ଚିତ୍ରାଳୟ ଉପରେ କରୋନା ପର୍ଦ୍ଦା

ଅନୁଗୋଳ ଅଫିସ୍‌, ୧୯ା୮ – ପାର୍ବଣ ସମୟ ପାଖେଇ ଆସିଲେ ନୂତନ ରୂପ ନିଏ ନାଟମଣ୍ଡପ। ବର୍ଷାଋତୁର ବିରତି ସାରି ମଞ୍ଚକୁ ଫେରେ ନାଚ। ନୂଆ ନୂଆ ନାଟକର ଚରିତ୍ରମାନଙ୍କ ସାଜସଜ୍ଜା ପାଇଁ ଖୋଜାପଡ଼େ ଝିଲ୍‌ମିଲ୍‌ ପୋଷାକ। ଏଥିପାଇଁ ଚିତ୍ରାଳୟ ସମ୍ମୁଖରେ ପୂର୍ବାପେକ୍ଷା ବଢ଼ିଯାଏ ଭିଡ଼। ଗତାନୁଗତିକ ଏହି ଧାରା କଳାକାରମାନଙ୍କୁ କଳାର ଯେତିକି ନିକଟତର କରାଏ ଚିତ୍ରାଳୟ ବ୍ୟବସାୟୀମାନଙ୍କ ସମୃଦ୍ଧିକୁ ସେତିକି ସୁହାଏ। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ୫ ମାସ ଧରି ବେପାର ନ ଥିବା ବେଳେ ପାର୍ବଣ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବ୍ୟବସାୟ ଉପରେ କରୋନାର ଏହି କଳା ପର୍ଦ୍ଦା ଚିତ୍ରାଳୟ ମାଲିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନୁଗୋଳ ସହରରେ ୧୦ରୁ ଅଧିକ ଚିତ୍ରାଳୟ ରହିଛି। ନୂଆବର୍ଷ ଠାରୁ ବଡ଼ଦିନ ଯାଏ ବିଭିନ୍ନ ସମୟରେ ଏଠାରେ ଗହଳି ଲାଗେ। ବିଶେଷକରି ପର୍ବପର୍ବାଣିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍କୁଲଠାରୁ ଗଁ। ଯାଏ ବିଭିନ୍ନ ସ୍ଥାନକୁ ରଙ୍ଗବେରଙ୍ଗ ପୋଷାକ, ବାଦ୍ୟଯନ୍ତ୍ର ଭଡ଼ାରେ ପଠାଯାଇଥାଏ। କେହି କେହି କିଣିକରି ନେଇଥାନ୍ତି। ଜିଲାର ବଇଣ୍ଡା, ଆଠମଲ୍ଲିକ ଓ ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳର ଲୋକେ ମଧ୍ୟ ଅନୁଗୋଳ ଚିତ୍ରାଳୟ ଉପରେ ନିର୍ଭରଶୀଳ। ଦୋଳପୂର୍ଣ୍ଣିମା, ରଜ, ସ୍ବାଧୀନତା ଦିବସ, ଜନ୍ମାଷ୍ଟମୀ, ନନ୍ଦଉତ୍ସବ ଆଦିରେ ଏହି ବ୍ୟବସାୟ ଯାହା ଯେମିତି ଚାଲୁଥିଲେ ବି ପାର୍ବଣ ବା ପୂଜା ଋତୁରେ ଏହା ବେଶ୍‌ ବଢ଼ିଯାଏ। ଗଁ।ଠାରୁ ସହର ଉତ୍ସବମୁଖର ହୋଇପଡ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଡ୍ରାମା, ଯାତ୍ରା ଆଦି ପରିବେଷଣ ଯୋଗୁ ଚିତ୍ରାଳୟରୁ ପୁଳା ପୁଳା ଆନୁଷଙ୍ଗିକ ସାମଗ୍ରୀ ଭଡ଼ାରେ ନିଆଯାଇଥାଏ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥାଏ। କିନ୍ତୁ କରୋନା ପାଇଁ ଗତ ମାର୍ଚ୍ଚରୁ କଟକଣା ଜାରି ହେବା ପରଠାରୁ ଏହି ବ୍ୟବସାୟ ଏକପ୍ରକାର ଠପ୍‌ ହୋଇଯାଇଛି। ସ୍କୁଲ ଖୋଲି ନ ଥିବାରୁ ସେଠାରେ କୌତୁକ ପୋଷାକ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିନାହିଁ। ସେହିପରି ପୂର୍ବଭଳି ଜାକ୍‌ଜମକରେ ପର୍ବପର୍ବାଣି ପାଳନ ଉପରେ କଟକଣା ଥିବାରୁ ଭଡ଼ାରେ ଯାଉଥିବା ବିଭିନ୍ନ ପୋଷାକ, ଆଭୂଷଣ ମଧ୍ୟ ଖୋଜାପଡ଼ି ନାହିଁ। ଫଳରେ ୫ ମାସ ହେଲା ଏହି ବ୍ୟବସାୟୀମାନେ ବଡ଼ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏପରି କି କର୍ମଚାରୀ ଓ କାରିଗରମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇପାରୁ ନାହାନ୍ତି। ଏପରି ସ୍ଥିତି ଯଦି ପୂଜା ଋତୁ ଶେଷ ଯାଏ ଲାଗି ରୁହେ, ତା’ହେଲେ ବର୍ଷର ଏହି ଶ୍ରେଷ୍ଠ ସମୟର ବ୍ୟବସାୟ ହାତରୁ ଖସିଯିବା ସମ୍ଭାବନା ରହିଛି ବୋଲି କେତେଜଣ ଚିତ୍ରାଳୟ ବ୍ୟବସାୟୀ ପ୍ରକାଶ କରିଛନ୍ତି।
ମଞ୍ଚ ଜମିବା ଯାଏ ଅପେକ୍ଷା
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲଗାଇଥିବା କଟକଣା ଯୋଗୁ କଳା ପ୍ରଦର୍ଶନ ପାଇଁ କଳାକାରଙ୍କୁ ସୁଯୋଗ ମିଳୁନି। ଫଳରେ ଚିତ୍ରାଳୟ ବ୍ୟବସାୟୀମାନେ ହାତ ବାନ୍ଧି ବସିଛନ୍ତି। ଯେ ପର୍ଯ୍ୟନ୍ତ କଳାକାରମାନେ ମଞ୍ଚକୁ ଫେରିନାହାନ୍ତି ସେ ପର୍ଯ୍ୟନ୍ତ ଦୁରବସ୍ଥା ଲାଗି ରହିବ।
-ଭୂପେଶ ପ୍ରଧାନ, ସଭାପତି କଳାକାର ଅନୁଷ୍ଠାନ
ସରକାରୀ ସହାୟତା ଲୋଡ଼ା
କଳା ସଂସ୍କୃତି ସହ ଜଡ଼ିତ ବ୍ୟକ୍ତି ହୁଅନ୍ତୁ ବା ବ୍ୟବସାୟୀ, କାହାରି ପାଇଁ ବର୍ତ୍ତମାନ ସମୟ ଭଲ ନୁହେଁ। ସେଥିପାଇଁ ଚିତ୍ରାଳୟଗୁଡ଼ିକ ଦୀର୍ଘ ୫ ମାସ ହେବ ଅଲୋଡ଼ା ହୋଇଯାଇଛି। ପ୍ରଶାସନ ଜିଲାରେ ଥିବା ଚିତ୍ରାଳୟଗୁଡ଼ିକୁ ପଞ୍ଜୀକୃତ କରି ସହାୟତା ଯୋଗାଇ ଦେଉ। -ଜୟନ୍ତ କୁମାର କର, କଳାକାର
୫୦ ପୋଷାକ ଭଡ଼ାରେ ଯାଇନି
ବାସନ୍ତୀ ଦୁର୍ଗା ପୂଜାଠାରୁ ସ୍ବାଧୀନତା ଦିବସ ମଧ୍ୟରେ ପ୍ରତିବର୍ଷ ୫ ଶହରୁ ଊର୍ଦ୍ଧ୍ୱ ପୋଷାକ ଭଡ଼ାରେ ଯାଏ। କିନ୍ତୁ ଏଥର ୫୦ ଟପିନି। ଆଗକୁ ପୁଣି ପାର୍ବଣ ଆସୁଛି। ଯଦି ପରିସ୍ଥିତିରେ ସୁଧାର ନ ଆସେ ଓ କଟକଣା ହଟା ନ ଯାଏ ଆମ ବ୍ୟବସାୟ ଏକପ୍ରକାର ବୁଡ଼ିଯିବ।
-ସରୋଜ ସାହୁ, ଚିତ୍ରାଳୟ ମାଲିକ
କର୍ମଚାରୀଙ୍କୁ ଦରମା ଦେଇପାରୁନୁ
ଭାଓଲିନ୍‌ ଠାରୁ ଆରମ୍ଭ କରି ଢୋଲ, ମୃଦଙ୍ଗ, ତବଲା ଆଦି ଦୋକାନରେ ସେମିତି ପଡ଼ିରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ କିଛି ହେଉ ନ ଥିବାରୁ କିଛି ବି ଭଡ଼ାରେ ଯାଇପାରୁ ନାହିଁ। ଫଳରେ ବେପାର ସମ୍ପୂର୍ଣ୍ଣ ମାନ୍ଦାବସ୍ଥାରେ ଚାଲିଛି। କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ମଧ୍ୟ ଅର୍ଥ ନିଅଣ୍ଟ ପଡ଼ୁଛି।
-ସନୋଜ କୁମାର ବେହେରା, ଚିତ୍ରାଳୟ ମାଲିକ


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri