କରୋନା କଟକଣା ବୁଡ଼ାଇଛି ବ୍ୟବସାୟ

ଦେଓଗାଁ,୧୯ା୮(ଡି.ଏନ.ଏ.)  – ବଲାଙ୍ଗୀର ଜିଲା ସଦର ଓ ଦେଓଗାଁ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ବାଉଁଶ କାରିଗରମାନେ କରୋନା କଟକଣା ଯୋଗୁ ସଙ୍କଟରେ ପଡିଛନ୍ତି। ଏଥିପାଇଁ ବିବାହ, ବ୍ରତ ସହିତ ଅନ୍ୟାନ୍ୟ ମାଙ୍ଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୋକ୍‌ ଲାଗିଛି । ଫଳରେ ବାଉଁଶ କାରିଗରମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଉଁଶରେ ନିର୍ମାଣ କରିଥିବା ସାମଗ୍ରୀ ବିକ୍ରି କରି ପାରୁ ନାହାନ୍ତି। ଘରେ ରହି ସେହି ସାମଗ୍ରୀ ନଷ୍ଟ ହେବାକୁ ବସିଛି । କରୋନା କଟକଣା ସେମାନଙ୍କ ଜୀବନ ଜୀବିକାକୁ ଉଜାଡି ଦେଇଛି ବୋଲି ଏହି କାରିଗରମାନେ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ।
ଦେଓଗାଁ ବ୍ଲକ ବନ୍ଧପଡା ରାସ୍ତାରେ ବାଉଁଶ ତିଆରି ଭୂଗା, ଟୁପା, ଡଲା, ଚାଙ୍ଗରୀ, କୁଲା ଆଦି ମୁଣ୍ଡରେ ବୋହି ବିକ୍ରି କରିବା ପାଇଁ ଚାଲିଥିଲେ କେତେଜଣ ମଣିଷ ା ସେମାନଙ୍କ ମଧ୍ୟରୁ ସଦର ବ୍ଲକ ଭୂତିଆରବାହାଲ ଗାଁର ଦଶ ସାହାଣୀ, ମୂଳମତୀ ସାହାଣୀ ଓ ଫୁଲେଇ ବାରିକଙ୍କୁ ଭେଟି ଆଲୋଚନା କରିଥିଲେ ଆମ ପ୍ରତିନିଧି ା ସେମାନେ ବଖାଣି ଥିଲେ କରୋନା କଟକଣା ଯୋଗୁ ବଦଳି ଯାଇଥିବା ତାଙ୍କ ତେଲଲୁଣ ସଂସାରର କାହାଣୀ। ତିଆରି କରିଥିବା ବାଉଁଶ ସାମଗ୍ରୀ ଘରେ ଗଦା ହୋଇଛି ା ସେଥିରୁ କିଛି ସାମଗ୍ରୀ ନଷ୍ଟ ହେବାକୁ ବସିଛି ା ହେଲେ କରୋନା କଟକଣା ଯୋଗୁ ସେ ସବୁ ବିକ୍ରି ହୋଇ ନ ପାରି ଘରେ ରହିଥିଲା ା ଏବେ ନୂଆଁଖାଇ ପାଇଁ କାଳେ କିଛି ବିକ୍ରି ହୋଇଯିବ ସେ ଆଶାରେ ସେମାନେ ଘରକୁ ଗୋଡ଼ କାଢ଼ିଛନ୍ତି ା ଯେଉଁ ସାମଗ୍ରୀକୁ ସେମାନେ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ ଏବେ ତାର ଦର କମିଛି ା ଲୋକଙ୍କ ଚାହିଦା ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ା କମ୍‌ ମୂଲ୍ୟରେ ଦେଲେ ବି ଲୋକେ କିଣିବାକୁ ନାରାଜ ା ଏମିତି ପରିସ୍ଥିତିରେ ସେମାନଙ୍କ ଘର କେମିତି ଚଳିବ ବୋଲି ଏହି କାରିଗରମାନେ ଓଲଟା ପ୍ରଶ୍ନ କରିଛନ୍ତି ା
ପିଡିଏସ୍‌ ଚାଉଳ ଓ ଭତ୍ତା ବାବଦ ଟଙ୍କାକୁ ବାଦ୍‌ ଦେଲେ ଅନ୍ୟ କୌଣସି ସରକାରୀ ସହାୟତା ସେମାନଙ୍କୁ ମିଳୁନାହିଁ । କେବଳ ସେମାନେ ନୁହନ୍ତି, ଭୂତିଆରବାହାଲରେ ରହୁଥିବା ୧୫୦ରୁ ଊର୍ଦ୍ଧ୍ୱ ବାଉଁଶ କାରିଗରଙ୍କ ପରିବାର ମଧ୍ୟରୁ ଅଧିକାଂଶ ଗରିବ ସୀମାରେଖା ତଳେ ରହିଛନ୍ତି। ହେଲେ ସେମାନଙ୍କୁ ଆବାସ ଗୃହ ମିଳି ନାହିଁ କିମ୍ବା ବାଉଁଶ ସାମଗ୍ରୀ ଭଳି ଏହି କୁଟୀରଶିଳ୍ପକୁ ବିକଶିତ କରିବା ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ଦଶ ସାହାଣୀଙ୍କ କହିବାନୁସାରେ ଗାଁରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀରେ ସେ ସଦସ୍ୟା ଥିଲେ ମଧ୍ୟ ସମ୍ପୃକ୍ତ ଏସ୍‌ଏଚ୍‌ଜିକୁ ସରକାରୀ ସହାୟତା ମିଳିନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ମାଇକ୍ରୋ ଫାଇନାନ୍ସ ଉପରେ ନିର୍ଭର କରିଛନ୍ତି। ଏହାଦ୍ୱାରା ସେମାନେ ଶୋଷଣର ଶିକାର ହେଉଛନ୍ତି। ରାଜ୍ୟ ସରକାରଙ୍କ ଜୀବିକା ମିଶନ ପ୍ରକଳ୍ପରେ ବିଭିନ୍ନ ଯୋଜନା ରହିଛି। ହେଲେ ସେମାନଙ୍କ ପାଇଁ ଉପରୋକ୍ତ ଯୋଜନା ସବୁ ପ୍ରହସନ ବୋଲି ବାଉଁଶ କାରିଗରମାନେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରଥଖଳାର ୩ ମହାରଣା, ୫ ଭୋଇ ସେବକ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୦ା୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାମ ଚାଲିଥିବା ବେଳେ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ରଥ କାର୍ଯ୍ୟ ନିର୍ମାଣ...

ଜାତିଗତ ପ୍ରମାଣପତ୍ର ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ରାଜସ୍ବ ନିରୀକ୍ଷକଙ୍କ ଚାପ

ମାଲକାନଗିରି, ୨୮ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଲୁଗେଲ ପଞ୍ଚାୟତର ଏମପିଭି-୪୭ ଗ୍ରାମର ସୁନିତା ମଣ୍ଡଳ ନାମକ ମହିଳା ନିଜର ଜାତିଗତ ପ୍ରମାଣପତ୍ର ପାଇଁ ରାଜସ୍ବ ନିରୀକ୍ଷକଙ୍କ...

କେନ୍ଦ୍ରମନ୍ତ୍ରୀ-ବିଧାୟକ ମକରନ୍ଦଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ରାୟଗଡ଼ା,୧୨।୮(ଆଶିଷ ରଞ୍ଜନ ପଣ୍ଡା): ସ୍ବାଧୀନ ଭାବେ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ହେବା ପରେ ବହୁତ ଚର୍ଚ୍ଚାରେ ଥିଲେ ରାୟଗଡ଼ା ବିଧାୟକ...

ଆଦିବାସୀ ନୃତ୍ୟ, ସଙ୍ଗୀତ ଭିଡିଓ ଜରିଆରେ ଚାଲିଛି ପ୍ରଚାର

ମାଲକାନଗିରି,୩୦ା୧(ଡି.ଏନ୍‌.ଏ.) ଆଦିବାସୀ ବହୁଳ ମାଲକାନଗିରି ଜିଲାରେ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସୋସିଆଲ ମିଡିଆ ପ୍ରଚାର ଚାଲିଛି। ଆଗଧାଡ଼ିର ନେତା ଓ କର୍ମୀମାନେ ବିଭିନ୍ନ ନୃତ୍ୟ...

ସ୍ବପ୍ନ ହେବ ସାକାର

ଅନୁଗୋଳ ଅଫିସ, ୧୦।୧୧ ଜରିପାଲ ତଳେ କି ଝାଟିମାଟି ଘରେ ଆଉ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବନି। ପିଇବା ପାଣି ପାଇଁ ଘଣ୍ଟା ଘଣ୍ଟା ନଳ ନିକଟରେ...

ଜାଲ ସାର୍ଟିଫିକେଟ ଦେଇ ୩ ବର୍ଷ ଧରି କରୁଥିଲେ ଚାକିରି: ନକଲି ଡାକ୍ତର ଅଟକ, ପୋଲିସର ମାରାଥନ ଜେରା

ସୁନ୍ଦରଗଡ଼,୧୩।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚାକିରି କରୁଥିବା ଡା. ପଦ୍ମନାଭ ମୁଖୀ ବାରୁଆ ଏବେ ପୋଲିସ କବ୍ଜାରେ। ତାଙ୍କ ନାମରେ ହୋଇଥିବା ଡାକ୍ତରୀ ସାର୍ଟିଫିକେଟ୍‌...

ମ.ରାମପୁରକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା, ୮ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି କରିଛି ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ମଦନପୁର-ରାମପୁର। ମଞ୍ଚ କର୍ମକର୍ତ୍ତା କର୍ଲାମୁଣ୍ଡା...

ଗଜପତିରେ ଲଜ୍ଜା, ଗର୍ଭବତୀ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୬।୫: ଗଜପତି ଜିଲା ରାୟଗଡ଼ ବ୍ଲକ ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି ।...

Advertisement
Archives

Model This Week