ଛିଣ୍ଡିଯାଇଛି ସମ୍ପର୍କର ରିଲ୍‌

ଢେଙ୍କାନାଳ ଅଫିସ, ୨୯।୭ ସଞ୍ଜ ଗଡ଼ିଲେ ଗଁ।ରେ ଜମୁଥିଲା ଆସର। ଲାଗୁଥିଲା ପ୍ରୋଜେକ୍ଟର। ଟଙ୍ଗା ଯାଇଥିବା ଧଳା କପଡ଼ା ଉପରେ ଧାଉଁଥିଲା ଛବି। ମନୋରଞ୍ଜନ ଭିତରେ ଜଣାଇ ଦିଆଯାଉଥିଲା ସରକାରୀ ଯୋଜନା। ଲୋକେ ବୁଝୁଥିଲେ। କାମରେ ବି ଲଗାଉଥିଲେ। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି, ଟେଲିଭିଜନ, ମୋବାଇଲର ବହୁଳ ପ୍ରଚଳନ ଭିତରେ ସତେ ଯେମିତି ଛିଣ୍ଡିଯାଇଛି ‘ଭ୍ରାମ୍ୟମାଣ ସିନେମା’ର ରିଲ୍‌। ଗ୍ରାମାଞ୍ଚଳବାସୀ ଏବଂ ସରକାରଙ୍କ ମଧ୍ୟରେ ଦୀର୍ଘ ୩୦ବର୍ଷ ଧରି ସମ୍ପର୍କ ଯୋଡ଼ିଥିବା ଏହି ଲୋକପ୍ରିୟ କାର୍ଯ୍ୟକ୍ରମର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା ବେଳେ ସରକାରୀ କାର୍ଯ୍ୟାଳୟର ଚାରିକାନ୍ଥ ଭିତରେ ଖତ ଖାଉଛି ପ୍ରୋଜେକ୍ଟର, ରିଲ୍‌ ଏବଂ ଯନ୍ତ୍ରାଂଶ।
ଗ୍ରାମାଞ୍ଚଳର ନିରକ୍ଷର ଏବଂ କମ୍‌ ଶିକ୍ଷିତ ଲୋକଙ୍କ ପାଖରେ ବିଭିନ୍ନ ସରକାରୀ ଯୋଜନା ପହଞ୍ଚାଇବାକୁ ୬୦ ଦଶକରେ ଆରମ୍ଭ ହୋଇଥିଲା ‘ଭ୍ରାମ୍ୟମାଣ ସିନେମା’। ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ କର୍ମଚାରୀମାନେ ଗଁା ଗଁା ବୁଲି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଉଥିଲେ। ପ୍ରୋଜେକ୍ଟରରେ ଓଡ଼ିଆ ସିନେମା ସାଙ୍ଗକୁ ପ୍ରଦର୍ଶିତ ହେଉଥିଲା ଡକ୍ୟୁମେଣ୍ଟାରୀ। ୧୯୯୫ ଯାଏ ଏହି ଭ୍ରାମ୍ୟମାଣ ଚଳଚ୍ଚିତ୍ର ଲୋକଙ୍କ ମନୋରଞ୍ଜନ କରି ଆସୁଥିଲା। ତେବେ ଡିଜିଟାଲ ଯୁଗ ସହ ତାଳ ଦେଇ ନ ପାରିବା ଏବଂ ଜନସଚେତନତା କାର୍ଯ୍ୟକ୍ରମରେ ଲୋକକଳା ପ୍ରଦର୍ଶନକୁ ଅଗ୍ରାଧିକାର ଦିଆଯିବା ପରେ ଏହାର ଗୁରୁତ୍ୱ କମିଯାଇଛି। ଢେଙ୍କାନାଳ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ସିନେମା ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ପ୍ରୋଜେକ୍ଟର, ରିଲ୍‌ ପଡ଼ି ପଡ଼ି ନଷ୍ଟ ହେବା ଏହାର ଜ୍ୱଳନ୍ତ ଉଦାହରଣ।
ଅବିଭକ୍ତ ଢେଙ୍କାନାଳ ଜିଲାରେ ‘ଭ୍ରାମ୍ୟମାଣ ଚଳଚ୍ଚିତ୍ର’କୁ ଘରେ ଘରେ ପହଞ୍ଚାଇଥିବା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ତଥା ସିନେମା ସଞ୍ଚାଳକ ଲୋକନାଥ ଦାସ (୬୦) ନିଜର ଅନୁଭୂତି ବାଣ୍ଟି କହିଛନ୍ତି, ୧୯୭୮ରୁ ୧୯୯୫ ଯାଏ ସେ ବୁଲିବୁଲି ସିନେମା ପ୍ରଦର୍ଶନ କରିଛନ୍ତି। ଅଶୀ ଦଶକରେ ବ୍ରାହ୍ମଣୀ କି ରାମିଆଳ ନଦୀରେ ପୋଲ ନ ଥିଲା। ଡଙ୍ଗାରେ ପାର ହୋଇ ଯିବାକୁ ପଡୁଥିଲା। ସବୁ ଯାଗାକୁ ଗାଡ଼ିମୋଟର ପହଞ୍ଚୁ ନ ଥିବାରୁ ଶଗଡ଼ର ସହାୟତା ବି ନେବାକୁ ହେଉଥିଲା। ସେତେବେଳେ ୧୬ ଏମ୍‌ଏମ୍‌ର ପ୍ରୋଜେକ୍ଟର, କପଡ଼ା ଧରି ସନ୍ଧ୍ୟାରେ ଗଁାରେ ପହଞ୍ଚତ୍ଲେ ଲୋକମାନେ ସ୍ନେହଶ୍ରଦ୍ଧା ଅଜାଡ଼ି ଦେଉଥିଲେ। ଦିନବେଳା ସ୍କୁଲ ଘରେ ଏବଂ ରାତିରେ କୋଠଘର, ଯୁବକସଂଘ ଆଦି ସ୍ଥାନରେ ସିନେମା ପ୍ରଦର୍ଶିତ ହେଉଥିଲା। ଶ୍ରୀଜଗନ୍ନାଥ, ବନ୍ଧୁ ମହାନ୍ତି, ଅମଡାବାଟ, ବନ୍ଧନ, ନୂଆବୋଉ, ମାଟିର ମଣିଷ, ମଥୁରା ବିଜୟ, କୃଷ୍ଣ ସୁଦାମା, ସିନ୍ଦୂରବିନ୍ଦୁ, ଧରିତ୍ରୀ ଭଳି ଚଳଚ୍ଚିତ୍ରକୁ ଆଜି ମଧ୍ୟ ଲୋକେ ଝୁରି ହେଉଛନ୍ତି। ଶେଷ ଚଳଚ୍ଚିତ୍ର ଭାବେ ‘ପର ଝିଅ ଘର ଭାଙ୍ଗେନା’ ପ୍ରଦର୍ଶିତ ହୋଇଥିଲା। ୨୦୦୩ ସୁଦ୍ଧା ସମସ୍ତ ରିଲ୍‌ଗୁଡ଼ିକୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଫେରାଇ ନେଇଥିଲା। ସରକାରୀସ୍ତରରେ ଉଦ୍ୟମ ହେଲେ ‘ଭ୍ରାମ୍ୟମାଣ ଚଳଚ୍ଚିତ୍ର’ର ହୃତ୍‌ ଗୌରବ ଫେରିପାରନ୍ତା ବୋଲି ଲୋକନାଥ କହିଛନ୍ତି।

