ଆମ ଜିଲା ଖବର

‘ପ୍ରତିଷ୍ଠା ହେଉ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର’

ବାଲେଶ୍ୱର ଅଫିସ,୨୧।୭- ବାଲେଶ୍ୱର ଜିଲାରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ଏକାଠି ହୋଇଛନ୍ତି। ସୋମବାର ପୂର୍ବାହ୍ନରେ ସହରର ଚାନ୍ଦମାରି ପଡ଼ିଆ ସ୍ଥିତ ବରିଷ୍ଠ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ବାସଭବନରେ ସେମାନେ ଏକତ୍ରିତ ହୋଇ ବିରଳ ନୀଳରକ୍ତ କଙ୍କଡ଼ାର…

ହାତ ବାନ୍ଧିଛି ନିଅଣ୍ଟିଆ ବର୍ଷା

ବଇଣ୍ଡା, ୨୧ା୭(ଡି.ଏନ.ଏ.) – ଚଳିତବର୍ଷ ଭଲ ବର୍ଷାର ପୂର୍ବାନୁମାନ ନେଇ ଚାଷୀକୁଳ ଉତ୍ସାହିତ ଥିଲେ। ବିଲରେ ହଳ ବୁଲାଇବା ସହ ତଳି ମଧ୍ୟ ପକାଇଥିଲେ। ହେଲେ ହାତ ବାନ୍ଧିଦେଇଛି ନିଅଣ୍ଟିଆ ବର୍ଷା। କେଉଁଠି ପାଣି ଅଭାବରୁ ତଳି ବଢ଼ିପାରୁନି ତ ଆଉକେଉଁଠି…

ପୌରପାଳିକା ମୁଣ୍ଡରେ ଅଳିଆ ବୋଝ

ଅନୁଗୋଳ ଅଫିସ୍‌, ୨୧ା୭ ଅନୁଗୋଳ ପୌରପାଳିକା ମୁଣ୍ଡରୁ ହଟୁନି ସହରର ଅଳିଆ ଚିନ୍ତା। କେତେବେଳେ ଆବର୍ଜନା ପକାଇବାକୁ ନେଇ କେଉଁଠୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି ତାହାର କିଛି ଠିକ୍‌ଠିକଣା ରହୁନି। ଦୀର୍ଘ ବର୍ଷ ହେଲା ଏପରି ସମସ୍ୟାର ସମାଧାନ ହେଉ…

୭ ମହଲାକୁ ଷ୍ଟ୍ରେଚର ସାହା

ଢେଙ୍କାନାଳ ଅଫିସ,୨୧ା୭ – ୭ ମହଲା ବିଶିଷ୍ଟ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାଗୁଡ଼ିକରେ ରହିଛି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଓ୍ବାର୍ଡ ଓ ଅସ୍ତ୍ରୋପଚାର ଗୃହ। କିନ୍ତୁ ଚିକିତ୍ସାଳୟର ମୋଟ୍‌ ୪ଟି ଲିଫ୍ଟ ମଧ୍ୟରୁ ୩ଟି ଅଚଳ ହୋଇପଡ଼ିଛି। ସପ୍ତାହେ…

୨ ସେବାୟତଙ୍କୁ କରୋନା

ପୁରୀ ଅଫିସ,୨୦ା୭:ରଥଯାତ୍ରା ପରେ କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ସେବାୟତମାନଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ମୋଟ ୨,୬୩୬ ସେବାୟତଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ…

ଖାନ୍‌ନଗର: ବାପା-ପୁଅ ପଜିଟିଭ

କଟକ ଅଫିସ,୨୦ା୭-ଖାନ୍‌ନଗର ସାହିରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଏହା ପ୍ରଥମ ଘଟଣା। ଉଭୟ ଆକ୍ରାନ୍ତ ବାପା-ପୁଅ। ଆକ୍ରାନ୍ତ ବାପା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ବ୍ୟକ୍ତିବିଶେଷ ଓ ପୂଜା କମିଟିର ଜଣେ ସକ୍ରିୟ ସଦସ୍ୟ। ତାଙ୍କ…

କୋରାପୁଟକୁ ଫେରିଲା ଲକ୍‌ଡାଉନ୍‌: ୪ ସହର ୫ ପଞ୍ଚାୟତରେ ତାଲାବନ୍ଦ

ଜୟପୁର,୨୦ା୭(ଡି.ଏନ୍‌.ଏ ): କୋରାପୁଟ ଜିଲାରେ ପୁଣି ଲାଗୁ ହେବ ଲକ୍‌ଡାଉନ୍‌। କରୋନା ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ଜିଲାର ଜୟପୁର, କୋରାପୁଟ, ସୁନାବେଢା, କୋଟପାଡ ୪ଟି ସହରାଞ୍ଚଳରେ ଲକ୍‌ଡାଉନ୍‌ ଲାଗୁହେବ। ଏଥିସହ ଲକ୍ଷ୍ମୀପୁର, ବୋରିଗୁମ୍ମା, ପଟାଙ୍ଗି ବ୍ଲକର ସଦର, କୋରାପୁଟ ବ୍ଲକର ମାଥାଲପୁଟ,…

ହେଲ୍ପ ଡେସ୍କରେ କାର୍ଯ୍ୟରତ ୨ କର୍ମଚାରୀ କରୋନା ପଜିଟିଭ୍‌: କୋରାପୁଟ ଜିଲା ଚିକିତ୍ସାଳୟ ୪୮ ଘଣ୍ଟା ବନ୍ଦ

ଜୟପୁର,୨୦ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଚିକିତ୍ସାଳୟର ୨ଜଣ ହେଲ୍ପ ଡେସ୍କରେ କାର୍ଯ୍ୟରତ ଅସ୍ଥାୟୀ ମହିଳା କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ତୁରନ୍ତ ଜିଲା ଚିକତ୍ସାଳୟକୁ ଆସନ୍ତା ୪୮ ଘଣ୍ଟା ଗୁରବାର ତ୍ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।…

କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର,୨୦।୭(ବ୍ୟୁରୋ)-ମଙ୍ଗଳବାରଠାରୁ ଗଞ୍ଜାମ ଜିଲାର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲାର ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ।…

ଜୁଲାଇ ୨୨ ରୁ ୩୧ ଯାଏ ବନ୍ଦ ରହିବ ଭିସୁଟ

ସମ୍ବଲପୁର,୨୦।୭(ବ୍ୟୁରୋ)-କରୋନା ସଂକ୍ରମଣ ରାଜ୍ୟରେ ଦିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି। ଏ ନେଇ ସମ୍ବଲପୁର ଜିଲାପାଳ ଏକ…

ବିଦ୍ୟାଳୟ ବନ୍ଦ: ଗାଈ, ମଇଁଷି ଚରାଉଛନ୍ତି ପିଲା

କୋରୁକୋଣ୍ଡା,୨୦।୭(ଡି.ଏନ.ଏ): କରୋନା କଟକଣା ଯୋଗୁ ବିଦ୍ୟାଳୟ କେବେ ଖୋଲିବ ତାହା ରାଜ୍ୟ ସରକାର ଏଯାଏ ସ୍ପଷ୍ଟ ଭାବେ ଘୋଷଣା କରି ନାହାନ୍ତି। ଏହି ସମୟରେ ମାଲକାନଗିରି ଜିଲାର କେତେକ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚିତ ହୋଇ ନିଜ ପରିବାର ଭରଣପୋଷଣ ନିମନ୍ତେ କାର୍ଯ୍ୟ…

ଚିତ୍ରକୋଣ୍ଡା ଦୈନିକ ବଜାରର ୭ ଦୋକାନ ସିଲ୍‌

ଚିତ୍ରକୋଣ୍ଡା,୨୦।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ଥିବା ୭ଟି ଦୋକାନ ଉପରେ ସୋମବାର ଚଢ଼ାଉ କରାଯାଇ ସିଲ୍‌ କରାଯାଇଛି। ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ବାଇଁ ଓ ଏକ ତହସିଲ ଟିମ୍‌ ବଜାରରେ କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?