ଆମ ଜିଲା ଖବର

ପୋତା ଯାଇଥିବା ମୃତଦେହ ଉଦ୍ଧାର କଲା ପୋଲିସ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅତା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତରବରିଆ ଭାବେ ମୃତଦେହ ପୋତି ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ…

କୁସୁମୀ ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ଯୁବକ ନିଖୋଜ

ଖଣ୍ଡପଡ଼ା,୨୬ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁସୁମୀ ନଦୀରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜଳ ପତନ ବୃଦ୍ଧିପାଇଛି। ନଦୀର ପ୍ରବଳ ସ୍ରୋତରେ ଖଣ୍ଡପଡ଼ା ସହରାଞ୍ଚଳ ୪ନଂ. ୱାର୍ଡ ମାଳିସାହିର ଶୁଧାଂସୁ ଶେଖର ମହାପାତ୍ର(୩୩) ଶନିବାର ଭାସିଯାଇ ନିଖୋଜ…

ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଜିଲା ସଦର ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଭାବକମାନଙ୍କ କହିବା ଅନୁଯାୟୀ, ପିଲାମାନେ ପୂର୍ବାହ୍ନରେ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ…

ଲୋକସମ୍ପର୍କ ମନ୍ତ୍ରୀଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ଆହାର କେନ୍ଦ୍ରରେ ଭୋଜନ

ଜୟପୁର,୨୬।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶନିବାର ଅଚାନକ ପରିଦର୍ଶନ କରିଛନ୍ତି । ଏଥିସହ ସେ ରୋଗୀ ଏବଂ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କଠାରୁ ସେମାନଙ୍କ ସମସା୍ୟ ସମ୍ପର୍କରେ ପଚାରି ବୁଝିଥିଲେ।…

ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣା: ଥାନାରେ ଏତଲା

କେନ୍ଦୁଝର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନାରେ ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଶନିବାର ଥାନାରେ ଏତଲା ଦିଆଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ କ୍ୟାମେରା ମ୍ୟାନ୍‌ ତନ୍ମୟ କୁମାର ପାଲ ଶୁକ୍ରବାର ଖବର ସଂଗ୍ରହ କରିବାକୁ ଥାନାକୁ ଯାଇଥିବା ବେଳେ ୨ ଜଣ ଅଧିକାରୀ…

ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ଚାନ୍ଦବାଲି,୨୬ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ-ଚୌଧୁରୀଘାଟ ରାସ୍ତାର ମଉସୁଧା ବଜାର ନିକଟରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ସ୍ଥାନୀୟ ଲୋକେ ଡ୍ରାଇଭର ଓ ହେଲ୍‌ପରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର…

ବାରପାହାଡ଼ ଫେରୁଛନ୍ତି ହାତୀପଲ: ଚିନ୍ତାରେ ଚାଷୀ

ଭଟ୍‌ଲି,୨୬ା୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବାରପାହାଡ଼ ଜଙ୍ଗଲରୁ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିବା ହାତୀପଲ ଶନିବାର ପୁଣିଥରେ ବାରପାହାଡ଼ ଜଙ୍ଗଲମୁହାଁ ହୋଇଛନ୍ତି। ବିଗତ ୩ଦିନ ଧରି ଭଟ୍‌ଲି ବନ ବିଭାଗ ହାତୀପଲ ଫେରୁଥିବା ଖବର ପାଇ ସଜାଗ ରହିଥିଲେ। ଶନିବାର ସକାଳୁ ଉକ୍ତ ହାତୀପଲ…

ଭାରସାମ୍ୟ ହରାଇ ଓଲଟିଲା କ୍ୟାମ୍ପର

ଯୋଡ଼ା,୨୬।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟ ରାସ୍ତାରେ ଶନିବାର ଏକ କ୍ୟାମ୍ପର ଭାରସାମ୍ୟ ହରାଇ ଓଲଟି ପଡିଛି। ରାସ୍ତା କଡରେ ଥିବା ତେଜରାତି ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ପୂର୍ବାହ୍ନରେ ଯୋଡାରୁ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ୧୦ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି।…

ଖୋଲିଲା ରେଙ୍ଗାଳି ଡ୍ୟାମର୍‌ ୯ ନମ୍ବର ଗେଟ୍‌

କଣିହାଁ,୨୬।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀନଦୀର ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇଛି। ଜଳସ୍ତର ବୃଦ୍ଧି ଯୋଗୁ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ଷଷ୍ଠ ଥର ପାଇଁ ୯ ନମ୍ବର ଗେଟ୍‌ ଖୋଲାଯାଇଛି। ନଦୀବନ୍ଧକୁ ପ୍ରତି ସେକେଣ୍ଡରେ ୨୪୫୬…

ବେତଡ଼ା ଦୃଷ୍ଟିହୀନ ସ୍କୁଲ ପରିଦର୍ଶନ କଲେ ଜିଲାପାଳ

ଭଦ୍ରକ ଅଫିସ,୨୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଶନିବାର ଆରଏନ୍‌ ବେତଡ଼ାସ୍ଥିତ ଅଭିନ୍ନ ସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଜିଲାପାଳ ସେଠାରେ ସକାଳୁ ପହଞ୍ଚି ଅନ୍ତେବାସୀଙ୍କ ସହ କିଛି ସମୟ କାଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ସମୁଦ୍ର ମଝିରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ମତ୍ସ୍ୟଜୀବୀ ଉଦ୍ଧାର

ମହାକାଳପଡ଼ା, ୨୬।୧୦ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଇଞ୍ଜିନ୍‌ଚାଳିତ ଡଙ୍ଗା ଶୁକ୍ରବାର ଅପରାହ୍ନରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଡଙ୍ଗାରେ ଥିବା ୪ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri