ଦେଶୀ ଆମ୍ବର ମିଳୁନି ଉଚିତ୍‌ ମୂଲ୍ୟ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ଆଦିବାସୀମାନେ ଜଙ୍ଗଲରୁ ବିଭିନ୍ନ ଫଳ ସଂଗ୍ରହ କରି ଖାଇବା ସହ ବଳକା ହାଟବଜାରରେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି। ଚଳିତ ବର୍ଷ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଦେଶୀ ଆମ୍ବର ଉପତ୍ାଦନ କମିଥିବାରୁ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟ ପକ୍ଷରେ କରୋନା ପ୍ରଭାବରେ ଜଙ୍ଗଲରୁ ସଂଗୃହିତ ଆମ୍ବ ବିକ୍ରି କରିବାକୁ ସେମାନେ ହାଟ ବଜାରକୁ ଆସି ପାରୁନାହାଁନ୍ତି। ଫଳରେ ଚଳିତ ବର୍ଷ ସେମାନଙ୍କ ଅର୍ଥନୈତିକ ଅବସ୍ଥା ସଙ୍କଟରେ ରହିଛି ା ଏହି କାରଣରୁ ରାସ୍ତା ଘାଟ, ହାଟ ବଜାରରେ ଯେଉଁ ଭଳି ବହୁଳ ପରିମାଣର ଦେଶୀ ଆମ୍ବ ମିଳୁଥିଲା ତାହା ଦେଖିବାକୁ ମିଳୁ ନାହିଁ ା
ଯେଉଁ ବନବାସୀମାନେ ବହୁ ଦୂରରୁ ଚାଲି ଚାଲି ବା ଗାଡ଼ିରେ ଆମ୍ବ ଓ ଅନ୍ୟାନ୍ୟ ଫଳ ବୋଝ ମୁଣ୍ଡାଇ ହାଟ ବଜାରକୁ ଆସୁଛନ୍ତି ସେସବୁର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି। ଅନେକ ସମୟରେ ବେପାରୀଙ୍କ ଦ୍ୱାରା ଠକେଇର ଶିକାର ହେଉଛନ୍ତି। ଆମ୍ବ ବା ଅନ୍ୟ ଫଳର ସଂରକ୍ଷଣ ପାଇଁ ଆଦିବାସୀ ଅଞ୍ଚଳରେ ଶୀତଳ ଭଣ୍ଡାର ନାହିଁ। ଫଳରେ ବହୁ ପରିମାଣର ଆମ୍ବ ନଷ୍ଟ ହେଉଛି। ଏପରିକି ପାଚିଲା ଆମ୍ବର ପ୍ରକ୍ରିୟାକରଣ କରାଯାଇ ସେଥିରୁ ଆମ୍ବ ପେଷ୍ଟ ପ୍ରସ୍ତୁତ କରାଯାଇପାରନ୍ତା ା ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ବହୁ ପରିମାଣର ପାଚିଲା ଆମ୍ବ ନଷ୍ଟ ହୋଇଯାଉଛି। ଆଜିକାଲି ବିଭିନ୍ନ କିସମର ହାଇବ୍ରିଡ୍‌ ଆମ୍ବ ଚାଷ ଖଟାମିଠା ନିଆରା ସ୍ବାଦଯୁକ୍ତ ଦେଶୀ ଆମ୍ବର ଚାହିଦାକୁ କମ୍‌ କରିଦେଉଛି। ଏଣୁ ଅନେକ ସମୟରେ ଆଦିବାସୀମାନେ କମ୍‌ ମୂଲ୍ୟରେ ଏହାକୁ ବିକିବା ସହ ବେଳେବେଳେ ଫିଙ୍ଗି ଦେଇ ଘରକୁ ଫେରିବାକୁ ବାଧ୍ୟ ହୋଇଥାନ୍ତି ା ଆଦିବାସୀଙ୍କଠାରୁ ଫଳ କିଣିବା ପାଇଁ ସରକାରୀସ୍ତରରେ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ା ଫଳରେ ବେପାରୀମାନେ କିଲୋ ପ୍ରତି ୫ରୁ ୧୦ ଟଙ୍କାରେ କିଣି ନେଇ ୨୦ରୁ ୩୦ଟଙ୍କାରେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି। ବେଲପଶି ଅଞ୍ଚଳର ଆୟୁର୍ବେଦ ବିଶାରଦ ହରେକୃଷ୍ଣ ମହାନ୍ତ କୁହନ୍ତି, କଲମୀ ଆମ୍ବର ସ୍ବାଦ ଅଧିକ ଥିଲେ ହେଁ ଦେଶୀ ଆମ୍ବର ସ୍ବାଦ ନିଆରା। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର। ପରିବେଶବିତ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଦେଶୀ ଆମ୍ବ ଗଛ ଅନେକଙ୍କୁ ଫଳ ଦେବା ସହ ଛାଇ, ସ୍ବାସ୍ଥ୍ୟକର ପରିବେଶ, ବାୟୁ ଯୋଗାଇବାରେ ସହାୟକ ହୋଇଥାଏ। ଏଥିପାଇଁ ଏଭଳି ଆମ୍ବ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଓରମାସ ମୁଖ୍ୟ ନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି ଯେ, ଚାଷୀଙ୍କଠାରୁ ଆମ୍ବ ଆଣି ବିକିବା ପାଇଁ ବ୍ୟବସ୍ଥା କରାଯାଉଛି ା ଏଭଳି ଜଙ୍ଗଲୀ ଫଳର କିଣିବିକା ପାଇଁ ବ୍ୟବସ୍ଥା ନାହିଁ ା ଶୀତଳ ଭଣ୍ଡାର ମଧ୍ୟ ନାହିଁ ା ଲୋକେ ନିଜେ ସଂଗ୍ରହ କରି ଏହାକୁ ବଜାରରେ ବିକିଥାନ୍ତି। ତେବେ ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀମାନଙ୍କୁ ଆମ୍ବର ପ୍ରକ୍ରିୟାକରଣ କରିବା ନେଇ ତାଲିମ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?