ଦେଶୀ ଆମ୍ବର ମିଳୁନି ଉଚିତ୍‌ ମୂଲ୍ୟ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ଆଦିବାସୀମାନେ ଜଙ୍ଗଲରୁ ବିଭିନ୍ନ ଫଳ ସଂଗ୍ରହ କରି ଖାଇବା ସହ ବଳକା ହାଟବଜାରରେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି। ଚଳିତ ବର୍ଷ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଦେଶୀ ଆମ୍ବର ଉପତ୍ାଦନ କମିଥିବାରୁ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟ ପକ୍ଷରେ କରୋନା ପ୍ରଭାବରେ ଜଙ୍ଗଲରୁ ସଂଗୃହିତ ଆମ୍ବ ବିକ୍ରି କରିବାକୁ ସେମାନେ ହାଟ ବଜାରକୁ ଆସି ପାରୁନାହାଁନ୍ତି। ଫଳରେ ଚଳିତ ବର୍ଷ ସେମାନଙ୍କ ଅର୍ଥନୈତିକ ଅବସ୍ଥା ସଙ୍କଟରେ ରହିଛି ା ଏହି କାରଣରୁ ରାସ୍ତା ଘାଟ, ହାଟ ବଜାରରେ ଯେଉଁ ଭଳି ବହୁଳ ପରିମାଣର ଦେଶୀ ଆମ୍ବ ମିଳୁଥିଲା ତାହା ଦେଖିବାକୁ ମିଳୁ ନାହିଁ ା
ଯେଉଁ ବନବାସୀମାନେ ବହୁ ଦୂରରୁ ଚାଲି ଚାଲି ବା ଗାଡ଼ିରେ ଆମ୍ବ ଓ ଅନ୍ୟାନ୍ୟ ଫଳ ବୋଝ ମୁଣ୍ଡାଇ ହାଟ ବଜାରକୁ ଆସୁଛନ୍ତି ସେସବୁର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି। ଅନେକ ସମୟରେ ବେପାରୀଙ୍କ ଦ୍ୱାରା ଠକେଇର ଶିକାର ହେଉଛନ୍ତି। ଆମ୍ବ ବା ଅନ୍ୟ ଫଳର ସଂରକ୍ଷଣ ପାଇଁ ଆଦିବାସୀ ଅଞ୍ଚଳରେ ଶୀତଳ ଭଣ୍ଡାର ନାହିଁ। ଫଳରେ ବହୁ ପରିମାଣର ଆମ୍ବ ନଷ୍ଟ ହେଉଛି। ଏପରିକି ପାଚିଲା ଆମ୍ବର ପ୍ରକ୍ରିୟାକରଣ କରାଯାଇ ସେଥିରୁ ଆମ୍ବ ପେଷ୍ଟ ପ୍ରସ୍ତୁତ କରାଯାଇପାରନ୍ତା ା ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ବହୁ ପରିମାଣର ପାଚିଲା ଆମ୍ବ ନଷ୍ଟ ହୋଇଯାଉଛି। ଆଜିକାଲି ବିଭିନ୍ନ କିସମର ହାଇବ୍ରିଡ୍‌ ଆମ୍ବ ଚାଷ ଖଟାମିଠା ନିଆରା ସ୍ବାଦଯୁକ୍ତ ଦେଶୀ ଆମ୍ବର ଚାହିଦାକୁ କମ୍‌ କରିଦେଉଛି। ଏଣୁ ଅନେକ ସମୟରେ ଆଦିବାସୀମାନେ କମ୍‌ ମୂଲ୍ୟରେ ଏହାକୁ ବିକିବା ସହ ବେଳେବେଳେ ଫିଙ୍ଗି ଦେଇ ଘରକୁ ଫେରିବାକୁ ବାଧ୍ୟ ହୋଇଥାନ୍ତି ା ଆଦିବାସୀଙ୍କଠାରୁ ଫଳ କିଣିବା ପାଇଁ ସରକାରୀସ୍ତରରେ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ା ଫଳରେ ବେପାରୀମାନେ କିଲୋ ପ୍ରତି ୫ରୁ ୧୦ ଟଙ୍କାରେ କିଣି ନେଇ ୨୦ରୁ ୩୦ଟଙ୍କାରେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି। ବେଲପଶି ଅଞ୍ଚଳର ଆୟୁର୍ବେଦ ବିଶାରଦ ହରେକୃଷ୍ଣ ମହାନ୍ତ କୁହନ୍ତି, କଲମୀ ଆମ୍ବର ସ୍ବାଦ ଅଧିକ ଥିଲେ ହେଁ ଦେଶୀ ଆମ୍ବର ସ୍ବାଦ ନିଆରା। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର। ପରିବେଶବିତ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଦେଶୀ ଆମ୍ବ ଗଛ ଅନେକଙ୍କୁ ଫଳ ଦେବା ସହ ଛାଇ, ସ୍ବାସ୍ଥ୍ୟକର ପରିବେଶ, ବାୟୁ ଯୋଗାଇବାରେ ସହାୟକ ହୋଇଥାଏ। ଏଥିପାଇଁ ଏଭଳି ଆମ୍ବ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଓରମାସ ମୁଖ୍ୟ ନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି ଯେ, ଚାଷୀଙ୍କଠାରୁ ଆମ୍ବ ଆଣି ବିକିବା ପାଇଁ ବ୍ୟବସ୍ଥା କରାଯାଉଛି ା ଏଭଳି ଜଙ୍ଗଲୀ ଫଳର କିଣିବିକା ପାଇଁ ବ୍ୟବସ୍ଥା ନାହିଁ ା ଶୀତଳ ଭଣ୍ଡାର ମଧ୍ୟ ନାହିଁ ା ଲୋକେ ନିଜେ ସଂଗ୍ରହ କରି ଏହାକୁ ବଜାରରେ ବିକିଥାନ୍ତି। ତେବେ ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀମାନଙ୍କୁ ଆମ୍ବର ପ୍ରକ୍ରିୟାକରଣ କରିବା ନେଇ ତାଲିମ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri