ଛିଣ୍ଡିଯାଇଛି ସମ୍ପର୍କର ରିଲ୍‌

ଢେଙ୍କାନାଳ ଅଫିସ, ୨୯।୭ ସଞ୍ଜ ଗଡ଼ିଲେ ଗଁ।ରେ ଜମୁଥିଲା ଆସର। ଲାଗୁଥିଲା ପ୍ରୋଜେକ୍ଟର। ଟଙ୍ଗା ଯାଇଥିବା ଧଳା କପଡ଼ା ଉପରେ ଧାଉଁଥିଲା ଛବି। ମନୋରଞ୍ଜନ ଭିତରେ ଜଣାଇ ଦିଆଯାଉଥିଲା ସରକାରୀ ଯୋଜନା। ଲୋକେ ବୁଝୁଥିଲେ। କାମରେ ବି ଲଗାଉଥିଲେ। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି, ଟେଲିଭିଜନ, ମୋବାଇଲର ବହୁଳ ପ୍ରଚଳନ ଭିତରେ ସତେ ଯେମିତି ଛିଣ୍ଡିଯାଇଛି ‘ଭ୍ରାମ୍ୟମାଣ ସିନେମା’ର ରିଲ୍‌। ଗ୍ରାମାଞ୍ଚଳବାସୀ ଏବଂ ସରକାରଙ୍କ ମଧ୍ୟରେ ଦୀର୍ଘ ୩୦ବର୍ଷ ଧରି ସମ୍ପର୍କ ଯୋଡ଼ିଥିବା ଏହି ଲୋକପ୍ରିୟ କାର୍ଯ୍ୟକ୍ରମର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା ବେଳେ ସରକାରୀ କାର୍ଯ୍ୟାଳୟର ଚାରିକାନ୍ଥ ଭିତରେ ଖତ ଖାଉଛି ପ୍ରୋଜେକ୍ଟର, ରିଲ୍‌ ଏବଂ ଯନ୍ତ୍ରାଂଶ।
ଗ୍ରାମାଞ୍ଚଳର ନିରକ୍ଷର ଏବଂ କମ୍‌ ଶିକ୍ଷିତ ଲୋକଙ୍କ ପାଖରେ ବିଭିନ୍ନ ସରକାରୀ ଯୋଜନା ପହଞ୍ଚାଇବାକୁ ୬୦ ଦଶକରେ ଆରମ୍ଭ ହୋଇଥିଲା ‘ଭ୍ରାମ୍ୟମାଣ ସିନେମା’। ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ କର୍ମଚାରୀମାନେ ଗଁା ଗଁା ବୁଲି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଉଥିଲେ। ପ୍ରୋଜେକ୍ଟରରେ ଓଡ଼ିଆ ସିନେମା ସାଙ୍ଗକୁ ପ୍ରଦର୍ଶିତ ହେଉଥିଲା ଡକ୍ୟୁମେଣ୍ଟାରୀ। ୧୯୯୫ ଯାଏ ଏହି ଭ୍ରାମ୍ୟମାଣ ଚଳଚ୍ଚିତ୍ର ଲୋକଙ୍କ ମନୋରଞ୍ଜନ କରି ଆସୁଥିଲା। ତେବେ ଡିଜିଟାଲ ଯୁଗ ସହ ତାଳ ଦେଇ ନ ପାରିବା ଏବଂ ଜନସଚେତନତା କାର୍ଯ୍ୟକ୍ରମରେ ଲୋକକଳା ପ୍ରଦର୍ଶନକୁ ଅଗ୍ରାଧିକାର ଦିଆଯିବା ପରେ ଏହାର ଗୁରୁତ୍ୱ କମିଯାଇଛି। ଢେଙ୍କାନାଳ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ସିନେମା ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ପ୍ରୋଜେକ୍ଟର, ରିଲ୍‌ ପଡ଼ି ପଡ଼ି ନଷ୍ଟ ହେବା ଏହାର ଜ୍ୱଳନ୍ତ ଉଦାହରଣ।
ଅବିଭକ୍ତ ଢେଙ୍କାନାଳ ଜିଲାରେ ‘ଭ୍ରାମ୍ୟମାଣ ଚଳଚ୍ଚିତ୍ର’କୁ ଘରେ ଘରେ ପହଞ୍ଚାଇଥିବା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ତଥା ସିନେମା ସଞ୍ଚାଳକ ଲୋକନାଥ ଦାସ (୬୦) ନିଜର ଅନୁଭୂତି ବାଣ୍ଟି କହିଛନ୍ତି, ୧୯୭୮ରୁ ୧୯୯୫ ଯାଏ ସେ ବୁଲିବୁଲି ସିନେମା ପ୍ରଦର୍ଶନ କରିଛନ୍ତି। ଅଶୀ ଦଶକରେ ବ୍ରାହ୍ମଣୀ କି ରାମିଆଳ ନଦୀରେ ପୋଲ ନ ଥିଲା। ଡଙ୍ଗାରେ ପାର ହୋଇ ଯିବାକୁ ପଡୁଥିଲା। ସବୁ ଯାଗାକୁ ଗାଡ଼ିମୋଟର ପହଞ୍ଚୁ ନ ଥିବାରୁ ଶଗଡ଼ର ସହାୟତା ବି ନେବାକୁ ହେଉଥିଲା। ସେତେବେଳେ ୧୬ ଏମ୍‌ଏମ୍‌ର ପ୍ରୋଜେକ୍ଟର, କପଡ଼ା ଧରି ସନ୍ଧ୍ୟାରେ ଗଁାରେ ପହଞ୍ଚତ୍ଲେ ଲୋକମାନେ ସ୍ନେହଶ୍ରଦ୍ଧା ଅଜାଡ଼ି ଦେଉଥିଲେ। ଦିନବେଳା ସ୍କୁଲ ଘରେ ଏବଂ ରାତିରେ କୋଠଘର, ଯୁବକସଂଘ ଆଦି ସ୍ଥାନରେ ସିନେମା ପ୍ରଦର୍ଶିତ ହେଉଥିଲା। ଶ୍ରୀଜଗନ୍ନାଥ, ବନ୍ଧୁ ମହାନ୍ତି, ଅମଡାବାଟ, ବନ୍ଧନ, ନୂଆବୋଉ, ମାଟିର ମଣିଷ, ମଥୁରା ବିଜୟ, କୃଷ୍ଣ ସୁଦାମା, ସିନ୍ଦୂରବିନ୍ଦୁ, ଧରିତ୍ରୀ ଭଳି ଚଳଚ୍ଚିତ୍ରକୁ ଆଜି ମଧ୍ୟ ଲୋକେ ଝୁରି ହେଉଛନ୍ତି। ଶେଷ ଚଳଚ୍ଚିତ୍ର ଭାବେ ‘ପର ଝିଅ ଘର ଭାଙ୍ଗେନା’ ପ୍ରଦର୍ଶିତ ହୋଇଥିଲା। ୨୦୦୩ ସୁଦ୍ଧା ସମସ୍ତ ରିଲ୍‌ଗୁଡ଼ିକୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଫେରାଇ ନେଇଥିଲା। ସରକାରୀସ୍ତରରେ ଉଦ୍ୟମ ହେଲେ ‘ଭ୍ରାମ୍ୟମାଣ ଚଳଚ୍ଚିତ୍ର’ର ହୃତ୍‌ ଗୌରବ ଫେରିପାରନ୍ତା ବୋଲି ଲୋକନାଥ କହିଛନ୍ତି।

ପୁନଃ ପ୍ରଚଳନ ହେଲେ ସୁଫଳ ମିଳିବ
ଷାଠିଏରୁ ନବେ ଦଶକ ମଧ୍ୟରେ ସରକାରୀ ଯୋଜନାକୁ ମନୋରଞ୍ଜନ ମାଧ୍ୟମରେ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ଭ୍ରାମ୍ୟମାଣ ଚଳଚ୍ଚିତ୍ର ପ୍ରଦର୍ଶନ ସବୁଠାରୁ ଉପଯୁକ୍ତ ମାଧ୍ୟମ ଥିଲା। ଲୋକମାନେ ସ୍ବତଃପ୍ରବୃତ ଭାବରେ ସବୁକିଛି ବୁଝିପାରୁଥିଲେ। ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି। ଏହାର ପୁନଃ ପ୍ରଚଳନ କରାଗଲେ ଗ୍ରାମାଞ୍ଚଳବାସୀ ସୁଫଳ ପାଇପାରିବେ।
– ଶତ୍ରୁଘ୍ନ ମାଟି, ନାଟ୍ୟ ନିର୍ଦ୍ଦେଶକ
ଭଲ ସିନେମା ଦେଖିବାର ସୁଯୋଗ ମିଳୁଥିଲା
ଭ୍ରାମ୍ୟମାଣ ଚଳଚ୍ଚିତ୍ର ମାଧ୍ୟମରେ ଗଁା ଲୋକେ ଓଡ଼ିଆ ସଂସ୍କୃତିର ପ୍ରତିଛବି ପରଦାରେ ଦେଖିପାରୁଥିଲେ। ଏଥିରେ ପ୍ରଦର୍ଶିତ ଆଧ୍ୟାତ୍ମିକ ଚଳଚ୍ଚିତ୍ର ଲୋକଙ୍କୁ ବେଶ୍‌ ପ୍ରଭାବିତ କରିପାରୁଥିଲା। ଏହାଦ୍ୱାରା ସରକାରୀ ଯୋଜନାର ପ୍ରଚାର ପ୍ରସାର ହେବା ସହ ଭଲ ସିନେମା ଦେଖିବାର ସୁଯୋଗ ମିଳୁଥିଲା। ଯୋଜନାକୁ ପୁନର୍ବାର ଆରମ୍ଭ କଲେ ଲୋକାଦୃତ ହୋଇପାରିବ
– ଦେବାଶିଷ ମିଶ୍ର, ଧାରାବାହିକ ପ୍ରଯୋଜକ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?