ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କର

ଅନୁଗୋଳ ଅଫିସ୍‌, ୨୯।୭

କରୋନାରୁ ସୁସ୍ଥ ହୋଇଥିବା ଅନୁଗୋଳ ଜିଲାର ଲୋକମାନେ କିପରି ପ୍ଲାଜମା ଦାନ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ ପ୍ଲାଜ୍‌ମା ସଂଗ୍ରହ ଉପରେ ରାଜ୍ୟ ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱ ଦେଇଛନ୍ତି। ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସଠାରେ ପ୍ଲାଜମା ସଂଗ୍ରହ ସମ୍ପର୍କରେ ସମୀକ୍ଷା କରିଥିଲେ।
ଅନୁଗୋଳ ଜିଲାରେ ଯେଉଁମାନେ ପ୍ଲାଜ୍‌ମା ଦାନ କରିବେ ସେମାନଙ୍କୁ ଚିହ୍ନଟ ନିମନ୍ତେ ଏକ ମେଡିକାଲ ଟିମ୍‌ ଗଠନ ସହ ସମସ୍ତ ସୁସ୍ଥଙ୍କୁ ନେଇ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରିବାକୁ ମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିଜ ନିଜ ବିଧାନସଭା କ୍ଷେତ୍ରରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବାକୁ ଉପସ୍ଥିତ ବିଧାୟକମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨ ଜଣ ନୋଡାଲ ଅଫିସର ଭୁବନେଶ୍ୱର ସେମାନଙ୍କୁ ନେବା ଆଣିବା ଦାୟିତ୍ୱରେ ରହିବେ। ଏହାଛଡ଼ା ଜିଲା ଖଣିଜ ପାଣ୍ଠିରେ ଅନୁଗୋଳରେ ଏକ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଜିଲାପାଳ ସରକାରଙ୍କୁ ପ୍ରସ୍ତାବ ଦେବା ସହ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ଅନୁଗୋଳରେ ସାଇନ୍ସ ପାର୍କ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ କହିଥିଲେ। ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇ ଦେବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଜିଲାରେ ଭିନ୍ନକ୍ଷମମାନଙ୍କ ସର୍ବେକ୍ଷଣ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ରୋପଣ ଓ ଦକ୍ଷତା ବୃଦ୍ଧି ପାଇଁ ଜିଲା ଖଣିଜ ପାଣ୍ଠି ବିନିଯୋଗରେ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। ଏହି ବୈଠକରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରମୁଖ ଯୋଗଦେଇଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି ପ୍ଲାଜମା ଥେରାପି ବ୍ୟବସ୍ଥା ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି କହିଥିଲେ। ଏସ୍‌ପି ଜଗମୋହନ ମୀନା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଭୟ କୁମାର ଦାଶ, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri