ଆମ ଜିଲା ଖବର

ସରକାରୀ ଅର୍ଥ ହେରଫେର ମାମଲାରେ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଗିରଫ

ଚାନ୍ଦବାଲି,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ତଥା ପ୍ରାକ୍ତନ ସରପଞ୍ଚ ବ୍ରଜ ମଲ୍ଲିକଙ୍କୁ ବାଂଶଡ଼ା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଛି । ସରକାରୀ ଅର୍ଥ ହେରଫେର ମାମଲାରେ ବିଡିଓ ଶ୍ୟାମସୁନ୍ଦର ଟୁଟୁଙ୍କ ଅଭିଯୋଗକ୍ରମେ…

ହାତୀ ଉପଦ୍ରବ: ଭାଙ୍ଗିଲେ ଫାର୍ମ ହାଉସ୍‌, ଉଜାଡ଼ିଲେ ଧାନ ଫସଲ; କ୍ଷତିପୂରଣ ଦାବି କଲେ ଅଞ୍ଚଳବାସୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନଁା ଧରୁନାହିଁ। ହାତୀ ଉପଦ୍ରବରେ ଗରିବ ଚାଷୀମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଏକ ଦଳରେ ଥିବା ୨୩ ଝାଡ଼ଖଣ୍ଡୀ ହାତୀ ଚମ୍ପୁଆ ରେଞ୍ଜରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ପରେ ଶୁକ୍ରବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଆହତ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଚରମ୍ପାରେ ଶନିବାର ସକାଳେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡ଼ିଛି। ଚରମ୍ପା ନିକଟରେ ଥିବା ଏକ ବିଦ୍ୟତ ଖୁଣ୍ଟରେ ଠିକା କର୍ମଚାରୀ ପ୍ରଦୀପ କୁମାର ମହାପାତ୍ର କାମ କରୁଥିବା ସମୟରେ ହଠାତ…

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଜାର ଅଧିନସ୍ତ ବଜାର ରାନ୍ଦିଆ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। କେହି ଦୁର୍ବୃତ୍ତ ଏଟିଏମ୍‌ର ସମ୍ମୁଖ କବାଟକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ଏଟିଏମ୍‌ ଭାଙ୍ଗିବା ଦେଖି ସ୍ଥାନୀୟ…

ପାରିବାରିକ କଳହ: ଆତ୍ମହତ୍ୟା କଲେ ୪ସ୍ତ୍ରୀଙ୍କ ସ୍ବାମୀ

ଭଦ୍ରକ ଅଫିସ,୨୬।୧୦: ପାରିବାରିକ ଅଶାନ୍ତିକୁ ସହ୍ୟ କରି ନ ପାରି ଶେଷରେ ୪ ସ୍ତ୍ରୀ ଗ୍ରହଣ କରିଥିବା ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତର ଅଜୟ ଦାସ। ସୂଚନାଯୋଗ୍ୟ, ଅଜୟ ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରୀ…

କୃଷ୍ଣପ୍ରସାଦରେ ଲାଗିଲା ଆଣ୍ଡାମାନ ବୋଟ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୬।୧୦(ଡି.ଏନ୍‌.ଏ.): ଆଣ୍ଡାମାନ ଦ୍ବୀପରେ ବ୍ୟବସାୟ କରୁଥିବା ଏକ ବୋଟ ସାମୁଦ୍ରିକ ଝଡ଼ରେ ବାଟବଣା ହୋଇ ଗୁରୁବାର ରାତିରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖିରିସାହି ଉପକୂଳରେ ଲାଗିଛି। ଉକ୍ତ ବୋଟର ୨ ନାବିକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କୁ…

ଅଲୋଡ଼ା କନ୍ୟା ସନ୍ତାନ: ମେଡିକାଲ ବେଡ୍‌ରେ ଛାଡ଼ି ପଳାଇଲେ ମା’

କଟକ ଅଫିସ, ୨୬।୧୦: ସମାଜରେ କନ୍ୟା ସନ୍ତାନଙ୍କ ପ୍ରତି ଥିବା ହୀନମନ୍ୟତା ବଢିବାରେ ଲାଗିଛି, ଯାହାର ଏକ ଉଦାହରଣ ଏସ୍‌ସିବି ମେଡିକାଲରେ ଦେଖିବାକୁ ମିଳିଛି। ଗତ ୩ରେ ଯାଜପୁର ଅଞ୍ଚଳର ଜଣେ ମହିଳା ପ୍ରସବ ନିମନ୍ତେ ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ…

ଡିଏଲ୍‌ଆର କର୍ମଚାରୀ, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ: ନୋଟିସ୍‌ ପଠାଇଲା ପୌରସଂସ୍ଥା

ଅନୁଗୋଳ ଅଫିସ, ୨୬ା୧୦ – ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୌରପାଳିକାର ସଫେଇ କର୍ମଚାରୀ। ୧୦ ଡିଏଲ୍‌ଆର ସଫେଇ କର୍ମଚାରୀଙ୍କ ସହ ଠିକା ସଂସ୍ଥାର ୧୩୦ ସଫେଇ କର୍ମଚାରୀ ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିଛନ୍ତି। ଫଳରେ ସହର ସଫେଇ ଏକ…

ବଳରାମ ଖଣି ବନ୍ଦକୁ ନେଇ ବଢ଼ୁଛି ବିବାଦ: ଖଣି କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ଡଅଁରା ଗ୍ରାମ କମିଟି

ତାଳଚେର,୨୬ା୧୦(ନି.ପ୍ର.) – କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ଡଅଁରା ଓ ସୋଲଡା ଗ୍ରାମ ମଧ୍ୟରେ ଥିବା ବିବାଦ ଯୋଗୁ ତାଳଚେରସ୍ଥିତ ବଳରାମ କୋଇଲା ଖଣି ଗତ ୧୨ ତାରିଖଠାରୁ ବନ୍ଦ ରହିଛି। ତେବେ ରାଜନୀତି ଓ ହିଙ୍ଗୁଳା ଜେନେରାଲ ମ୍ୟାନେଜର…

ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି ଚାଷଜମି। ଚାଷୀମାନେ ବର୍ଷସାରା ପରିଶ୍ରମ କରି ଭଲ ଫସଲ ଉତ୍ପାଦନକୁ ଚାହିଁ ରହିଥିବାବେଳେ ଅଦିନିଆ…

ସରକାରୀ ଜମି ହାତେଇ ନେବାକୁ ମସୁଧା: ଗ୍ରାମବାସୀ ତହସିଲଦାରଙ୍କ ଦ୍ୱାରସ୍ଥ

ପରଜଙ୍ଗ, ୨୬।୧୦(ଡି.ଏନ.ଏ.) – ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଭେଜିଆ ୪ନଂ. କଲୋନୀ ନିକଟବର୍ତ୍ତୀ ସରକାରୀ ଜମିକୁ ଚଞ୍ଚକତା କରି ପଟ୍ଟା କରାଇ ନେବାକୁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିରେ…

ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଲା ହ୍ବାଟ୍ସଆପ୍‌ ମେସେଜ୍‌

ନାଉଗଁ।,୨୬ା୧୦(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଶୁକ୍ରବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମା ଆସିଥିଲା। ସେହି ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ସ୍କୁଲକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri