ଆମ ଜିଲା ଖବର

ରେଡ୍‌ ଜୋନରେ ଗଞ୍ଜାମର ୪୫୨ଗାଁ: ଡରାଉଛନ୍ତି ଏସବୁ ବ୍ଲକ

ଛତ୍ରପୁର,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଦୈନିକ ୨୦୦ ରୁ ୩୦୦ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ୩ ରୁ ୫ଜଣଙ୍କ ଦୈନିକ କରୋନାରେ ଜୀବନ ଯାଉଛି। ଆହୁରି ଜଣାଯାଇଛି ଯେ,…

କରୋନା ପଜିଟିଭ୍‌ଙ୍କ ନାଁରେ ଏତଲା

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଏନ୍‌ଏସିର ଭବାନୀ ଶଙ୍କର ପାତ୍ର ୧୮ ତାରିଖରେ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୨୮ ଦିନ ହୋମ୍‌ ଆଇସୋଲେଶନରେ ରହିବାକୁ ଏନ୍‌ଏସି ପ୍ରଶାସନ କହିଥିଲେ। ତେବେ ସେ ଏହି ନିୟମକୁ ଉଲ୍ଲଂଘନ କରିଥିବା…

କଣ୍ଟେନମେଣ୍ଟକୁ ନେଇ ବଢ଼ୁଛି ସମସ୍ୟା, ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ

ରାଇକିଆ,୨୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ସମେତ ୧୩ଟି ଗ୍ରାମରେ ଗତ ୧୨ ଦିନ ହେଲା ଅଚଳାବସ୍ଥା ଦେଖାଦେଇଛି । ଜୁଲାଇ ୧୦ରେ ରାଇକିଆ ଅଞ୍ଚଳରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ମାତ୍ର ଏ ନେଇ…

ପୁରୁଷୋତ୍ତମପୁରରେ କରୋନା ନେଲା ଆଉ ଜଣେ ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁର ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ପ୍ରଧାନଶିକ୍ଷକ ତଥା ଭାରାପ୍ରାପ୍ତ ଏବିଓଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଶିକ୍ଷକମାନଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି। ପୁରୁଷୋତ୍ତମପୁର…

ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତଦନୁଯାୟୀ ଗୁରୁବାରଠାରୁ ୨୯ ତାରିଖ ଯାଏ…

ଖୋର୍ଦ୍ଧାର ୨ ଏସ୍‌ପି, ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ କରୋନା: ଅଫିସ ସାନିଟାଇଜ୍‌

ଖୋର୍ଦ୍ଧା ଅଫିସ,୨୨।୭: ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ୭ ପଜିଟିଭ୍‌ ରହିଛନ୍ତି । ତନ୍ମଧ୍ୟରୁ ତେଲେଙ୍ଗା ସାହିର ୩୪ ବର୍ଷୀୟ ପୁରୁଷ, ବରୁଣେଇ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି) ରହିଥିଲେ। ନରଣଗଡ଼ର…

କଟକ ଶଙ୍କରପୁର କଣ୍ଟେନମେଣ୍ଟ ଜୋନ୍‌

କଟକ ଅଫିସ,୨୨।୭: କଟକ ମହାନଗର ନିଗମ(ସିଏମ୍‌ସି)ର ୩୭ ନମ୍ବର ୱାର୍ଡ ପରିଡାସାହି, ଶଙ୍କରପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଠାରୁ କେତେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସାହିକୁ ପ୍ରବେଶ ଏବଂ ପ୍ରସ୍ଥାନ…

କରୋନା ଯୋଦ୍ଧାଙ୍କୁ କରୋନା: ବାଂଶଡା ପଞ୍ଚାୟତ ୩୬ ଘଣ୍ଟା ଶଟ୍‌ଡାଉନ

ଭଦ୍ରକ ଅଫିସ, ୨୨।୭: ଭଦ୍ରକ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାଧାରଣ ଲୋକେ ଆକ୍ରାନ୍ତ ହେବା ସାଙ୍ଗକୁ ବହୁ ସରକାରୀ କର୍ମଚାରୀ ଓ କରୋନା ଯୋଦ୍ଧା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। କରୋନା…

ଭଦ୍ରକ ପୌରପାଳିକା, ଧାମନଗର ଏନ୍‌ଏସିରେ ଲକ୍‌ଡାଉନ କଟକଣା କଡ଼ାକଡ଼ି

ଭଦ୍ରକ ଅଫିସ, ୨୨।୭: ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍‌ଏସି ଅଞ୍ଚଳରେ ବୁଧବାର ଠାରୁ ଲକ୍‌ଡାଉନ କଟକଣା କଡାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ମୁତାବକ ଗ୍ରୋସରୀ, ପନିପରିବା, କ୍ଷୀର, ମାଛ, ମାଂସ, ଔଷଧ ଓ ଅତ୍ୟାବଶ୍ୟକ ଦୋକାନକୁ…

କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍‌ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ ସମେତ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାଙ୍କକୁ…

ଅନ୍‌ଲାଇନ୍‌ରେ ତଥ୍ୟ ଦେବାକୁ ଡର

ଯାଜପୁର ଅଫିସ,୨୨।୭: ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ (୫-ଟି)କୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହା କେବଳ ପ୍ରଚାର ସର୍ବସ୍ବ ପାଲଟିଛି। ଅପାରଗତା ଲୁଚାଇବାକୁ ଇ-ଡେସପାଚ୍‌ ଓ ଜିଲା ୱେବପୋର୍ଟାଲକୁ ନବୀକରଣ…

ଅଭିନେତା, ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୨୨ା୭: ଜଣାଶୁଣା ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ (୫୫)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସକାଳେ ସେ ଅସୁସ୍ଥତା ଅନୁଭବ କରି ହଠାତ୍‌ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଭୀମ ଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?