ଡାକ୍ତର ପଦବୀ ପୂରଣ ଉପରେ ଗୁରୁତ୍ୱ

ଲାଠୋର,୨୯ା୭ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି(ଆରକେଏସ୍‌)ର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। କମିଟି ଚେୟାରମ୍ୟାନ ଜିଲା ପରିଷଦ ସଭ୍ୟ ବିପ୍ର ବିଶିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଖପ୍ରାଖୋଲ ଏମଓଆଇସି ଡା. ସୂରଜ କୁମାର ଦୀପ, ଡାକ୍ତର ରାଜ୍ୟଶ୍ରୀ ସାହୁ, ଏମ୍‌ପି ଆରକେଏସ ନୋମିନି କାଶୀନାଥ ମେହେର, ଜିଲା ପରିଷଦ ନୋମିନି ସୁଶାନ୍ତ ବେହେରା, ଘନଶ୍ୟାମ ସରାପ, ସରପଞ୍ଚ ପ୍ରବୀଣ ଅଗ୍ରୱାଲ, କମିଟି ସଭ୍ୟ ଘାସିରାମ ଅଗ୍ରୱାଲ, ଶଙ୍କରଲାଲ ଅଗ୍ରୱାଲ, ବିମଳ ଅଗ୍ରୱାଲ, ଶେଷଦେବ ଭଇଁଷାଲ, ପଦ୍ମନାଭ ନାଏକ, ସତ୍ୟନାରାୟଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଏମବିବିଏସ ଡାକ୍ତର ପଦବୀ ଖାଲି ପଡିବା ସହ ଅନ୍ୟାନ୍ୟ ସମସ୍ୟା ଲାଗି ରହିଛି। ଏହାର ପ୍ରତିବାଦରେ ଗତ ଜୁଲାଇ ୧୭ତାରିଖରେ ଲାଠୋର ଡେଭଲପମେଣ୍ଟ ଆସୋସିଶସନ(ଏଲଡିଏ)ର ସଦସ୍ୟମାନେ ହସ୍ପିଟାଲର ସମସ୍ୟା ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ, ଚିଫ ସେକ୍ରେଟାରୀ, ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଅବଗତ କରିଥିଲେ। ଏହି କ୍ରମରେ ସୋମବାର ଆରକେଏସ ବୈଠକ ବସିଥିଲା। ବୈଠକରେ ଏମବିବିଏସ ଡାକ୍ତର ଏବଂ ଷ୍ଟାଫ୍‌ନର୍ସ ନିଯୁକ୍ତି, ଅସ୍ଥାୟୀ ଝାଡୁଦାରଙ୍କ ଦରମା ବୃଦ୍ଧି, ହସ୍ପିଟାଲ ଜମିର ଡିମାରକେଶନ କରିବା ଉପରେ ଆଲୋଚନା ହୋଇଥିଲା। ମଙ୍ଗଳବାର ଏହି ସବୁ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଏଲଡିଏର ଏକ ପ୍ରତିନିଧି ଦଳ ପାଟଣାଗଡ ବିଧାୟକ ସରୋଜ ମେହେର, ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଆଲୋଚନା କରାଯିବ ବୋଲି ସଂଗଠନର ଲବ ସୁନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୨୧୦ କରୋନା ପଜିଟିଭ ଚିହ୍ନଟ, ୧ ମୃତ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ନୂଆ ୨୧୦ କରୋନା ପଜିଟିଭ...

ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫...

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାର୍ଯ୍ୟ ନେଇ ବର୍ଷିଲା ଭାଜପା

ଭୁବନେଶ୍ୱର,୫।୪(ବ୍ୟୁରୋ):ଶ୍ରୀମନ୍ଦିରର ୧୦୦ ମିଟର ଭିତରେ ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଟୁଇଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ଅନ୍ୟପଟେ ବରିଷ୍ଠ...

ରାକ୍ଷୀରେ ଜଳିଲା ଭାଇ-ଭଉଣୀଙ୍କ ଜୁଇ

ସୋର,/ରେମୁଣା,୩।୮(ଡି.ଏନ.ଏ.)-ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଅଘଟଣ। ବଜ୍ରପାତ ଘଟିବାରୁ ଚାଲିଯାଇଛି ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ। ସୋମବାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡା...

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତି

ପୁରୀ ଅଫିସ,୨୦ା୨: ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଅର୍ଥାତ୍‌ ଦ୍ୱିତୀୟ ଦିନରେ ବିଶ୍ୱ ବେଷ୍ଣବ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଶ୍ରୀମଦ...

୩୨.୭୨ ହେକ୍ଟର ଜମି ପାଇଁ ଅଟକିଛି ପ୍ରକଳ୍ପ

ଯାଜପୁର ଅଫିସ,୧୫ା୨:ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଓଡ଼ିଶାର ଉତ୍ତର ପଶ୍ଚିମ ଭାଗରେ କାର୍ଯ୍ୟ କରୁଛି। ଏହି କ୍ଷେତ୍ର ତଥା ଦେଶର ଅନ୍ୟାନ୍ୟ ଅଂଶକୁ ସେବା ଯୋଗାଇବା...

ଆଜି ରାଜ୍ୟରୁ ୩୪୦ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୦ ଶିଶୁ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୩୪୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫,୪୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

୨୪୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ବ୍ୟବସାୟ ଅନୁକୁଳ ବାତାବରଣ ଯୋଗୁ ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆକର୍ଷିତ ହେବାରେ ଲାଗିଛନ୍ତି। ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର...

Advertisement
Archives

Model This Week