍ଭ ହେଲେ ଜିଲା ବିଦ୍ୟୁତ୍‌ ବୈଠକରେ ଆଲୋଚନା ପରେ ସ୍ଥିର ହେବା ପରେ ସେମାନେ ବିଦ୍ୟୁତ୍‌ ସଂଯୋଗ ପାଇପାରିବେ ବୋଲି ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଜିତେନ୍ଦ୍ର ବେହେରା କହିଛନ୍ତି। ବାଦ୍‌ ପଡ଼ିଥିବା ପରିବାର ସଂଖ୍ୟା ବହୁତ କମ୍‌ ଅଟେ ଏବଂ ସେମାନେ ଯୋଜନା ସମ୍ପର୍କରେ ଜାଣିପାରି ନ ଥିବାରୁ ବାଦ୍‌ ପଡ଼ିଥିବା ଏସ୍‌ଡିଓ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri