ଆମ ଜିଲା ଖବର

ହାଇଲେବଲ କେନାଲରେ ଘାଇ ଆଶଙ୍କା

ଭଣ୍ଡାରିପୋଖରୀ, ୨୨।୭ (ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୩ ନଂ ମୁଖ୍ୟ କେନାଲର ପାର୍ବତୀ ସାଇଫନ ନିକଟରେ ପୁରୁଣା ପାଇପ୍‌ ଭାଙ୍ଗି ପାଣି ଲିକେଜ କରି ମାଟି ଧୋଇ ଯିବା ସହ ବିରାଟ ଘାଇ ହେବାର ଆଶଙ୍କା ଦେଖାଦେଇଛି। ସାଇଫନ ନିକଟରେ…

ଖୁଣ୍ଟା କଲେଜରେ ଛାତ୍ର ଅଶାନ୍ତି

ଉଦଳା,୨୧ା୭(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ରିଆଡ୍‌ମିଶନ ଫି ବୃଦ୍ଧିକୁ ଛାତ୍ରୀଛାତ୍ର ବିରୋଧ କରିଛନ୍ତି। ନ୍ୟାୟ ପାଇଁ ମଙ୍ଗଳବାର ସେମାନେ ସ୍ଥାନୀୟ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କେବଳ ବର୍ଦ୍ଧିତ ଫି ନୁହେଁ ଚଳିତ…

ଉଚ୍ଛେଦ ବେଳେ ଭାଙ୍ଗିଲା ବିପ୍ଳବୀ କବିଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୧ା୭(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର ପ୍ରଶସ୍ତୀକରଣ ପାଇଁ ସୋମବାରଠାରୁ ବାସୁଦେବପୁର ମୁଖ୍ୟ ବଜାର ରାସ୍ତାର ଦୁଇପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ ବେଳେ ସହର ମଧ୍ୟଭାଗ ଏବି ହାଇସ୍କୁଲ ଛକରେ ଥିବା ସ୍ବାଧୀନତା ସଂଗ୍ରାମୀ ତଥା…

ଅବସର ନେବା ପୂର୍ବରୁ କରୋନାରେ ଆଖିବୁଜିଲେ ପ୍ରଧାନ ଶିକ୍ଷୟିତ୍ରୀ

ପୁରୁଷୋତ୍ତମପୁର, ୨୧।୭(ଡି.ଏନ୍‌.ଏ.): ମହାମାରୀ କରୋନାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ମଙ୍ଗଳବାର ପ୍ରଥମ ମୃତ୍ୟୁ ଘଟିଛି। ଏଥିରେ ଏନଏସି ଅନ୍ତର୍ଗତ କନକା ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଟି ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି। ସେ ଆସନ୍ତା…

କଟକରେ ମାଡୁଛି କରୋନା: ଆଜି ଆଉ ୩୨ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୧।୭: କଟକ ସହରରୁ ମଙ୍ଗଳବାର ୩୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୫, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୨୧, ଲୋକାଲ କେସ୍‌ ୫ ଏବଂ ପେଡ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଅଛନ୍ତି। ଏହାକୁ ମିଶାଇ ସହରରେ ମୋଟ କରୋନା…

ରାୟଗଡ଼ାରୁ ୩ ନାବାଳିକା, ୯ କରୋନା ଯୋଦ୍ଧା ଆକ୍ରାନ୍ତ

ରାୟଗଡ଼ା ଅଫିସ,୨୧।୭: ରାୟଗଡ଼ା ଜିଲାରେ ମଙ୍ଗଳବାର ସର୍ବାଧିକ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୪ ଜଣ ପୁରୁଷ ଥିବାବେଳେ ୧୩ ମହିଳା ଅଛନ୍ତି। ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ବୟସ୍କ ବ୍ୟକ୍ତି,…

ରାଜ୍ୟରେ ପ୍ରଥମ: ହାଇସ୍କୁଲ ଛାତ୍ରୀଛାତ୍ର ପାଇବେ ମାଗଣା ଖାଦ୍ୟ,ପୋଷାକ

କେନ୍ଦୁଝର,୨୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଥମ ଥର ପାଇଁ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣା ପୋଷାକ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ଜିଲାର ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପାଖାପାଖି ୫୦ ହଜାର ଛାତ୍ରୀଛାତ୍ର ଏହି ସୁବିଧା ପାଇବେ। ଜିଲା ଖଣିଜ…

ସ୍ବଭାବିକ ଅବସ୍ଥାକୁ ଫେରୁଛି ଗଞ୍ଜାମ ସହର: ଖୋଲିଲା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ

ଗଞ୍ଜାମ,୨୧।୭:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ମାତ୍ର ଗଞ୍ଜାମ ସହରରେ କରୋନା ସ୍ଥିତି ନିୟନ୍ତ୍ରଣ ରହିଛି। ଗତ ୫ ଦିନ ମଧ୍ୟରେ ସହରରେ ଗୋଟିଏ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇ ନାହାନ୍ତି। ଧୀରେ ଧୀରେ…

ଜୁଲାଇ ୩୧ ଯାଏ ସମ୍ବଲପୁର ଶଟ୍‌ଡାଉନ୍‌

ସମ୍ବଲପୁର, ୨୧।୭(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲାକୁ ୧୦ ଦିନ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲାପାଳ। ବୁଧବାରଠାରୁ ଜୁଲାଇ ୩୧ ଯାଏ ଏହି ସଟ୍‌ଡାଉନ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ ଲାଗୁ ହେବ। ୨୨ରୁ ୨୫ ତାରିଖ…

୨୪ ଘଣ୍ଟାରେ ମାସ୍କ ନ ପିନ୍ଧି ଦେଲେ ୧ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଛତ୍ରପୁର,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ କୋଭିଡ-୧୯ ଗାଇଡଲାଇନ୍‌ ଓ ଲକଡାଉନ ନିୟମକୁ କାର୍ଯ୍ୟକାରୀ ପାଇଁ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ପୋଲିସ ଅଧୀନ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ବାବଦରେ ୧…

ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା: ନାମଲେଖା ବିଜ୍ଞପ୍ତିରେ ନାହିଁ ନାଁ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ଜିଲାର ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ବାହାରି ପ୍ରକ୍ରିୟା ଆରମ୍ଭ ହେଲାଣି। ମାତ୍ର ଉକ୍ତ ବିଜ୍ଞପ୍ତିରେ ଛତ୍ରପୁରର…

ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍‌ମା ଥେରାପି

ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏପରିସ୍ଥିତିରେ କରୋନାରୁ ଗୁରୁତର ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଗଞ୍ଜାମ ଜିଲାରେ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?