ପୁନଃ ପ୍ରଚଳନ ହେଲେ ସୁଫଳ ମିଳିବ
ଷାଠିଏରୁ ନବେ ଦଶକ ମଧ୍ୟରେ ସରକାରୀ ଯୋଜନାକୁ ମନୋରଞ୍ଜନ ମାଧ୍ୟମରେ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ଭ୍ରାମ୍ୟମାଣ ଚଳଚ୍ଚିତ୍ର ପ୍ରଦର୍ଶନ ସବୁଠାରୁ ଉପଯୁକ୍ତ ମାଧ୍ୟମ ଥିଲା। ଲୋକମାନେ ସ୍ବତଃପ୍ରବୃତ ଭାବରେ ସବୁକିଛି ବୁଝିପାରୁଥିଲେ। ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି। ଏହାର ପୁନଃ ପ୍ରଚଳନ କରାଗଲେ ଗ୍ରାମାଞ୍ଚଳବାସୀ ସୁଫଳ ପାଇପାରିବେ।
– ଶତ୍ରୁଘ୍ନ ମାଟି, ନାଟ୍ୟ ନିର୍ଦ୍ଦେଶକ
ଭଲ ସିନେମା ଦେଖିବାର ସୁଯୋଗ ମିଳୁଥିଲା
ଭ୍ରାମ୍ୟମାଣ ଚଳଚ୍ଚିତ୍ର ମାଧ୍ୟମରେ ଗଁା ଲୋକେ ଓଡ଼ିଆ ସଂସ୍କୃତିର ପ୍ରତିଛବି ପରଦାରେ ଦେଖିପାରୁଥିଲେ। ଏଥିରେ ପ୍ରଦର୍ଶିତ ଆଧ୍ୟାତ୍ମିକ ଚଳଚ୍ଚିତ୍ର ଲୋକଙ୍କୁ ବେଶ୍‌ ପ୍ରଭାବିତ କରିପାରୁଥିଲା। ଏହାଦ୍ୱାରା ସରକାରୀ ଯୋଜନାର ପ୍ରଚାର ପ୍ରସାର ହେବା ସହ ଭଲ ସିନେମା ଦେଖିବାର ସୁଯୋଗ ମିଳୁଥିଲା। ଯୋଜନାକୁ ପୁନର୍ବାର ଆରମ୍ଭ କଲେ ଲୋକାଦୃତ ହୋଇପାରିବ
– ଦେବାଶିଷ ମିଶ୍ର, ଧାରାବାହିକ ପ୍ରଯୋଜକ


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା: ପେସା ଆଇନ କଥା ଉଠାଇଲେ ନରସିଂହ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

୧୮ ଜିଲାରୁ ୧୪୧ ପଜିଟିଭ୍‌: ୧୧୦ କ୍ୱାରାଣ୍ଟାଇନ ସେଣ୍ଟରରୁ, ୩୧ ଲୋକାଲ କେସ୍‌; ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୧୪୧ ନୂଆ କରୋନା ପଜିଟିଭ୍‌ ୧୮ ଜିଲାର। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୨୭ ଆକ୍ରାନ୍ତ ରହିଛନ୍ତି।...

ଶର୍ଟସର୍କିଟରୁ ଜଳିଗଲା ୨୧ ବଖରା

ଖଲ୍ଲିକୋଟ,୨ା୭: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ନାଇକାଣିପଲି ଗ୍ରାମରେ ଶୁକ୍ରବାର ଶର୍ଟସର୍କିଟରୁ ନିଆଁ ଲାଗି ୧୨ ପରିବାରର ୨୧ ବଖରା ଜଳିଯାଇଛି। ଅଗ୍ନିକାଣ୍ଡରେ ନାଇକାଣିପଲି ଗ୍ରାମ...

୬୪ କୋଟି ଟଙ୍କା ପ୍ରକଳ୍ପରେ ଦୁର୍ନୀତି

ଯାଜପୁର ଅଫିସ,୭ା୩: ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଯାଜପୁର ଜିଲା ବ୍ୟାସନଗରସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ବିକାଶ କାମ ଆରମ୍ଭ ହୋଇଛି। ଏଥିପାଇଁ...

ନନ୍ଦନକାନନରେ ଶିଶୁ ରେଳଗାଡ଼ି ପୁଣି ଅଚଳ

ବାରଙ୍ଗ,୧୮।୧୧(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ପ୍ରତୀକ୍ଷିତ ଶିଶୁ ରେଳଗାଡ଼ି(ଟୟ ଟ୍ରେନ୍‌)ର ବିବାଦ ଥମିବାର ନଁା ଧରୁନାହିଁ। ଶିଶୁ ରେଳଗାଡ଼ି ଚାଲିବାର ଦିନକ ପରେ ପୁଣି ଅଚଳ ହୋଇପଡ଼ିଛିି।...

ବାଲିଯାତ୍ରାର ଚତୁର୍ଥ ଦିବସ: ଫାଷ୍ଟଫୁଡ ଷ୍ଟଲ୍‌ରେ ଭିଡ଼

କଟକ ଅଫିସ, ୧୬।୧୧: ଶୁକ୍ରବାର ଥିଲା ଐତିହାସିକ କଟକ ବାଲିଯାତ୍ରାର ଚତୁର୍ଥ ଦିନ। ଦିନତମାମ ପଡିଆରେ ଗହଳି ଚହଳି ଲାଗି ରହିଥିଲା। କେତେକ ଲୋକ ଦିନରେ...

୬ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଗତ ଦୁଇ ମାସ ମଧ୍ୟରେ ରାଜ୍ୟରେ ପ୍ରଥମ ଥର ଲାଗି ଶନିବାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପାଣିପାଗ ବିଭାଗ...

ରାଇଘରରେ ମାଓବାଦୀ ବ୍ୟାନର, ପୋଷ୍ଟର

ରାଇଘର, ୨୧।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତାକଡ଼ରେ ଗୁରୁବାର ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ରାଇଘର...

Advertisement
Archives

Model This Week