ବାଦ୍‌ ପଡିଥିବା ତାଲିକାଭୁକ୍ତ ଉପଭୋକ୍ତାଙ୍କୁ ମିଳିବ ସଂଯୋଗ

ତିହିଡ଼ି, ୨୨ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୩ ହଜାର ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରାଜୀବ ଜ୍ୟୋତି ଓ ସୌଭାଗ୍ୟ ଜ୍ୟୋତି ଯୋଜନାରେ ଏସବୁ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଇତିମଧ୍ୟରେ ରାଜୀବ ଜ୍ୟୋତି ଯୋଜନା ବନ୍ଦ ହୋଇଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ୩୧ତାରିଖରେ ସୌଭାଗ୍ୟ ଜ୍ୟୋତି ଯୋଜନା ବନ୍ଦ ହେବ ବୋଲି ଜଣାଯାଇଛି। ତେବେ ଏହି ସମୟ ସୀମା ମଧ୍ୟରେ ବାଦ୍‌ ପଡ଼ିଥିବା ପରିବାରଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ ତାଲିକାଭୁକ୍ତ ହୋଇ ନ ଥିବା କେତେକ ପରିବାର ମଧ୍ୟ ଏବେ ବି ଅନ୍ଧାରରେ ରହିଛନ୍ତି। ଯୋଜନା ବନ୍ଦ ହେବା ପରେ ସେମାନେ କେମିତି ବିଦ୍ୟୁତ୍‌ ସଂଯୋଗ ପାଇବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୧ଏପ୍ରିଲଠାରୁ ରାଜୀବ ଜ୍ୟୋତି ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ ବିପିଏଲ୍‌ ପରିବାରଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ତେବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମସ୍ତ ପରିବାର ବିଦ୍ୟୁତ୍‌ ସଂଯୋଗ ପାଇପାରି ନ ଥିଲେ। ଫଳରେ ୨ୟ ପର୍ଯ୍ୟାୟରେ ପୁଣି ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇ ସମସ୍ତ ପରିବାରକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିଲା। ପରେ ସମସ୍ତ ପରିବାରକୁ ବିଦ୍ୟୁତ୍‌ ସଂଯୋଗ କରାଯିବା ଲକ୍ଷ୍ୟ ନେଇ ସୌଭାଗ୍ୟ ଯୋଜନା ଆରମ୍ଭ ହୋଇଥିଲା। ୨୦୧୮ ଏପ୍ରିଲଠାରୁ ଏହା ଆରମ୍ଭ ହୋଇ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ୨୦୨୦ ମାର୍ଚ୍ଚ ୩୧ତାରିଖ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଂଯୋଗ କାର୍ଯ୍ୟ ଦାୟିତ୍ୱରେ ଥିବା ଲେଜର କେବୁଲ ବାଦ୍‌ ପଡ଼ିଥିବା ପରିବାରକୁ ବିଦ୍ୟୁତ୍‌ ସଂଯୋଗ କରୁଥିବା ଜଣାଯାଇଛି। ତେବେ ଏହି ଯୋଜନାରେ ତାଲିକାଭୁକ୍ତ ହୋଇ ନ ଥିବା କେତେକ ପରିବାର ରହିଛନ୍ତି। ସେହି ପରିବାରଗୁଡ଼ିକ ପରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ମିଳିବା ସମ୍ଭବ ହେବନାହିଁ। କୌଣସି ନୂଆ ଯୋଜନା ଆରମ୍ଭ ହେଲେ ଜିଲା ବିଦ୍ୟୁତ୍‌ ବୈଠକରେ ଆଲୋଚନା ପରେ ସ୍ଥିର ହେବା ପରେ ସେମାନେ ବିଦ୍ୟୁତ୍‌ ସଂଯୋଗ ପାଇପାରିବେ ବୋଲି ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଜିତେନ୍ଦ୍ର ବେହେରା କହିଛନ୍ତି। ବାଦ୍‌ ପଡ଼ିଥିବା ପରିବାର ସଂଖ୍ୟା ବହୁତ କମ୍‌ ଅଟେ ଏବଂ ସେମାନେ ଯୋଜନା ସମ୍ପର୍କରେ ଜାଣିପାରି ନ ଥିବାରୁ ବାଦ୍‌ ପଡ଼ିଥିବା ଏସ୍‌ଡିଓ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା…

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

ବିଜେଡି ଛାଡ଼ିଲେ ପୂର୍ବତନ କର୍ପୋରେଟର, ନବୀନଙ୍କୁ ଇସ୍ତଫାପତ୍ର ପଠାଇ କହିଲେ…

କଟକ,୩ା୬: ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଛନ୍ତି। ଦେବାଶିଷଙ୍କ ପରେ ଏବେ ବିଜେଡି ଛାଡ଼ିଛନ୍ତି କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ। ସେ ତାଙ୍କର…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri