ଚିତ୍ରାଳୟ ଉପରେ କରୋନା ପର୍ଦ୍ଦା

ଅନୁଗୋଳ ଅଫିସ୍‌, ୧୯ା୮ – ପାର୍ବଣ ସମୟ ପାଖେଇ ଆସିଲେ ନୂତନ ରୂପ ନିଏ ନାଟମଣ୍ଡପ। ବର୍ଷାଋତୁର ବିରତି ସାରି ମଞ୍ଚକୁ ଫେରେ ନାଚ। ନୂଆ ନୂଆ ନାଟକର ଚରିତ୍ରମାନଙ୍କ ସାଜସଜ୍ଜା ପାଇଁ ଖୋଜାପଡ଼େ ଝିଲ୍‌ମିଲ୍‌ ପୋଷାକ। ଏଥିପାଇଁ ଚିତ୍ରାଳୟ ସମ୍ମୁଖରେ ପୂର୍ବାପେକ୍ଷା ବଢ଼ିଯାଏ ଭିଡ଼। ଗତାନୁଗତିକ ଏହି ଧାରା କଳାକାରମାନଙ୍କୁ କଳାର ଯେତିକି ନିକଟତର କରାଏ ଚିତ୍ରାଳୟ ବ୍ୟବସାୟୀମାନଙ୍କ ସମୃଦ୍ଧିକୁ ସେତିକି ସୁହାଏ। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ୫ ମାସ ଧରି ବେପାର ନ ଥିବା ବେଳେ ପାର୍ବଣ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବ୍ୟବସାୟ ଉପରେ କରୋନାର ଏହି କଳା ପର୍ଦ୍ଦା ଚିତ୍ରାଳୟ ମାଲିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନୁଗୋଳ ସହରରେ ୧୦ରୁ ଅଧିକ ଚିତ୍ରାଳୟ ରହିଛି। ନୂଆବର୍ଷ ଠାରୁ ବଡ଼ଦିନ ଯାଏ ବିଭିନ୍ନ ସମୟରେ ଏଠାରେ ଗହଳି ଲାଗେ। ବିଶେଷକରି ପର୍ବପର୍ବାଣିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍କୁଲଠାରୁ ଗଁ। ଯାଏ ବିଭିନ୍ନ ସ୍ଥାନକୁ ରଙ୍ଗବେରଙ୍ଗ ପୋଷାକ, ବାଦ୍ୟଯନ୍ତ୍ର ଭଡ଼ାରେ ପଠାଯାଇଥାଏ। କେହି କେହି କିଣିକରି ନେଇଥାନ୍ତି। ଜିଲାର ବଇଣ୍ଡା, ଆଠମଲ୍ଲିକ ଓ ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳର ଲୋକେ ମଧ୍ୟ ଅନୁଗୋଳ ଚିତ୍ରାଳୟ ଉପରେ ନିର୍ଭରଶୀଳ। ଦୋଳପୂର୍ଣ୍ଣିମା, ରଜ, ସ୍ବାଧୀନତା ଦିବସ, ଜନ୍ମାଷ୍ଟମୀ, ନନ୍ଦଉତ୍ସବ ଆଦିରେ ଏହି ବ୍ୟବସାୟ ଯାହା ଯେମିତି ଚାଲୁଥିଲେ ବି ପାର୍ବଣ ବା ପୂଜା ଋତୁରେ ଏହା ବେଶ୍‌ ବଢ଼ିଯାଏ। ଗଁ।ଠାରୁ ସହର ଉତ୍ସବମୁଖର ହୋଇପଡ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଡ୍ରାମା, ଯାତ୍ରା ଆଦି ପରିବେଷଣ ଯୋଗୁ ଚିତ୍ରାଳୟରୁ ପୁଳା ପୁଳା ଆନୁଷଙ୍ଗିକ ସାମଗ୍ରୀ ଭଡ଼ାରେ ନିଆଯାଇଥାଏ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥାଏ। କିନ୍ତୁ କରୋନା ପାଇଁ ଗତ ମାର୍ଚ୍ଚରୁ କଟକଣା ଜାରି ହେବା ପରଠାରୁ ଏହି ବ୍ୟବସାୟ ଏକପ୍ରକାର ଠପ୍‌ ହୋଇଯାଇଛି। ସ୍କୁଲ ଖୋଲି ନ ଥିବାରୁ ସେଠାରେ କୌତୁକ ପୋଷାକ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିନାହିଁ। ସେହିପରି ପୂର୍ବଭଳି ଜାକ୍‌ଜମକରେ ପର୍ବପର୍ବାଣି ପାଳନ ଉପରେ କଟକଣା ଥିବାରୁ ଭଡ଼ାରେ ଯାଉଥିବା ବିଭିନ୍ନ ପୋଷାକ, ଆଭୂଷଣ ମଧ୍ୟ ଖୋଜାପଡ଼ି ନାହିଁ। ଫଳରେ ୫ ମାସ ହେଲା ଏହି ବ୍ୟବସାୟୀମାନେ ବଡ଼ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏପରି କି କର୍ମଚାରୀ ଓ କାରିଗରମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇପାରୁ ନାହାନ୍ତି। ଏପରି ସ୍ଥିତି ଯଦି ପୂଜା ଋତୁ ଶେଷ ଯାଏ ଲାଗି ରୁହେ, ତା’ହେଲେ ବର୍ଷର ଏହି ଶ୍ରେଷ୍ଠ ସମୟର ବ୍ୟବସାୟ ହାତରୁ ଖସିଯିବା ସମ୍ଭାବନା ରହିଛି ବୋଲି କେତେଜଣ ଚିତ୍ରାଳୟ ବ୍ୟବସାୟୀ ପ୍ରକାଶ କରିଛନ୍ତି।
ମଞ୍ଚ ଜମିବା ଯାଏ ଅପେକ୍ଷା
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲଗାଇଥିବା କଟକଣା ଯୋଗୁ କଳା ପ୍ରଦର୍ଶନ ପାଇଁ କଳାକାରଙ୍କୁ ସୁଯୋଗ ମିଳୁନି। ଫଳରେ ଚିତ୍ରାଳୟ ବ୍ୟବସାୟୀମାନେ ହାତ ବାନ୍ଧି ବସିଛନ୍ତି। ଯେ ପର୍ଯ୍ୟନ୍ତ କଳାକାରମାନେ ମଞ୍ଚକୁ ଫେରିନାହାନ୍ତି ସେ ପର୍ଯ୍ୟନ୍ତ ଦୁରବସ୍ଥା ଲାଗି ରହିବ।
-ଭୂପେଶ ପ୍ରଧାନ, ସଭାପତି କଳାକାର ଅନୁଷ୍ଠାନ
ସରକାରୀ ସହାୟତା ଲୋଡ଼ା
କଳା ସଂସ୍କୃତି ସହ ଜଡ଼ିତ ବ୍ୟକ୍ତି ହୁଅନ୍ତୁ ବା ବ୍ୟବସାୟୀ, କାହାରି ପାଇଁ ବର୍ତ୍ତମାନ ସମୟ ଭଲ ନୁହେଁ। ସେଥିପାଇଁ ଚିତ୍ରାଳୟଗୁଡ଼ିକ ଦୀର୍ଘ ୫ ମାସ ହେବ ଅଲୋଡ଼ା ହୋଇଯାଇଛି। ପ୍ରଶାସନ ଜିଲାରେ ଥିବା ଚିତ୍ରାଳୟଗୁଡ଼ିକୁ ପଞ୍ଜୀକୃତ କରି ସହାୟତା ଯୋଗାଇ ଦେଉ। -ଜୟନ୍ତ କୁମାର କର, କଳାକାର
୫୦ ପୋଷାକ ଭଡ଼ାରେ ଯାଇନି
ବାସନ୍ତୀ ଦୁର୍ଗା ପୂଜାଠାରୁ ସ୍ବାଧୀନତା ଦିବସ ମଧ୍ୟରେ ପ୍ରତିବର୍ଷ ୫ ଶହରୁ ଊର୍ଦ୍ଧ୍ୱ ପୋଷାକ ଭଡ଼ାରେ ଯାଏ। କିନ୍ତୁ ଏଥର ୫୦ ଟପିନି। ଆଗକୁ ପୁଣି ପାର୍ବଣ ଆସୁଛି। ଯଦି ପରିସ୍ଥିତିରେ ସୁଧାର ନ ଆସେ ଓ କଟକଣା ହଟା ନ ଯାଏ ଆମ ବ୍ୟବସାୟ ଏକପ୍ରକାର ବୁଡ଼ିଯିବ।
-ସରୋଜ ସାହୁ, ଚିତ୍ରାଳୟ ମାଲିକ
କର୍ମଚାରୀଙ୍କୁ ଦରମା ଦେଇପାରୁନୁ
ଭାଓଲିନ୍‌ ଠାରୁ ଆରମ୍ଭ କରି ଢୋଲ, ମୃଦଙ୍ଗ, ତବଲା ଆଦି ଦୋକାନରେ ସେମିତି ପଡ଼ିରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ କିଛି ହେଉ ନ ଥିବାରୁ କିଛି ବି ଭଡ଼ାରେ ଯାଇପାରୁ ନାହିଁ। ଫଳରେ ବେପାର ସମ୍ପୂର୍ଣ୍ଣ ମାନ୍ଦାବସ୍ଥାରେ ଚାଲିଛି। କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ମଧ୍ୟ ଅର୍ଥ ନିଅଣ୍ଟ ପଡ଼ୁଛି।
-ସନୋଜ କୁମାର ବେହେରା, ଚିତ୍ରାଳୟ ମାଲିକ


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri