ଢେଙ୍କାନାଳକୁ ସମ୍ମାନଜନକ ରାଜ୍ୟ ପୁରସ୍କାର

ଢେଙ୍କାନାଳ ଅଫିସ, ୧୯।୮ – ଭାରତ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ଜାତୀୟ ସଂହତି ଶିବିର-୨୦୧୯ର ସଫଳ ଆୟୋଜନ ପାଇଁ ରାଜ୍ୟସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି ଢେଙ୍କାନାଳ ଜିଲା। ରାଜ୍ୟପାଳ ତଥା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ପାଟ୍ରନ ପ୍ରଫେସର ଗଣେଶୀ ଲାଲ ଏବଂ ରାଜ୍ୟ ମୁଖ୍ୟ କମିଶନର ଡ. କାଳୀପ୍ରସାଦ ମିଶ୍ରଙ୍କ ଦ୍ୱାରା ଏହି ସମ୍ମାନଜନକ ପୁରସ୍କାର ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ମୁଖ୍ୟ କମିଶନର ନିବେଦିତା ପାଣି ମଙ୍ଗଳବାର ସୂଚନା ଦେଇଛନ୍ତି। କାମାକ୍ଷାନଗର ଉପଖଣ୍ଡ କାନପୁର ପଞ୍ଚାୟତିରାଜ ହାଇସ୍କୁଲରେ ଜାନୁୟାରୀ ୨ରୁ ୬ ତାରିଖ ଯାଏ ଆୟୋଜିତ ହୋଇଥିଲା ୩୪ତମ ଜିଲାସ୍ତରୀୟ ଜାତୀୟ ସଂହତି ଶିବିର। ଏହାର ନେତୃତ୍ୱ ନେଇଥିଲେ ତତ୍କାଳୀନ ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ। ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ସୌଦାମିନୀ ଦାସ, ସ୍କାଉଟ୍ସ କମିଶନର ଗଗନ ବିହାରୀ ନାୟକ, ଗାଇଡ୍ସ କମିଶନର ପୁଷ୍ପାଞ୍ଜଳି ଦଳେଇ, ପ୍ରଶିକ୍ଷକ ନରେଶ ମହାରଣା, ରାଜ୍ୟ ମୁଖ୍ୟ ପ୍ରଶିକ୍ଷକ ସୁରଜିତ ସେନ୍‌ ପ୍ରମୁଖ ଏହାର ସଫଳ ପରିଚାଳନା କରିଥିଲେ। ପୁରସ୍କାର ମିଳିବା ପରେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଶିବିର ଆୟୋଜନ କରିବାକୁ ବାଟ ଫିଟିଛି। ଏହି ସଫଳତା ପାଇଁ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ ଧନ୍ୟବାଦ ଜଣାଇଛନ୍ତି।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ କୁହନ୍ତି, ଶିକ୍ଷା ବିଭାଗ ପକ୍ଷରୁ ଯେତେବେଳେ ଯାହା ଦାୟିତ୍ୱ ଦିଆଯାଇଛି ସେସବୁକୁ ସଫଳତାର ସହ ଆୟୋଜନ କରିଛୁ। ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ। ଏହି ସଫଳତା କେବଳ ବିଦ୍ୟାଳୟର ନୁହେଁ, ବରଂ ଶିବିରକୁ ସଫଳ କରିଥିବା ପ୍ରତି କାର୍ଯ୍ୟକର୍ତ୍ତାଙ୍କର। ଜିଲା ଶିକ୍ଷାଧିକାରୀ ଏହାକୁ ଗୌରବର ବିଷୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri