କେନ୍ଦୁଘାଟି ଗାଁକୁ ହୁଲି ଡଙ୍ଗା ଭରସା: ପୋଲ ନିର୍ମାଣ ଦାବିରେ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଲେ

ଝୁମ୍ପୁରା, ୨୨।୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମବାସୀ ବୈତରଣୀ ନଦୀରେ ପୋଲ ନିର୍ମାଣ ଦାବି କରି ପୁଣି ଥରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ବାଂଶପାଳ ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପୋଲ ନିର୍ମାଣ ଦାବି ନେଇ କେନ୍ଦୁଘାଟି ଗ୍ରାମରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ସଦସ୍ୟା ସୁଲୋଚନା ଦେହୁରୀ, ଝିଲି ଦେହୁରୀ, ସରସ୍ବତୀ ଗିରି ପ୍ରମୁଖ ଜିଲାପାଳଙ୍କୁ ଭେଟିଛନ୍ତି। ପୋଲ ନିର୍ମାଣ ନେଇ ବ୍ଲକ ସ୍ତରରୁ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଯାଏଁ ବହୁବାର ଦୌଡିବା ପରେ ମଧ୍ୟ ତାଙ୍କ ସମସ୍ୟା ପ୍ରତି ଜିଲା ପ୍ରଶାସନ ଧ୍ୟାନ ଦେଉ ନ ଥିବା ମହିଳାମାନେ କହିଛନ୍ତି।
କେନ୍ଦୁଘାଟି ଗ୍ରାମ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ। ଗ୍ରାମର ଲୋକ ସଂଖ୍ୟା ୯ଶହରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ, ଭୋଟରଙ୍କ ସଂଖ୍ୟା ମଧ୍ୟ ୫ଶହରୁ ଊର୍ଦ୍ଧ୍ୱ ବୋଲି ଜଣା ପଡିଛି। ଏହି ଗ୍ରାମର ଭୌଗୋଳିକ ଦୃଷ୍ଟି କୋଣରୁ ୨ପାର୍ଶ୍ୱକୁ ଘେରିଛି ବୈତରଣୀ ଏବଂ ମଣନ୍ଦା ନଦୀ। ଅନ୍ୟପାର୍ଶ୍ୱରେ ରହିଛି ସୁବିସ୍ତୃତ ଘଞ୍ଚ ଜଙ୍ଗଲ ସାଙ୍ଗକୁ ମୟୁରନାଚୁଣୀ ପାହାଡ। ପୂର୍ବରୁ ଗ୍ରାମବାସୀଙ୍କର ଜୀବନଜୀବିକା ଦୟନୀୟ ଅବସ୍ଥାରେ ରହିଛି। ଫୁଲଝର ଗ୍ରାମ ପଞ୍ଚାୟତ ତଥା ବ୍ଲକ କିମ୍ବା ବଜାର ଜାଗାକୁ ଯିବାକୁ ହେଲେ ବୈତରଣୀ ନଦୀ ପାରି ହୋଇ ଝୁମ୍ପୁରା ବ୍ଲକ ଅନ୍ତର୍ଗତ କାଶିଆ ଗ୍ରାମକୁ ପ୍ରଥମେ ଆସିବାକୁ ପଡିଥାଏ। ଗ୍ରାମର ଅନ୍ୟପଟକୁ ରାସ୍ତା ନାହିଁ। କିନ୍ତୁ କାଶିଆ ଗ୍ରାମ ପଟକୁ ମଧ୍ୟ ସବୁଦିନିଆ ରାସ୍ତା ନ ଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ଷା ଦିନରେ ବୈତରଣୀ ନଦୀ ପାଣି ଫୁଲି ଉଠୁଥିବାରୁ ନଦୀ ସ୍ରୋତ କମିବା ପର୍ଯ୍ୟନ୍ତ କେନ୍ଦୁଘାଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥାଏ। ପାଣି କମିଲେ ହୁଲି ଡଙ୍ଗାରେ ଗ୍ରାମବାସୀ ବିପଦସଙ୍କୁଳ ଯାତାୟାତ କରିଥାନ୍ତି। ବିଗତ ଦିନରେ ନଦୀ ପାଣିରେ ଭାସିଯାଇ ଆହତ ମୃତ ହୋଇଥିବା ମଧ୍ୟ ନଜିର ରହିଛି। ପିଡିଏସ ସାମଗ୍ରୀ, ବଜାର ସଉଦା ନଦୀ ପାଣିରେ ଭାସିଯିବା ଏଠାରେ ସାଧାରଣ ଘଟଣା। ବର୍ଷା ସମୟରେ ସ୍ବାସ୍ଥ୍ୟ ସେବା ଏଠାରେ ଅପହଞ୍ଚ ହୋଇ ପଡୁଥିବାରୁ, ଗାଁ ଲୋକେ ବାଧ୍ୟ ହୋଇ ଦେଶୀ ଚିକିତ୍ସାକ ଆପଣେଇନେଇଛନ୍ତି। କୃଷି ସହିତ, ବନ୍ୟଜାତ ଦ୍ରବ୍ୟ ସଂଗ୍ରହ, ଶ୍ରମଜୀବୀ ଏଠାକାର ଗ୍ରାମବାସୀଙ୍କର ଜୀବନ ଜୀବିକା। ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ରହିଛି। ତେବେ ନଦୀରେ ପୋଲ ନ ଥିବାରୁ ବର୍ଷର ଅଧିକାଂଶ ସମୟ ଏହି ବିଦ୍ୟାଳୟ ବନ୍ଦ ରହୁଛି। ସେହିପରି ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିପାରୁ ନାହିଁ। ଗ୍ରାମବାସୀ ବାରମ୍ବାର ଏନେଇ ଦାବି କରୁଥିଲେ ମଧ୍ୟ ଏଯାଏ ଦାବି ପୂରଣ ହୋଇପାରିନି। ଏସମ୍ପର୍କରେ କେନ୍ଦୁଝରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ବେଣୁଧର ଲେଙ୍କା କହିଛନ୍ତି ଯେ, ମୋ ଜାଣିବାରେ ସେଠାରେ ଏକ ଝୁଲା ପୋଲ ନିର୍ମାଣ ପାଇଁ ୧ ବର୍ଷ ଆଗରୁ ଟେଣ୍ଡର ହୋଇଥିଲା। ତେବେ ଟେଣ୍ଡରଧାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ହାଇକୋର୍ଟରେ କେଶ ଚାଲିଛି, ଏଣୁ ପୋଲ କାମ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?