ଲକ୍ଷଣ ଥାଇ ସରପଞ୍ଚଙ୍କ ବାପାଙ୍କର ହୋଇପାରିଲାନି କରୋନା ପରୀକ୍ଷା

କୁଜଙ୍ଗ,୨୧ା୯(ଡି.ଏନ୍‌.ଏ.): କରୋନା ଟେଷ୍ଟିଂ ଠିକ୍‌ ଭାବେ ହେଉ ନ ଥିବା ନେଇ ଅଭିଯୋଗ ଆଣିଥିବା ସରପଞ୍ଚଙ୍କ ବାପାଙ୍କୁ ଡାକ୍ତରଖାନା ପକ୍ଷରୁ ଜାଣିଶୁଣି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁଜଙ୍ଗ ବ୍ଲକ ଅଧୀନ ଗରେଇ ପଞ୍ଚାୟତ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ। ଅଭିଯୋଗ ମୁତାବକ, ସରପଞ୍ଚଙ୍କ ବାପା ବୀରବର ମନ୍ତ୍ରୀ (୬୪)ଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଇବା ବଦଳରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ତାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ଲିଖିତ ଆକାରରେ କହିଥିଲେ। ମାତ୍ର କୁଜଙ୍ଗରେ ରବିବାର ପରୀକ୍ଷା କରାଯାଉ ନ ଥିବାରୁ ସୋମବାର ରାହାମାଠାରେ ହେବାକୁ ଥିବା ପରୀକ୍ଷା ଶିବିରରେ ଟେଷ୍ଟ କରାଇବାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଅଧିକାରୀ ଡା. ପ୍ରଶନ୍ନ ପଣ୍ଡା ପରାମର୍ଶ ଦେଇଥିଲେ। ବୟସାଧିକ ସହ ତାଙ୍କ ଦେହ ଅତି ଅସୁସ୍ଥ ଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ନ କରାଇ ଘରକୁ ପଠାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ ସଂଗ୍ରାମ ମନ୍ତ୍ରୀ। ତାଙ୍କ କହିବା ମୁତାବକ, ପ୍ରତି ବ୍ଲକରେ ପ୍ରତ୍ୟହ ୨୦୦ କରୋନା ଟେଷ୍ଟ ହେବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ କୁଜଙ୍ଗ ବ୍ଲକରେ ଦୈନିକ ମାତ୍ର ୬୦-୭୦ଜଣଙ୍କ ପରୀକ୍ଷା କରାଯାଉଛି। ଫଳରେ ବ୍ଲକ ଅଞ୍ଚଳର ବହୁ ଲୋକ ଚିକିତ୍ସା ଅଭାବରୁ ଗୁରୁତର ହୋଇପଡୁଛନ୍ତି। ତେବେ ଜିଲାପାଳଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରିବା ନେଇ ସେ ଦାବି କରିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ତେଣୁ ସେହି ରାଗରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ବାପାଙ୍କ ଚିକିତ୍ସା କରାଉନାହାନ୍ତି ବୋଲି ସରପଞ୍ଚ ମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ପଣ୍ଡାଙ୍କୁ ପଚାରିବାରେ ରବିବାର ଆମର ପରୀକ୍ଷା କରାଯାଉ ନ ଥିବାରୁ ସୋମବାର ରାହାମାଠାରେ ପରୀକ୍ଷା କରେଇ ନେବା ପାଇଁ ପରାମର୍ଶ ଦିଆଯାଇଛି। କରୋନା ଲକ୍ଷଣଥିବା ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯିବା ସମ୍ପର୍କରେ ସିଡିଏମ୍‌ଓ ଡା. ବିଜୟା ପଣ୍ଡାଙ୍କୁ ପଚାରିବାରେ, ଏଭଳି ହେବା କଥା ନୁହେଁ। ତେବେ ଏ ସମ୍ପର୍କରେ ବୁଝିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାସ୍‌ଟାଗ୍‌ ଲାଗୁ ହେଲେ ମଧ୍ୟରାତ୍ରରୁ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୫।୨: ସୋମବାର ମଧ୍ୟରାତିରୁ ସମସ୍ତ ଟୋଲପ୍ଲାଜା (ଟୋଲଗେଟ୍‌)ରେ ଫାସ୍‌ଟାଗ୍‌ ଲଗୁ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନ୍‌ଏଚ୍‌ଆଇ) ନିଷ୍ପତ୍ତି ନେଇଛି । ତେବେ...

ଡକାୟତି ଯୋଜନା, ୫ ଗିରଫ

ପୁରୀ ଅଫିସ,୧୪।୯: ପୁରୀ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୫ଜଣଙ୍କୁ ତାଳବଣିଆ ପୋଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଜଗବନ୍ଧୁ ବାରିକ, ସମଙ୍ଗରାର...

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହା ହେଲେ ରୋଗୀ

ବସ୍ତା,୧୧ା୯(ଡି.ଏନ୍‌.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲା ବସ୍ତା ବ୍ଲକର ଗମ୍ଭାରିଆ ଗ୍ରାମରେ ରାସ୍ତା ନ ଥିବାରୁ ଖଟିଆରେ ୧ କି.ମି. ରାସ୍ତାରେ...

ରବିନାରାୟଣ ଦାଶଙ୍କୁ ମିଳିବ କିଶୋରୀ ଚରଣ ପୁରସ୍କାର

କଟକ ଅଫିସ,୨୨।୨: ସାହିତି୍ୟକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ଚଳିତବର୍ଷ ଯୁବ କଥାକାର ରବିନାରାୟଣ ଦାଶ ପାଇବା...

ଜିଲାରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ୪ ମହିଳା, ଜଣେ ପୁରୁଷ; ୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୨୭ା୪ : ଜିଲାରେ ସୋମବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।...

ହାଇଓ୍ବା ପଛରେ ପିଟିଲା ଆରଏମ୍‌ସି ଟ୍ରକ୍‌, ୨ ଗୁରୁତର

ସାକ୍ଷୀଗୋପାଳ,୨୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଅଟକିଥିବା ଏକ ମାଲ୍‌ ବୋଝେଇ ହାଇଓ୍ବା ପଛରେ ଅନ୍ୟ ଏକ ରେଡିମିକ୍ସ...

ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଉଠିଛି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି...

ପୁରୁଣା କାନ୍ଥରେ ନୂଆ ସ୍ମାର୍ଟ କ୍ଲାସ୍‌ରୁମ୍‌

ଯାଜପୁର ଅଫିସ,୨୧ା୯:ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରେ ଖର୍ଚ୍ଚ ହେଉଥିବା ମୋ ସ୍କୁଲ ଅଭିଯାନରେ ବ୍ୟାପକ ଅନିୟମିତତା ହେଉଥିବା...

Advertisement
Archives

Model This Week