ବାସନାପଲ୍ଲୀ ରାଜସ୍ବ ଗ୍ରାମ ଏନ୍‌ଏସିରେ ମିଶିବାକୁ ରାଜି

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.) -ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍‌ଏସିର ଆଖପାଖ ଅଞ୍ଚଳକୁ ସାମିଲ କରି ମ୍ୟୁନିସିପାଲିଟି କରିବା ପାଇଁ ସ୍ଥିର ହୋଇଛି। ଚିକଲଖଣ୍ଡି ପଞ୍ଚାୟତ ବାସନାପଲ୍ଲୀ, ଶାନ୍ତିନଗର, ଦାମିୟନ ନଗରର କେତେକ ଲୋକ ମଙ୍ଗଳବାର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଛତ୍ରପୁର ଏନ୍‌ଏସିରେ ମିଶିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ଡୁଡା ପିଡି ଏବଂ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଗୋଟିଏ ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବାକୁ ହେଲେ ଜନସଂଖ୍ୟା ୨୫ ହଜାରରୁ ଉର୍ଦ୍ଧ୍ୱ ହେବା ଆବଶ୍ୟକ। ୨୦୧୧ ଜଣଗଣନା ଅନୁସାରେ ଛତ୍ରପୁର ଏନ୍‌ଏସିର ଜନସଂଖ୍ୟା ୨୨,୦୨୭, ରାଜସ୍ବ ଗ୍ରାମ ଜି.ଏନ. ପାଲମର ଜନସଂଖ୍ୟା ୧୯୫୪ ଓ ପୁରୁଣା ଛତ୍ରପୁରର ଜନସଂଖ୍ୟା ୨୮୪୫ ଥିଲା। ଏହାକୁ ମିଶାଇଲେ ମୋଟ ଜନସଂଖ୍ୟା ୨୬,୮୨୬। ପୂର୍ବରୁ ଦୁଇଟି ରାଜସ୍ବ ଗ୍ରାମ ଛତ୍ରପୁର ଏନ୍‌ଏସିରେ ମିଶିବାକୁ ସହମତି ଦେଇସାରିଛନ୍ତି। ଛତ୍ରପୁର ସମେତ ଅନ୍ୟ କେତୋଟି ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଦେବାକୁ ଜଣେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଏହା ଉପରେ ପଦକ୍ଷେପ ନେବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି ପକ୍ଷରୁ ନିକଟସ୍ଥ ଚିକଲଖଣ୍ଡି, କଣମଣା, ଅଗସ୍ତିନୂଆଗାଁ ଓ ପୋଡାପଦର ପଞ୍ଚାୟତକୁ ଚିଠି କରି ନିଜ ଅଧୀନରେ ଥିବା ଗୋଟିଏ ଲେଖାଏ ରାଜସ୍ବ ଗାଁ କୁ ଏନଏସିରେ ମିଶ୍ରଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲାା ଛତ୍ରପୁର ଏନଏସିରେ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର, ଅଗସ୍ତିନୂଆଗାଁର ଜି.ଏନ୍‌. ପାଲମ ରାଜସ୍ବ ଗାଁ ମିଶିବାକୁ ରାଜି ହୋଇଥିବା ନେଇ ପଞ୍ଚାୟତ ପକ୍ଷରୁ ଚିଠି ଆସିଥିଲା। ଅନ୍ୟପକ୍ଷରେ ଚିକଲଖଣ୍ଡି ପଞ୍ଚାୟତ ପକ୍ଷରୁ ତାର ରାଜସ୍ବ ଗ୍ରାମ ବାସନାପଲ୍ଲୀକୁ ଏନଏସିରେ ମିଶ୍ରଣ ପାଇଁ ମନା କରି ଦିଆଯାଇଥିଲା। ପୋଡାପଦର ପଞ୍ଚାୟତ ପକ୍ଷରୁ କୌଣସି ଉତ୍ତର ଆସି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri