ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ

ଜଗତ୍‌ସିଂହପୁର ଅଫିସ୍‌,୨୨ା୧:କନକପୁରସ୍ଥିତ ମା’ଶାରଳା ମନ୍ଦିରର ସେବାୟତ ତଥା କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ଙ୍କୁ ରବିବାର ୩ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ହେଲେ ତିର୍ତ୍ତୋଲ ଥାନା ଓକଲାର ସୁଶାନ୍ତ ରାଉଳ, କନକପୁର ଶାସନର ପ୍ରଶାନ୍ତ ରାଉଳ ଓ କୁଟିଲୋ ଗ୍ରାମ ଦୟାନ୍ଦପୁରର ରାକେଶ ନାୟକ (ଶଙ୍କରା)। ପୋଲିସ ଆକ୍ରମଣ ଦିନ ପ୍ରଶାନ୍ତଙ୍କୁ ଗିରଫ କରିଥିବାବେଳେ ସୁଶାନ୍ତ ଓ ରାକେଶଙ୍କୁ ଏ ପର୍ଯ୍ୟନ୍ତ ଧରିପାରୁନି। ସେମାନେ ଓକଲା ଓ ଜଗତ୍‌ସିଂହପୁରରେ ବୁଲୁଥିବା କୁହାଯାଉଥିବା ବେଳେ ପୋଲିସ ଗିରଫ କରି ନ ପାରିବା ଆଲୋଚନାର ବିଷୟ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ରାଜନୈତିକ ଚାପ ପଡୁଥିବାରୁ ପୋଲିସ ନୀରବ ରହୁଥିବା ଚର୍ଚ୍ଚା ଚାଲିଛି। ଅନ୍ୟପଟେ ତ୍ରିଲୋଚନଙ୍କୁ ସେମାନେ କାହିଁକି ଆକ୍ରମଣ କରିଥିଲେ ତା’ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୁହାଯାଉଛି, ଶାରଳା ମନ୍ଦିର ପରିସରରେ ଭୋଗ ଓ ଦୀପ ଦୋକାନ କରିଥିବା ବ୍ୟକ୍ତିମାନେ କିସ୍ତି ଟଙ୍କା ଦେଉ ନ ଥିବାରୁ ମନ୍ଦିର ରାଜସ୍ବ ହାନିକୁ ନେଇ ତ୍ରିଲୋଚନ ସ୍ବର ଉଠାଉଥିଲେ। ଏହି ରାଗ ସମେତ ନିକଟରେ ଶାରଳା ହାଟରେ ଜୁଆ ଖେଳୁଥିବାବେଳେ ଭୋଗ ଦୋକାନୀ ରମେଶ ରାଉଳ ଗିରଫ ହେବା ଘଟଣା ଅଭିଯୁକ୍ତଙ୍କୁ ରକ୍ତମୁଖା କରି ଦେଇଥିଲା। କାରଣ ଜୁଆଖେଳ ସମ୍ପର୍କରେ ପୋଲିସକୁ ଗୁଲା ଖବର ଦେଇଥିବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏସମ୍ପର୍କରେ ତିର୍ତ୍ତୋଲ ଆଇଆଇସି କୃଷ୍ଣପ୍ରସାଦ ମିଶ୍ର କହିଛନ୍ତି, ଶାରଳା ହାଟରେ ଜୁଆ ଖେଳ ଚାଲିଥିବା ସମ୍ପର୍କିତ ସୂଚନା ତ୍ରିଲୋଚନ ଦେଇ ନ ଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କ ଉପରେ ସନ୍ଦେହ କରି ଆକ୍ରମଣ କରିଛନ୍ତି। କେହି ପୋଲିସକୁ ସୂଚନା ଦେଲେ ତାଙ୍କ ଉପରେ ଆକ୍ରମଣ ହେବା ଆଇନ ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ। ତେଣୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ବଞ୍ଚାଉଛନ୍ତି ସରକାର? ବଡ଼ ଖୁଲାସା କଲେ ପ୍ରିୟଙ୍କା ଚତୁର୍ବେଦୀ, ମୋଦିଙ୍କ ‘ଖାସ୍‌ ରତ୍ନ’ କହି…

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ…

ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେଲେ ଜିଲାପାଳ

ତୁମୁଡିବନ୍ଧ,୨୦ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିପ୍ସ ଫର୍ମ ଆଇଏଏସ୍‌ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ସାପ କାମୁଡ଼ାରେ ଶାଶୁ ମୃତ, ବୋହୂ ଗୁରୁତର 

ନନ୍ଦାହାଣ୍ଡି, ୨୦।୭ (ପ୍ରତୀପ କୁମାର ଦାଶ): ଗୋଟିଏ ପରିବାରର ୨ ଜଣଙ୍କୁ ଏକ ସାପ କାମୁଡ଼ି ଦେଇଛି। ଏଥିରେ ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର…

ସ୍ବର ଉଠାଉଥିବା ପିଲାଙ୍କ ଉପରେ କରାଯାଉଛି ଲାଠିଚାର୍ଜ: ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ କହି ବର୍ଷିିଲେ ରାହୁଲ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri