କେନ୍ଦୁଘାଟି ଗାଁକୁ ହୁଲି ଡଙ୍ଗା ଭରସା: ପୋଲ ନିର୍ମାଣ ଦାବିରେ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଲେ

ଝୁମ୍ପୁରା, ୨୨।୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମବାସୀ ବୈତରଣୀ ନଦୀରେ ପୋଲ ନିର୍ମାଣ ଦାବି କରି ପୁଣି ଥରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ବାଂଶପାଳ ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପୋଲ ନିର୍ମାଣ ଦାବି ନେଇ କେନ୍ଦୁଘାଟି ଗ୍ରାମରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ସଦସ୍ୟା ସୁଲୋଚନା ଦେହୁରୀ, ଝିଲି ଦେହୁରୀ, ସରସ୍ବତୀ ଗିରି ପ୍ରମୁଖ ଜିଲାପାଳଙ୍କୁ ଭେଟିଛନ୍ତି। ପୋଲ ନିର୍ମାଣ ନେଇ ବ୍ଲକ ସ୍ତରରୁ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଯାଏଁ ବହୁବାର ଦୌଡିବା ପରେ ମଧ୍ୟ ତାଙ୍କ ସମସ୍ୟା ପ୍ରତି ଜିଲା ପ୍ରଶାସନ ଧ୍ୟାନ ଦେଉ ନ ଥିବା ମହିଳାମାନେ କହିଛନ୍ତି।
କେନ୍ଦୁଘାଟି ଗ୍ରାମ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ। ଗ୍ରାମର ଲୋକ ସଂଖ୍ୟା ୯ଶହରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ, ଭୋଟରଙ୍କ ସଂଖ୍ୟା ମଧ୍ୟ ୫ଶହରୁ ଊର୍ଦ୍ଧ୍ୱ ବୋଲି ଜଣା ପଡିଛି। ଏହି ଗ୍ରାମର ଭୌଗୋଳିକ ଦୃଷ୍ଟି କୋଣରୁ ୨ପାର୍ଶ୍ୱକୁ ଘେରିଛି ବୈତରଣୀ ଏବଂ ମଣନ୍ଦା ନଦୀ। ଅନ୍ୟପାର୍ଶ୍ୱରେ ରହିଛି ସୁବିସ୍ତୃତ ଘଞ୍ଚ ଜଙ୍ଗଲ ସାଙ୍ଗକୁ ମୟୁରନାଚୁଣୀ ପାହାଡ। ପୂର୍ବରୁ ଗ୍ରାମବାସୀଙ୍କର ଜୀବନଜୀବିକା ଦୟନୀୟ ଅବସ୍ଥାରେ ରହିଛି। ଫୁଲଝର ଗ୍ରାମ ପଞ୍ଚାୟତ ତଥା ବ୍ଲକ କିମ୍ବା ବଜାର ଜାଗାକୁ ଯିବାକୁ ହେଲେ ବୈତରଣୀ ନଦୀ ପାରି ହୋଇ ଝୁମ୍ପୁରା ବ୍ଲକ ଅନ୍ତର୍ଗତ କାଶିଆ ଗ୍ରାମକୁ ପ୍ରଥମେ ଆସିବାକୁ ପଡିଥାଏ। ଗ୍ରାମର ଅନ୍ୟପଟକୁ ରାସ୍ତା ନାହିଁ। କିନ୍ତୁ କାଶିଆ ଗ୍ରାମ ପଟକୁ ମଧ୍ୟ ସବୁଦିନିଆ ରାସ୍ତା ନ ଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ଷା ଦିନରେ ବୈତରଣୀ ନଦୀ ପାଣି ଫୁଲି ଉଠୁଥିବାରୁ ନଦୀ ସ୍ରୋତ କମିବା ପର୍ଯ୍ୟନ୍ତ କେନ୍ଦୁଘାଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥାଏ। ପାଣି କମିଲେ ହୁଲି ଡଙ୍ଗାରେ ଗ୍ରାମବାସୀ ବିପଦସଙ୍କୁଳ ଯାତାୟାତ କରିଥାନ୍ତି। ବିଗତ ଦିନରେ ନଦୀ ପାଣିରେ ଭାସିଯାଇ ଆହତ ମୃତ ହୋଇଥିବା ମଧ୍ୟ ନଜିର ରହିଛି। ପିଡିଏସ ସାମଗ୍ରୀ, ବଜାର ସଉଦା ନଦୀ ପାଣିରେ ଭାସିଯିବା ଏଠାରେ ସାଧାରଣ ଘଟଣା। ବର୍ଷା ସମୟରେ ସ୍ବାସ୍ଥ୍ୟ ସେବା ଏଠାରେ ଅପହଞ୍ଚ ହୋଇ ପଡୁଥିବାରୁ, ଗାଁ ଲୋକେ ବାଧ୍ୟ ହୋଇ ଦେଶୀ ଚିକିତ୍ସାକ ଆପଣେଇନେଇଛନ୍ତି। କୃଷି ସହିତ, ବନ୍ୟଜାତ ଦ୍ରବ୍ୟ ସଂଗ୍ରହ, ଶ୍ରମଜୀବୀ ଏଠାକାର ଗ୍ରାମବାସୀଙ୍କର ଜୀବନ ଜୀବିକା। ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ରହିଛି। ତେବେ ନଦୀରେ ପୋଲ ନ ଥିବାରୁ ବର୍ଷର ଅଧିକାଂଶ ସମୟ ଏହି ବିଦ୍ୟାଳୟ ବନ୍ଦ ରହୁଛି। ସେହିପରି ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିପାରୁ ନାହିଁ। ଗ୍ରାମବାସୀ ବାରମ୍ବାର ଏନେଇ ଦାବି କରୁଥିଲେ ମଧ୍ୟ ଏଯାଏ ଦାବି ପୂରଣ ହୋଇପାରିନି। ଏସମ୍ପର୍କରେ କେନ୍ଦୁଝରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ବେଣୁଧର ଲେଙ୍କା କହିଛନ୍ତି ଯେ, ମୋ ଜାଣିବାରେ ସେଠାରେ ଏକ ଝୁଲା ପୋଲ ନିର୍ମାଣ ପାଇଁ ୧ ବର୍ଷ ଆଗରୁ ଟେଣ୍ଡର ହୋଇଥିଲା। ତେବେ ଟେଣ୍ଡରଧାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ହାଇକୋର୍ଟରେ କେଶ ଚାଲିଛି, ଏଣୁ ପୋଲ କାମ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri