ଆଶ୍ରୟ ଦେଇପାରୁନି ‘ଆଶ୍ରୟ’ ଯୋଜନା

ଅନୁଗୋଳ ଅଫିସ, ୨୯ା୭

ସହରକୁ ଆସି ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କୁ ସ୍ବଳ୍ପ ଦେୟରେ ସାମୟିକ ରାତ୍ରି ରହଣିର ସୁବିଧା ଦେବାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ଆଶ୍ରୟ’ ଯୋଜନା ଅନୁଗୋଳ ଜିଲାରେ ଏଯାଏ ସଫଳତା ପାଇପାରି ନାହିଁ। ଏଥିରେ ସାମିଲ ହୋଇଥିବା ଜିଲାର ଅନୁଗୋଳ ଓ ତାଳଚେର ପୌରପାଳିକାରେ ଏହି ରାତ୍ରି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ପ୍ରବାସୀ ନିର୍ମାଣ ଶ୍ରମିକମାନେ କେଉଁଠି ଖୋଲା ଆକାଶ ତଳେ ତ ଆଉ କେଉଁଠି ବସ୍‌ଷ୍ଟପ୍‌ରେ ଶୋଇବାକୁ ବାଧ୍ୟ ହେଉଛନ୍ତି।
ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କୁ ଅଧିକ ସୁବିଧା ଦେବାକୁ ୨୦୧୮ ମସିହାରୁ ରାଜ୍ୟ ସରକାର ଆଶ୍ରୟ ଯୋଜନାରେ ସେଲଟର ଫର ଅରବାନ୍‌ ହୋମ୍‌ ଲେସ୍‌ (ରାତ୍ରି ଆଶ୍ରୟସ୍ଥଳୀ) ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ୫ଟି ପୌରପାଳିକାରେ ଏଭଳି ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏହି ଯୋଜନାରେ ଅନୁଗୋଳ ଓ ତାଳଚେର ପୌରପାଳିକାକୁ ୪୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଆସିଥିଲା। ଉକ୍ତ ଅର୍ଥ ନିଅଣ୍ଟ ପଡ଼ୁଥିଲେ ବି ତାଳଚେର ପୌରପାଳିକା ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ଯେନତେନ ପ୍ରକାର ୫୦ ଶଯ୍ୟା ବିଶିଷ୍ଟ ଏହି ରାତ୍ରି ଆଶ୍ରୟସ୍ଥଳୀ କାର୍ଯ୍ୟ ନିକଟରେ ଶେଷ କରାଯାଇଛି। କିନ୍ତୁ ଏହାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରାଯାଇ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସେହିପରି ଅନୁଗୋଳ ପୌରପାଳିକା ପକ୍ଷରୁ ଇକୋ ପାର୍କ ନିକଟରେ ରାତ୍ରି ଆଶ୍ରୟସ୍ଥଳୀ ନିର୍ମାଣ ପାଣ୍ଠି ଅଭାବରୁ ଶେଷ ହୋଇପାରୁନାହିଁ। ସରକାରଙ୍କୁ ଅଧିକ ଟଙ୍କା ମଗାଯାଇଛି। ଟଙ୍କା ଆସିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି। ନିର୍ମାଣ ଶେଷ ପରେ ପୌରପାଳିକା ପକ୍ଷରୁ ଉକ୍ତ ଆଶ୍ରୟସ୍ଥଳୀକୁ ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ। ଗୋଷ୍ଠୀ ପକ୍ଷରୁ ଏହାକୁ ଲିଜ୍‌ ଆକାରରେ ନିଆଯିବା ସହ ରକ୍ଷଣାବେକ୍ଷଣ କରାଯିବ। ଏହି ରାତ୍ରି ଆଶ୍ରୟସ୍ଥଳୀରେ ଯେଉଁ ପ୍ରବାସୀ ନିର୍ମାଣ ଶ୍ରମିକମାନେ ରାତ୍ରି ଯାପନ କରିବେ ସେମାନଙ୍କୁ ଅଳ୍ପ କିଛି ଟଙ୍କା ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ହେବ ସେ ନେଇ ନିଷ୍ପତ୍ତି ହୋଇନାହିଁ। ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ନିର୍ମାଣ ସରିଛି, ହସ୍ତାନ୍ତର ହୋଇନି
ରାତ୍ରି ଆଶ୍ରୟସ୍ଥଳୀ କାର୍ଯ୍ୟ ଶେଷ ହୋଇଛି। ଅର୍ଥ ନିଅଣ୍ଟ ପଡ଼ିଥିବାରୁ ଏହାକୁ ସମ୍ପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏଯାଏ କାହାକୁ ହସ୍ତାନ୍ତର କରାଯାଇ ନାହିଁ। ନିୟମାନୁଯାୟୀ ଟେଣ୍ଡର କରାଯାଇ ସ୍ବୟଂସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ।
– ଅତସି ପରିଡ଼ା, ପୌର ନିର୍ବାହୀ ଅଧିକାରୀ,
ତାଳଚେର ପୌରପାଳିକା
ଅର୍ଥ ଅଭାବରୁ ଶେଷ ହୋଇନାହିଁ
ଖାଲୁଆ ସ୍ଥାନକୁ ପୋତାଯାଇ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଥିବାରୁ ଅର୍ଥ ନିଅଣ୍ଟ ପଡ଼ିଛି। ସରକାରଙ୍କୁ ଅଧିକ ୧୫ ଲକ୍ଷ ଟଙ୍କା ମଗାଯାଇଛି। ଉକ୍ତ ଅର୍ଥ ଆସିଲେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହ ଏହାକୁ କାର୍ଯ୍ୟକ୍ଷମ କରିବାର ବନ୍ଦୋବସ୍ତ କରାଯିବ।
– ବିନୋଦ ଚନ୍ଦ୍ର ପଣ୍ଡା, ନିର୍ବାହୀ ଅଧିକାରୀ,
ଅନୁଗୋଳ ପୌରପାଳିକା
ରାତ୍ରି ଆଶ୍ରୟସ୍ଥଳୀ ହେଲେ ଆଉ ଭୟ ରହିବ ନାହିଁ
ଜିଲାର ବିଭିନ୍ନ ସ୍ଥାନକୁ କାମ କରିବାକୁ ଯାଉଥିବାରୁ କେତେବେଳେ ଘରକୁ ଫେରୁ ତ ଆଉ କେତେବେଳେ କେଉଁଠି ରହିଯାଉ। ଏଥିପାଇଁ ମନରେ ଭୟ ରହିଥାଏ। ଅନୁଗୋଳରେ ରାତ୍ରି ଆଶ୍ରୟସ୍ଥଳୀ ମିଳିଗଲେ ସେ ଭୟ ଆଉ ରହନ୍ତା ନାହିଁ।
– ହାଡ଼ିଆ ପ୍ରଧାନ, ଗରୁଡ଼ୁ, ବଇଣ୍ଡା
କାମ ସରିଲେ ରହିବା ଚିନ୍ତା ବଢ଼େ
ଢେଙ୍କାନାଳରୁ ଦୈନିକ ଅନୁଗୋଳ ଆସି କାମ କରୁଛି। ବେଳେ ବେଳେ ଫେରି ନ ପାରି ରାତିରେ ଏଠି ସେଠି ଶୋଇପଡ଼ୁଛି। ସରକାରଙ୍କ ପକ୍ଷରୁ ରାତି ଆଶ୍ରୟସ୍ଥଳୀର ବ୍ୟବସ୍ଥା ହୋଇପାରିଲେ ମୁଣ୍ଡ ଗୁଞ୍ଜିବା ଚିନ୍ତା ରହନ୍ତା ନାହିଁ।
– ଘାସିରାମ ସାମଲ, ଠୋକର, ହିନ୍ଦୋଳ


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ ଉପରେ ବର୍ଷା ପାଣି

ଅନୁଗୋଳ ଅଫିସ, ୬।୧୨: ବାତ୍ୟା ଜଓ୍ବାଦ ପ୍ରଭାବରେ ୨ ଦିନ ଧରି ବର୍ଷା ଲାଗିରହିବାରୁ ଅନୁଗୋଳ ଜିଲାର ସହସ୍ରାଧିକ ଏକର ଧାନ ଫସଲ ନଷ୍ଟ ହୋଇଯିବା ଆଶଙ୍କା...

ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା।...

ଏସ୍‌ସିବିର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରୁ ଅଧିକ ପ୍ୟାକେଜ୍‌

ଭୁବନେଶ୍ୱର,୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା...

୫ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କଲେ ପ୍ରକୃତି, ୟୁଟ୍ୟୁବ୍‌ ବି ପକ୍ଷଭୁକ୍ତ

ଭୁବନେଶ୍ୱର,୨୪।୮(ବ୍ୟୁରୋ): କିଛି ଦିନ ବ୍ୟବଧାନ ପରେ ତେଜିଛି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ। ବୁଧବାର ଭୁବନେଶ୍ୱର କୋର୍ଟରେ ମାନହାନି ମୋକଦ୍ଦମା...

ଅର୍ଥ ବିଭାଗରେ ଅଦଳବଦଳ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଟ୍ୟାକ୍ସେସନ୍‌ ଏଣ୍ଡ ଆକାଉଣ୍ଟସ୍‌ ସର୍ଭିସ-୨ର ୫୪ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏ...

ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

ଛତ୍ରପୁର,୧୭ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୫ହଜାର ଟପିଛି। ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ସୋମବାର ଦିଆଯାଇଥିବା ଅନୁସାରେ ୨୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା...

ଆଜି ସଚିବାଳୟ ସେବା ସଂଘ ନିର୍ବାଚନ

ଭୁବନେଶ୍ୱର,୧୨ା୪(ବ୍ୟୁରୋ):୩ ବର୍ଷ ପରେ ଓଡ଼ିଶା ସଚିବାଳୟ ସେବା ସଂଘର ମୋଟ ୯ ପଦବୀ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ୟୁନିଟ୍‌-୩ସ୍ଥିତ ଖାରବେଳ ନଗରରେ ଥିବା ସଂଘ...

ସୃଷ୍ଟି ହେଲା ଲଘୁଚାପ: ୨୧ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ୧୮ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ...

Advertisement
Archives

Model This Week